Truong My Lan: ଭିଏତନାମ କୋଟିପତି ବ୍ୟବସାୟୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ; ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha2199892

Truong My Lan: ଭିଏତନାମ କୋଟିପତି ବ୍ୟବସାୟୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ; ଜାଣନ୍ତୁ କାହିଁକି

Vietnam Billionaire Truong My Lan: ଦେଶର ହୋଇଥିବା ବଡ଼ ଠକେଇ ମାମଲାରେ ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଏହି ମାମଲାର ଶୁଣାଣି ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ହୋ ଚି ମିନ୍ ସିଟି ସହର ସ୍ଥିତ କୋର୍ଟ କରିଥିଲେ।

Truong My Lan: ଭିଏତନାମ କୋଟିପତି ବ୍ୟବସାୟୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ; ଜାଣନ୍ତୁ କାହିଁକି

Vietnam Billionaire gets Death Sentence: ଭିଏତନାମରେ ଜଣେ କୋଟିପତି ବ୍ୟବସାୟୀଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ହେଲେ ଏହା ସତ୍ୟ। ଦେଶର ହୋଇଥିବା ସବୁଠାରୁ ବଡ ଠକେଇ ମାମଲାରେ ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଠକେଇ ମାମଲାରେ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ହୋ ଚି ମିନ୍ ସିଟି ସହର ସ୍ଥିତ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

"ଇଣ୍ଡିଆ ଟୁଡ଼େ" (India Today) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୨୦୨୨ ବର୍ଷରେ ଗିରଫ ହୋଇଥିଲେ ୬୭ ବର୍ଷୀୟ ଭିଏତନାମ କୋଟିପତି ବ୍ୟବସାୟୀ (Vietnamese Billionaire) ଟ୍ରୁଙ୍ଗ୍ ମାଇ ଲାନ୍ (Truong My Lan)। ଯିଏ ରିଅଲ୍ ଇଷ୍ଟେଟ୍ କମ୍ପାନୀ (Vietnamese Real Estate Company) "ୱାନ୍ ଥିନ୍ ଫାଟ" ଚେୟାରମ୍ୟାନ୍ (Van Thinh Phat Cahair) ଅଛନ୍ତି। ତାଙ୍କ ବିରୋଧରେ ୧୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଜାଲିଆତି କରିଥିବାର ଅଭିଯୋଗ ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧୦୪୨୪୭୫୦୦୦୦୦୦ ଟଙ୍କା। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (Associated Press News Agency) ରିପୋର୍ଟ ଅନୁସାରେ ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କ ଦ୍ୱାରା ହୋଇଥିବା ଜାଲିଆତି ଗତ ୨୦୨୨ ବର୍ଷରେ ଦେଶର ମୋଟ ଜିଡିପି ପରିମାଣର ପ୍ରାୟ ୩ ପ୍ରତିଶତ।

ଗତ ୨୦୨୨ ବର୍ଷରୁ ତୀବ୍ର ହୋଇଥିବା ଦୁର୍ନୀତି ନିବାରଣ ଅଭିଯାନରେ ତାଙ୍କ ଗିରଫଦାରୀ ଅନ୍ୟତମ ଘଟଣା ରହିଥିଲା। ଦୁର୍ନୀତି ନିବାରଣ ଅଭିଯାନ ସମ୍ପର୍କରେ କାର୍ଯ୍ୟକାରୀ ହେଉଥିବା ଅଭିଯାନର ନାଁ "ବ୍ଲେଜିଂ ଫର୍ଣ୍ଣେସ୍" (Blazing Furnace) ରଖାଯାଇଥିଲା। ଏହି ଅଭିଯାନ ଭିଏତନାମର ବରିଷ୍ଠ ରାଜନେତାଙ୍କୁ ମଧ୍ୟ ରକ୍ଷା କରିପାରି ନାହିଁ। ଭିଏତନାମ ରାଜନେତା ତଥା ଦେଶର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ସାଧାରଣ ସମ୍ପାଦକ (Vietnam Communist Party General Secretary) "ନଗୁଏନ ଫୁ ଟ୍ରୋଙ୍ଗ" (Nguyen Phu Trong) ଗତ ବର୍ଷ ନଭେମ୍ବର ମାସରେ କହିଥିଲେ ଯେ ଦୁର୍ନୀତି ନିବାରଣ ଅଭିଯାନ ଦୀର୍ଘକାଳ ଧରି ଜାରି ରହିବ। ଗତ ମାସରେ ଭୋ ଭାନ୍ ଥୁଆଙ୍ଗ (Vo Van Thuong) ଦୁର୍ନୀତି ବିରୋଧି ଅଭିଯାନରେ ଜଡିତ ହେବା ପରେ ଇସ୍ତଫା ଦେଇଥିଲେ।

"ୱାନ୍ ଥିନ୍ ଫାଟ" ହେଉଛି ଭିଏତନାମର ପ୍ରମୁଖ ରିଅଲ୍ ଇଷ୍ଟେଟ୍ କମ୍ପାନୀ। ଯାହାର ମୁଖ୍ୟ ପ୍ରକଳ୍ପ ହେଉଛି ବିଳାସପୂର୍ଣ୍ଣ ଆବାସିକ କୋଠା, ଅଫିସ୍, ସପିଂ ସେଣ୍ଟର ଏବଂ ହୋଟେଲ। ଏହି ଠକେଇର ପରିମାଣ ବିଶ୍ଳେଷକଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଥିଲା। କାରଣ ଯେତେବେଳେ ଭିଏତନାମ ନିଜକୁ ନିବେଶକଙ୍କ ପାଇଁ ବିକଳ୍ପ ସ୍ଥାନ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଥିଲା। ଅନ୍ୟପକ୍ଷରେ ସେତେବେଳେ ନିବେଶକ ଚୀନ୍ ଠାରେ ସେମାନଙ୍କ ଯୋଗାଣ ଶୃଙ୍ଖଳାକୁ ହ୍ରାସ କରିବାକୁ ଚେଷ୍ଟା କରୁଥିଲେ। 

ଗତ ବର୍ଷ ପ୍ରାୟ ୧୩୦୦ କମ୍ପାନୀ ସଂସ୍ଥା ଭିଏତନାମ ରିଏଲ୍ ଇଷ୍ଟେଟ୍ ବଜାରରୁ ନିଜକୁ ପ୍ରତ୍ୟାହାର କରିନେଇଥିଲା। ଯେଉଁ ସଂସ୍ଥା ରିଏଲ୍ ଇଷ୍ଟେଟ୍ କାରାବାର ସହ ଜଡ଼ିତ ରହିଥିଲା। ବଜାରରୁ ବିପୁଳ ପରିମାଣର କମ୍ପାନୀ ବାହାରିଯିବା  ଭିଏତନାମ ରିଏଲ୍ ଇଷ୍ଟେଟ୍ ବଜାର ପାଇଁ ଏକ ବଡ଼ ଝଟକା ସଦୃଶ୍ୟ ହୋଇଥିଲା।

ସ୍ଥାନୀୟ ସରକାରୀ ଗଣମାଧ୍ୟମ ଅନୁଯାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ରିହାତି ଏବଂ ସୁନା ଉପହାର ଭାବେ ପ୍ରଦାନ କରୁଛନ୍ତି। ଦେଶର ଆର୍ଥିକ ରାଜଧାନୀ ହୋ ଚି ମିନି ସିଟି ଠାରେ ଦୋକାନ ଘର ପାଇଁ ଏକ ତୃତୀୟାଂଶ ମୂଲ୍ୟ ହ୍ରାସ ସତ୍ତ୍ୱେ ସହରରେ ଅନେକ ସପିଂ ସେଣ୍ଟର ଖାଲି ରହିଛି।