New Pension Scheme: ୨୦୦୪ ପରେ ଅବସର ନେଇଥିଲେ ମିଳିବ କେତେ ଟଙ୍କା, ଜାଣନ୍ତୁ କଣ କହୁଛି UPS ର ନୂଆ ନିୟମ
Advertisement
Article Detail0/zeeodisha/odisha2399008

New Pension Scheme: ୨୦୦୪ ପରେ ଅବସର ନେଇଥିଲେ ମିଳିବ କେତେ ଟଙ୍କା, ଜାଣନ୍ତୁ କଣ କହୁଛି UPS ର ନୂଆ ନିୟମ

New Pension Scheme: ନୂଆ ହିସାବ ଅନୁଯାୟୀ ରାଶି ଆଡଜଷ୍ଟ କରାଯିବ। ବକେୟା ବାବଦରେ ସରକାର ୮୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅତିରିକ୍ତ ବୋଝ ବହନ କରିବା ପାଇଁ କେନ୍ଦ୍ରର ପେନସନ ଯୋଗଦାନ ବାର୍ଷିକ ୬,୨୫୦ କୋଟି ଟଙ୍କା ରଖାଯାଇଛି।

New Pension Scheme: ୨୦୦୪ ପରେ ଅବସର ନେଇଥିଲେ ମିଳିବ କେତେ ଟଙ୍କା, ଜାଣନ୍ତୁ କଣ କହୁଛି UPS ର ନୂଆ ନିୟମ
New Pension Scheme: କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ୍ ସ୍କିମ୍ (UPS) ଘୋଷଣା କରିଛନ୍ତି। କର୍ମଚାରୀମାନେ ପୂର୍ବରୁ ଚାଲୁଥିବା ଏନପିଏସ (National Pension Scheme) କିମ୍ବା ୟୁପିଏସ ଚୟନ କରିପାରିବେ । ୟୁପିଏସରେ ସରକାରଙ୍କ ଅବଦାନ ୧୮.୫% ରହିବ। ଏପ୍ରିଲ ୧, ୨୦୨୫ରୁ ଏହି ଯୋଜନା ପିଛିଲା ଭାବେ ଲାଗୁ ହେବ । କର୍ମଚାରୀମାନେ ଅବସର ନେବା ପରେ ୟୁପିଏସ୍ ଅର୍ଥାତ୍ ସମନ୍ୱିତ ପେନସନ ଯୋଜନା ଗ୍ରହଣ କରିବା ପରେ ନିଶ୍ଚିତ ପେନସନ ପାଇବେ । ଯେଉଁ କର୍ମଚାରୀମାନେ ୨୦୦୪ ରୁ ଅବସର ନେଇଛନ୍ତି ଏବଂ ଏପିଏସ ପରିସରଭୁକ୍ତ ହୋଇଛନ୍ତି ସେମାନେ ମଧ୍ୟ ୟୁପିଏସର ଲାଭ ପାଇବେ । ଅର୍ଥ ସଚିବ ଡ. ଟିଭି ସୋମନାଥନ କହିଛନ୍ତି ଯେ ୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ଆହୁରି ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଯେଉଁ କର୍ମଚାରୀମାନେ ଅବସର ନେବେ ସେମାନେ ମଧ୍ୟ ୟୁପିଏସର ପାଞ୍ଚଟି ପଏଣ୍ଟର ଲାଭ ଉଠାଇପାରିବେ। ସେମାନଙ୍କୁ ବକେୟା ଟଙ୍କା ମଧ୍ୟ ମିଳିବ।
 
ଅର୍ଥାତ ଅବସରପ୍ରାପ୍ତ କର୍ମଚାରୀମାନେ ଏନପିଏସରୁ ୟୁପିଏସକୁ ସ୍ଥାନାନ୍ତର ହୋଇପାରିବେ ଏବଂ ଅବସର ପୂର୍ବରୁ ୧୨ ମାସର ହାରାହାରି ମୂଳ ଦରମାର ୫୦ ପ୍ରତିଶତ, ୬୦ ପ୍ରତିଶତ ପାରିବାରିକ ପେନସନ ଏବଂ ସ୍ଥାୟୀ ପେନସନ ପାଇବାକୁ ହକଦାର୍ ହେବେ । ସେମାନଙ୍କ ପାଖରେ ଏନପିଏସ ଏବଂ ୟୁପିଏସ ମଧ୍ୟରୁ ଗୋଟିଏ ବାଛିବାର ବିକଳ୍ପ ରହିବ ।
 
ବକେୟା ମଧ୍ୟ ଉପଲବ୍ଧ ହେବ
ଅର୍ଥ ସଚିବ ଡ. ଟିଭି ସୋମନାଥନ କହିଛନ୍ତି ଯେ ୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ଆହୁରି ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅବସର ନେଉଥିବା କର୍ମଚାରୀମାନେ ମଧ୍ୟ ୟୁପିଏସର ଲାଭ ଉଠାଇପାରିବେ। ସେମାନଙ୍କୁ ବକେୟା ଟଙ୍କା ମଧ୍ୟ ମିଳିବ। ସେମାନେ ଯେତିକି ଟଙ୍କା ପାଇଛନ୍ତି, ସେଥିରୁ ନୂଆ ହିସାବ ଅନୁଯାୟୀ ରାଶି ଆଡଜଷ୍ଟ କରାଯିବ। ବକେୟା ବାବଦରେ ସରକାର ୮୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅତିରିକ୍ତ ବୋଝ ବହନ କରିବା ପାଇଁ କେନ୍ଦ୍ରର ପେନସନ ଯୋଗଦାନ ବାର୍ଷିକ ୬,୨୫୦ କୋଟି ଟଙ୍କା ରଖାଯାଇଛି।
 
ଏହିଭଳି ହେବ ବକେୟା ହିସାବ 
ଅର୍ଥ ସଚିବ ଡକ୍ଟର ଟିଭି ସୋମନାଥନ କହିଛନ୍ତି ଯେ ୨୦୦୪ ମସିହାରୁ ୨୦ ବର୍ଷ ବିତିଗଲାଣି। ଏହି ସମୟରେ ଏନପିଏସ ଅଧୀନରେ ଅବସର ନେଉଥିବା କର୍ମଚାରୀଙ୍କ ସଂଖ୍ୟା ଅଧିକ ନୁହେଁ । ଏଗୁଡ଼ିକର ସମ୍ପୂର୍ଣ୍ଣ ରେକର୍ଡ ସରକାରଙ୍କ ପାଖରେ ରହିଛି। ସେମାନେ କେବେ ଚାକିରିରେ ଯୋଗ ଦେଇଥିଲେ, କେବେ ଅବସର ନେଇଥିଲେ, ସେତେବେଳେ କେତେ ଟଙ୍କା ପାଇଥିଲେ, ଏସବୁ ତଥ୍ୟ ସରକାରଙ୍କ ପାଖରେ ରହିଛି। ଏହି ସୂଚନା ଆଧାରରେ ବକେୟା ହିସାବ କରାଯିବ।
 
ସୁଧ ସହ ରାଶି ପ୍ରାପ୍ତ ହେବ
ୟୁପିଏସ୍ ଅଧୀନରେ ଯଦି ପେନସନଭୋଗୀଙ୍କ ବକେୟା ଦରମା ଦିଆଯାଏ, ତେବେ ସରକାର ମଧ୍ୟ ଏହା ଉପରେ ସୁଧ ଦେବେ। ଯଦି ସେମାନେ ୟୁପିଏସ୍ ବାଛିବେ, ତେବେ ସେମାନଙ୍କୁ ହିସାବ ଅନୁଯାୟୀ ସୁଧ ଯୋଡି ବକେୟା ରାଶି ପ୍ରଦାନ କରାଯିବ। ଡକ୍ଟର ସୋମନାଥନଙ୍କ କହିବା ଅନୁଯାୟୀ, ପୂର୍ବରୁ ଅବସର ନେଇଥିବା କର୍ମଚାରୀମାନେ ଯଦି ୟୁପିଏସ୍ ଗ୍ରହଣ କରନ୍ତି ଏବଂ ଯଦି ନୂତନ ହିସାବ ପରେ ସେମାନଙ୍କର କୌଣସି ବକେୟା ଦରମା ଦିଆଯାଏ, ତେବେ ସେହି ବକେୟା ଅର୍ଥ ପିପିଏଫ ହାର ଅନୁଯାୟୀ ସୁଧ ପାଇବେ । ବର୍ତ୍ତମାନ ପିପିଏଫ ସୁଧ ହାର ବାର୍ଷିକ ୭.୧ ପ୍ରତିଶତ ରହିଛି ।