Electricity Bill Pending in UP: ବିଜୁଳି ଚୋରଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସରକାର; ଜାଣନ୍ତୁ ମିଳିବ କେଉଁ ଫାଇଦା
Advertisement
Article Detail0/zeeodisha/odisha1952419

Electricity Bill Pending in UP: ବିଜୁଳି ଚୋରଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସରକାର; ଜାଣନ୍ତୁ ମିଳିବ କେଉଁ ଫାଇଦା

Pending Electricity Bills in UP: ବିଦ୍ୟୁତ ଚୋରି କରି ଧରା ପଡ଼ିଥିବା ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ଉତ୍ତର ପ୍ରଦେଶ ସରକାରଙ୍କ ଶକ୍ତି ବିଭାଗ।

 
 

 

Electricity Bill Pending in UP: ବିଜୁଳି ଚୋରଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସରକାର; ଜାଣନ୍ତୁ ମିଳିବ କେଉଁ ଫାଇଦା

UP Govt give big relief to Electricity Thieves in state: ଦୀପାବଳି ଅବସରରେ ପୂର୍ବରୁ ରାଜ୍ୟରେ ବିଦ୍ୟୁତ୍ ଚୋରି କରି ଧରାପଡ଼ିଥିବା ଲୋକଙ୍କୁ ଏକ ବହୁତ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଏନେଇ ନିଆୟାଇଥିବା ନିଷ୍ପତ୍ତି ସହିତ ସରକାର ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ଏକ ନୂତନ ସୁଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ରାଜ୍ୟର ଏଭଳି ଲୋକଙ୍କ ବିଦ୍ୟୁତ୍ ବିଲ୍ ଉପରେ ସୁଧ ଏବଂ ଜରିମାନା ଉପରେ ୬୫% ରିହାତି ଘୋଷଣା କରିଛନ୍ତି। ଯାହାର ଅର୍ଥ ହେଉଛି ଯେ ବିଦ୍ୟୁତ ଚୋରି କରି ଧରାପଡ଼ିଥିବା ଗ୍ରାହକ ବର୍ତ୍ତମାନ ମାତ୍ର ୩୫% ଜୋରିମାନା ଦେଇ ଆଇନଗତ ସମସ୍ୟାରୁ ମୁକ୍ତ ପାଇପାରିବେ। ଏହା କରିବା ଦ୍ୱାରା ବିଦ୍ୟୁତ ଚୋରି କରିବା ଅଭିଯୋଗରେ ଧରା ପଡ଼ିଥିବା ଲୋକ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବାରେ ମଧ୍ୟ ସହଯୋଗ କରିପାରିବେ।

ତହସିଲ-ପୋଲିସ ନୋଟିସ ଫେରସ୍ତ ହେବ; ହଟାଯିବ ବଦନାମ ଟ୍ୟାଗ୍
ବିଦ୍ୟୁତ୍ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କର ଦୀର୍ଘ ଦିନ ଧରି ବିଦ୍ୟୁତ୍ ଚୋରି ଜରିମାନା ବାକି ରହିଛି ସେମାନଙ୍କ ଠାରୁ ବକେୟା ସଂଗ୍ରହ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ତହସିଲ ହାତକୁ ଦିଆଯାଇଛି। ତହସିଲ ଠାରୁ ଯେଉଁ ଲୋକଙ୍କୁ ବିଦ୍ୟୁତ ବିଲ ବକେୟା ସମ୍ପର୍କିତ ନୋଟିସ ଆସିଛି ସେମାନେ ଚିନ୍ତା କରିବା ଆବଶ୍ୟକ ନୁହେଁ। ଯଦି କେହି ଏହି ସୁଯୋଗର ଲାଭ ଉଠାନ୍ତି, ତାହେଲେ ତାଙ୍କ ବିରୋଧରେ ଆସିଥିବା ସରକାରୀ ବିଜ୍ଞପ୍ତି ମଧ୍ୟ ପ୍ରତ୍ୟାହାର କରାଯିବ। ବିଦ୍ୟୁତ ଚୋରିର ଦଣ୍ଡରୁ ମୁକ୍ତି ପାଇବା ପାଇଁ ଲୋକେ ପଞ୍ଜୀକରଣ କରିବା ମାତ୍ରେ ଯଦି ତହସିଲ କିମ୍ବା ପୋଲିସ ବିଭାଗ ପକ୍ଷରୁ କୌଣସି ବକେୟା ନୋଟିସ ଆସେ, ତାହେଲେ ତାହା ଫେରସ୍ତ ହୋଇଯିବ। ଏହି ଅଫର ଆଧାରରେ ଆବେଦନକାରୀଙ୍କୁ ପଞ୍ଜୀକରଣ ସମୟରେ ୧୦ ପ୍ରତିଶତ ଜରିମାନା ଏବଂ ପରେ ୨୫ ପ୍ରତିଶତ ଜମା କରିବାକୁ ହେବ।

ଏହି ପ୍ରସ୍ତାବକୁ ସାର୍ବଜନୀନ କରିବାକୁ ନିବେଦନ କରିଛନ୍ତି ଶକ୍ତି ମନ୍ତ୍ରୀ
ଉତ୍ତର ପ୍ରଦେଶ ଶକ୍ତି ମନ୍ତ୍ରୀ ଏ.କେ ଶର୍ମା ବୁଧବାର ଲକ୍ଷ୍ନୌ କ୍ୟାଣ୍ଟ ଉପ-କେନ୍ଦ୍ରରେ ବିଦ୍ୟୁତ୍ ନିଗମର ଏକ ସମୟ ସମାଧାନ ଯୋଜନା (One Time Settlement Scheme) ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ସେ କ୍ୟାଣ୍ଟ ଉପ-କେନ୍ଦ୍ରରେ ସୁଧ ଛାଡ଼ ପାଇଁ ପ୍ରଥମ ଥର ପାଇଁ ପଞ୍ଜୀକୃତ ହୋଇଥିବା ଏବଂ ତାଙ୍କ ବିଦ୍ୟୁତ୍ ବିଲ୍ ହସ୍ତାନ୍ତର କରିଥିବା ଜଣେ ମହିଳାଙ୍କୁ ରିହାତି ପ୍ରଦାନ କରିଥିଲେ। ଶକ୍ତି ମନ୍ତ୍ରୀ ତାଙ୍କ ବିଭାଗୀୟ ଇଞ୍ଜିନିୟର ଏବଂ କର୍ମଚାରୀଙ୍କୁ କହିଛନ୍ତି ଯେ ଯେଉଁମାନେ ନିଜ ଘର କିମ୍ବା ଦୋକାନରେ ବିଜୁଳି ଚୋରି କରି ଧରା ପଡ଼ିଛନ୍ତି ଏବଂ ସେମାନଙ୍କର ବକେୟା ବାକି ରହିଛି, ସେମାନଙ୍କୁ ଏହି ଯୋଜନା ବିଷୟରେ ଅବଗତ କରି ରିହାତି ପ୍ରଦାନ କରନ୍ତୁ।

ମନେ ରଖନ୍ତୁ ଏକଥା ତାହେଲେ ଯାଇ ଆପଣ ପାଇବେ ଲାଭ 
ବିଦ୍ୟୁତ ଚୋରି କରି ଧରା ପଡ଼ିଥିବା ଉପଭୋକ୍ତ ରିହାତି ସେତେବେଳେ ମିଳିବ ଯେତେବେଳେ ସେମାନେ ସ୍ଥାନୀୟ ଉପ-କେନ୍ଦ୍ରରେ ନଭେମ୍ବର ୩୦ ପର୍ଯ୍ୟନ୍ତ ପଞ୍ଜୀକରଣ କରି ୩୫ ପ୍ରତିଶତ ବକେୟା ପ୍ରଦାନ କରନ୍ତି। ଆପଣଙ୍କୁ କହିରଖୁଛୁ ଯେ ସମଗ୍ର ଉତ୍ତର ପ୍ରଦେଶରେ ପ୍ରାୟ ୬ ଲକ୍ଷ ଗ୍ରାହକ ବିଦ୍ୟୁତ ଚୋରି କରି ଧରାପଡିଛନ୍ତି। ସେମାନଙ୍କ ମଧ୍ୟରୁ ବିଦ୍ୟୁତ ଚୋରି କରିବା ଅବସରରେ ଧରାପଡିଥିଲେ।