Meerut Blast Today: ବିସ୍ଫୋରଣରେ ଛାରଖାର ହୋଇଗଲା ସାବୁନ କାରଖାନା, ଛାତ ଭୁଷୁଡ଼ି ପଡ଼ିବାରୁ ୪ ମୃତ
Advertisement
Article Detail0/zeeodisha/odisha1919459

Meerut Blast Today: ବିସ୍ଫୋରଣରେ ଛାରଖାର ହୋଇଗଲା ସାବୁନ କାରଖାନା, ଛାତ ଭୁଷୁଡ଼ି ପଡ଼ିବାରୁ ୪ ମୃତ

Meerut Blast News: ମଙ୍ଗଳବାର ସକାଳେ ହୋଇଥିବା ବିସ୍ଫୋରଣେ ଛାରଖାର ହୋଇଯାଇଛି ଏକ ସବୁନ କାରଖାନା। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Meerut Blast Today: ବିସ୍ଫୋରଣରେ ଛାରଖାର ହୋଇଗଲା ସାବୁନ କାରଖାନା, ଛାତ ଭୁଷୁଡ଼ି ପଡ଼ିବାରୁ ୪ ମୃତ

Meerut Soap Making Factory Blast: ଅକ୍ଟୋବର ୧୭ ତାରିଖ ମଙ୍ଗଳବାର ସକାଳ ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ହୋଇଯାଇଛି ଏକ ବଡ଼ ଧରଣର ବିସ୍ଫୋରଣ। ଜିଲ୍ଲାର ଲୋହିଆ ନାଗର ଅଞ୍ଚଳରେ ଅବସ୍ତିତ ଏକ ଘରେ ହୋଇଥିବା ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କୁହାଯାଉଛି ଯେ ଏହି ବିସ୍ଫୋରଣରେ ୫ ଜଣ ଲୋକ ଆହତ ହୋଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ (Meerut Soap Making Factory Blast) ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମେରଠ ଜିଲ୍ଲାପାଳ ଦୀପକ ମୀନା (Meerut Collector Deepak Meena)। ଏନେଇ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି ଯେ ଏହି ଘଟଣାରେ ୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମସ୍ତ ମୃତକ ପୁରୁଷ ଏବଂ ବୟସ୍କ ବୋଲି ଜଣାପଡ଼ିଛି। ସେମାନଙ୍କୁ ଚିହ୍ନିଟ କରିବା ପାଇଁ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ କେହି ଆଗକୁ ଆସିନାହାଁନ୍ତି। 

ମିଳିଥିବା ଖବର ଅନୁସାରେ ପ୍ରାଣ ହରାଇଥିବା ଲୋକ ସାବୁନ କାରଖାନାର କର୍ମଚାରୀ ଥିଲେ। ଯେଉଁମାନେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ମେରଠ ଜିଲ୍ଲାପାଳ ଆହୁରି କହିଛନ୍ତି  ଯେ ସାବୁନ୍ ତିଆରି ସାମଗ୍ରୀ ଏବଂ ସାବୁନ୍ ଘଟଣାସ୍ଥଳରୁ ମିଳିଥିଲା। ଏଠାରେ ସାବୁନ୍ ତିଆରି କରିବା କିମ୍ବା ସାବୁନ୍ ପ୍ୟାକ୍ କରିବା କାମ ଏଠାରେ କରାଯାଉଥିବାର ଜଣାପଡିଛି।

ବିଲଡିଂ ତଳେ ରହିଥିଲା ସାବୁନ ତିଆରି କାରଖାନା 
ଏହି ଘଟଣାରେ ପ୍ରତିକ୍ରିୟା ରଖି ବରିଷ୍ଠ ପୋଲିସ ଅଧିକ୍ଷକ ରୋହିତ ସିଂହ ସାଜୱାନ (Meerut SSP Rohit Singh Sajwan) କହିଛନ୍ତି ଯେ ଲୋହିଆ ନଗର ଥାନା (Lohiya Nagar Police Station Meerut) ଅଧିନସ୍ଥ ଏକ ଅଞ୍ଚଳରେ ଅବସ୍ଥିତ ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଛି। ମେରଠ ଏସଏସପି ଆହୁରି କହିଛି ଯେ ଯେଉଁ କୋଠାରେ ବିସ୍ଫୋରଣ ହୋଇଥିଲା ତାହାର  ତଳ ଭାଗରେ ଏକ ସାବୁନ ତିଆରି କାରଖାନା ରହିଛି। ଯେଉଁଠି ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। କୋଠାରେ ହୋଇଥିବା ବିସ୍ଫୋରଣ କାରଣରୁ ଘରର ଛାତ ଭୁଷୁଡି ଯାଇଥିଲା। 

ବରିଷ୍ଠ ପୋଲିସ ଅଧିକ୍ଷକଙ୍କ କହିବାନୁସାରେ ଏହି ଦୁର୍ଘଟଣାରେ ୫ ଜଣ ଘଟଣାସ୍ଥଳରେ ଦବି ଯାଇଥିଲେ। ସେମାନଙ୍କୁ ଆବର୍ଜନା ତଳୁ ଉଦ୍ଧାର କରାଯିବା ପରେ ତତ୍କାଳ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା। ଏହି ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି ବୋଲି ଏସଏସପି କହିଛନ୍ତି। ଘଟଣାସ୍ଥଳରୁ ସାବୁନ ତିଆରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଉଦ୍ଧାର କରାଯାଇଛି ବୋଲି ଏସଏସପି କହିଛନ୍ତି।