Odisha News: ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Advertisement
Article Detail0/zeeodisha/odisha2386441

Odisha News: ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଲଗାତାର ଭାବେ ଭିଜିଲାନ୍ସ ସକ୍ରିୟ ଭାବେ ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ଘରେ ଚଢାଉ ଜାରି ରଖିଛି। ଭୂତତ୍ୱବିତଙ୍କ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ। ତେବେ ଏହି ଚଢାଉ ସମୟରେ କାହା ଘରୁ ପୁଳାପୁଳା ସୁନା ଅଳଙ୍କାର ତ ଆଉ କାହା ନିକଟରୁ ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର, ଅଗଣତି ସମ

Odisha News: ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha News: ଭୁବନେଶ୍ୱର: ଲଗାତାର ଭାବେ ଭିଜିଲାନ୍ସ ସକ୍ରିୟ ଭାବେ ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ଘରେ ଚଢାଉ ଜାରି ରଖିଛି। ଭୂତତ୍ୱବିତଙ୍କ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ। ତେବେ ଏହି ଚଢାଉ ସମୟରେ କାହା ଘରୁ ପୁଳାପୁଳା ସୁନା ଅଳଙ୍କାର ତ ଆଉ କାହା ନିକଟରୁ ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର, ଅଗଣତି ସମ୍ପତିର ତାଲିକା। ତେବେ ବାବୁ ମାନଙ୍କ ସମ୍ପତ୍ତି ଦେଖି ଭିଲିଲାନ୍ସ ଅଧିକାରୀଙ୍କ ସହିତ ସାଧାରଣ ଲୋକ ବି ବେଶ ତାଜୁବ ହୋଇଯାଉଛନ୍ତି। ଏହି କ୍ରମରେ ଆଜି କେନ୍ଦ୍ରାପଡ଼ାରେ ଜଣେ ଯୋଗାଣ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରିଛି। 

କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପ୍ରଦୀପ ମହାପାତ୍ରଙ୍କ ଘରେ ଚଢାଉ କରିଛି। ଏକ ସଙ୍ଗେ କଟକ ନୂଆପଡାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର, ଭୁବନେଶ୍ୱରର ଲିଙ୍ଗିପୁର ସ୍ଥିତ ବାସଭବନ, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡାରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି। 

ସୂଚନା ଯୋଗ୍ୟ ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା। ପରେ ଘଟଣା ତଦନ୍ତ କରାଯାଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହି ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସଅଧିକାରୀ ସାମିଲ ହୋଇଛନ୍ତି।