Airtel ଠାରୁ ୩୦୦ ଟଙ୍କା ଶସ୍ତା ଏହି ପ୍ଲାନ୍, ଗୋଟିଏ ବର୍ଷ ମିଳିବ ବୈଧତା, ହଟଷ୍ଟାର ମଧ୍ୟ ମାଗଣା
Advertisement
Article Detail0/zeeodisha/odisha2409968

Airtel ଠାରୁ ୩୦୦ ଟଙ୍କା ଶସ୍ତା ଏହି ପ୍ଲାନ୍, ଗୋଟିଏ ବର୍ଷ ମିଳିବ ବୈଧତା, ହଟଷ୍ଟାର ମଧ୍ୟ ମାଗଣା

Best Recharge Plan: ଏୟାରଟେଲ ଠାରୁ ଭୋଡାଫୋନ୍-ଆଇଡିଆର ଏହି ୩୦୦ ଟଙ୍କା ଶସ୍ତା ପ୍ଲାନରେ ଡିଜନି + ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି। ଏହି ପ୍ଲାନରେ କମ୍ପାନୀ ୩୬୫ ଦିନର ବୈଧତା ଦେଉଛି। ଏହା ସମେତ ଏଥିରେ ପ୍ରିତି ଦିନ ମାଗଣା କଲିଂ ଓ ୨ ଜିବି ଡାଟା ମଧ୍ୟ ପ୍ରଦାନ କରେ।

 

Best Recharge Plan

Mobile Recharge Plans: ଆପଣ ଯଦି ଲମ୍ବା ବୈଧତା ଓ ଅନେକ ଡାଟା  ଚାହୁଁଛନ୍ତି, ତେବେ ଭୋଡାଫୋନ୍-ଆଇଡିଆର ବାର୍ଷିକ ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ। କମ୍ପାନୀର ପୋର୍ଟଫୋଲିଓରେ ଅନେକ ବାର୍ଷିକ ରିଚାର୍ଜ ପ୍ଲାନ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ Vi ର ୩୬୯୯ ଟଙ୍କା ପ୍ରିପେଡ୍ ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ କମ୍ପାନୀ ୩୬୫ ଦିନର ବୈଧତା ସହିତ ପ୍ରତିଦିନ 2 GB ଡାଟା ପ୍ରଦାନ କରୁଛି। ପ୍ଲାନର ବିଶେଷତା ହେଉଛି ଏଥିରେ ଆପଣ ଏକ ବର୍ଷ ପାଇଁ ଡିସ୍ନି + ହଟଷ୍ଟାରକୁ ମାଗଣା ସବସ୍କ୍ରିପସନ୍  ମଧ୍ୟ ପାଇବେ। କମ୍ପାନୀର ଏହି ପ୍ଲାନ୍ ଏୟାରଟେଲର ୩୯୯୯ ଟଙ୍କା ପ୍ଲାନକୁ କଡା ଟକ୍କର ଦେଇଥାଏ । ଏୟାରଟେଲର ଏହି ପ୍ଲନା ମଧ୍ୟ ଲାଭ ଦୃଷ୍ଟିରୁ Vi ଠାରୁ ପଛରେ ନାହିଁ। ଆସନ୍ତୁ ଏହି ଦୁଇଟି ପ୍ଲାନ ବିଷୟରେ ବିସ୍ତୃତ ଭାବରେ ଜଣାଉଛୁ।

ଭୋଡାଫୋନ୍-ଆଇଡିଆ ୩୬୯୯ ଟଙ୍କା ପ୍ଲାନ୍
ଏହି ପ୍ଲାନରେ କମ୍ପାନୀ ୩୬୫ ଦିନ ସର୍ଭିସ୍ ଭାଲିଡିଟି ପ୍ରଦାନ କରୁଛି । ଏହି ପ୍ଲାନରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣ ପ୍ରତିଦିନ 2GB ଡାଟା ପାଇବେ। ଏହି ପ୍ଲାନ ଦେଶର ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ଦେଇଥାଏ। ଏଥିରେ ଆପଣ ପ୍ରତିଦିନ ୧୦୦ ମାଗଣା SMS ମଧ୍ୟ ପାଇବେ। ଏହି ପ୍ଲାନ ଅନେକ ବଡ଼ ଅତିରିକ୍ତ ଲାଭ ସହିତ ଆସିଥାଏ। ଏଥିରେ ଆପଣ ବିଙ୍ଗ୍ ଅଲ୍ ନାଇଟ୍ ଲାଭ ପାଇବ, ଯାହା ରାତି ୧୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଅସୀମିତ କଲିଂ ଦେଇଥାଏ। ଏହା ବ୍ୟତୀତ କମ୍ପାନୀ ୱିକେଣ୍ଡ୍ ଡାଟା ରୋଲଓଭର ଏବଂ ପ୍ଲାନରେ ଡାଟା ଡିଲାଇଟ୍ସ ପ୍ରଦାନ କରୁଛି। ପ୍ଲାନରେ ବିଶେଷ କଥା ହେଉଛି ଏଥିରେ ଡିସ୍ନି + ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ମଧ୍ୟ ଏକ ବର୍ଷ ପାଇଁ ଦିଆଯାଉଛି ।

ଏୟାରଟେଲର ୩୯୯୯ ଟଙ୍କା ରିଚାର୍ଜ ପ୍ଲାନ
କମ୍ପାନୀର ଏହି ପ୍ଲାନ ୩୬୫ ଦିନର ବୈଧତା ସହିତ ଆସିଥାଏ। ଏଥିରେ ଆପଣ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପ୍ରତିଦିନ ୨.୫ ଜିବି ଡାଟା ପାଇବେ। କମ୍ପାନୀର ସକ୍ରିୟ 5G ନେଟୱାର୍କ ଥିବା ଅଞ୍ଚଳରେ ରହୁଥିବା ଉପଭୋକ୍ତାମାନେ ମଧ୍ୟ ଅସୀମିତ 5G ଡାଟା ପାଇବେ। ଏହି ଯୋଜନା ପ୍ରତିଦିନ ୧୦୦ ମାଗଣା SMS ପ୍ରଦାନ କରେ। ଏହା ବ୍ୟତୀତ ଆପଣ ଏକ ବର୍ଷ ପାଇଁ ଡିଜନି + ହଟଷ୍ଟପ୍ ର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇବେ। ଏୟାରଟେଲ ଏକ୍ସଷ୍ଟ୍ରିମ ଆପ୍ ଡାଉନଲୋଡ୍ କରି ଆପଣ ମାଗଣା ଚଳଚ୍ଚିତ୍ର ଏବଂ ଟିଭି ଶୋ ଉପଭୋଗ କରିପାରିବେ। ମନେରଖନ୍ତୁ ଯେ ଆପଣ ଏଥିରେ ପ୍ରିମିୟମ୍ ବିଷୟବସ୍ତୁକୁ ଦେଖି ପାରିବେ ନାହିଁ। ଏହି ପ୍ଲାନରେ କମ୍ପାନୀ Apollo 24|7 Circle ର ମାଗଣା ଆକ୍ସେସ୍ ମଧ୍ୟ ଦେଉଛି।