ଏବେ ସୋସିଆଲ ମିଡିଆରେ ଗଞ୍ଜାମର ଏକ ପୋଖରୀ ଭିତର ଦୃଶ୍ୟ ଭାଇରାଲ ହେଉଛି। ଭିଡିଓରେ ଦୁଇଟି ସାପ ପ୍ରଣୟ କରୁଥିବା ଦେଖିବାକୁ ମିଳୁଛି।
Trending Photos
ବ୍ରହ୍ମପୁର: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ପ୍ରାୟ ସମସ୍ତ ଘଟଣା, ଦୁର୍ଘଟଣା ଭାଇରାଲ ହେଉଛି। ନିମିସକମାତ୍ରେ ଏକ ନିର୍ଦ୍ଧିଷ୍ଟ ତଥ୍ୟ ନିଆଁ ଭଳି ଚାରିଆଡେ ବ୍ୟାପୀ ଯାଉଛି। କିଛି କ୍ଷେତ୍ରରେ ଏହାର ସକରାତ୍ମକ ପ୍ରଭାବ ପକାଉଥିବା ବେଳେ କିଛି ନକରାତ୍ମକ ପ୍ରଭାବ ମଧ୍ୟ ରହିଛି। ଏବେ ସୋସିଆଲ ମିଡିଆରେ ଗଞ୍ଜାମର ଏକ ପୋଖରୀ ଭିତର ଦୃଶ୍ୟ ଭାଇରାଲ ହେଉଛି। ଭିଡିଓରେ ଦୁଇଟି ସାପ ପ୍ରଣୟ କରୁଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଦୁଇ ମିନିଟ ୧୦ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦୁଇଟି ଢମଣା ସାପ ପ୍ରଣୟ କରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ନନ୍ଦିଗୋର ଗାଁ ପୋଖରୀର ବୋଲି କୁହାଯାଉଛି। କେହି ଜଣେ ଗ୍ରାମବାସୀ ସାପଙ୍କ ମିଳନ ସମୟରେ ଭିଡିଓ ରେକଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ତାହା ଭାଇରାଲ ହେବାରେ ଲାଗିଛି।
Also Read: ବିଧାନସଭାରେ କୁର୍ତ୍ତା ଟେକି ଏମିତି କରୁଥିଲେ ବିଧାୟକ, ଭିଡିଓ ଭାଇରାଲ
ଭାଇରାଲ ଭିଡିଓକୁ ନାଗ ନାଗୁଣୀ ଖେଳ ବୋଲି ଲୋକେ କହୁଛନ୍ତି। କିନ୍ତୁ ପ୍ରକୃତରେ ସେଇଟା ଢମଣା ଯୋଡି ବୋଲି ପ୍ରାଣୀ ବିଶେଷଜ୍ଞ କହିଛନ୍ତି। ଭାରତରେ ସାଧାରଣତଃ ସାପମାନେ ଭୁପୃଷ୍ଟରେ ମିଳନ କରିନ୍ତି। କିନ୍ତୁ ଏଠାରେ ପାଣି ଭିତରେ ଢମଣା ଯୁଗଳ ପ୍ରଣୟ ମୁଦ୍ରାରେ ଦେଖିବାକୁ ମିଳିଛି। ଏହା ନିହାତି ଭାବେ ଏକ ବିରଳ ଦୃଶ୍ୟ। ତଥାପି ପୂର୍ବରୁ ମଧ୍ୟ ଅନେକ ଥର ପାଣିରେ ଏଭଳି ମିଟିଂ ଭିଡିଓ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ସାପ ଏକ ଥଣ୍ଡା ରକ୍ତର ଶରୀସୃପ। ଶୀତ ଗଲାପରେ ଅର୍ଥିତ ବସନ୍ତ ଋତୁ ଆରମ୍ଭରୁ ସାପଙ୍କ ପ୍ରଣୟ ପ୍ରକ୍ରିୟା ଆରମ୍ଭ ହୁଏ। ଜଳବାୟୁ ଅନୁସାରେ ଭିନ୍ନ ଭିନ୍ନ ଅଞ୍ଚଳରେ ସମୟ ବଳିଥାଏ। ଭାରତରେ ସାପଙ୍କ ମିଟିଂ ସମୟ ଫେବୃଆରୀ ମଧ୍ୟରୁ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲେ। ଏହାପରେ ଜୁନ ବେଳକୁ ସାପ ଅଣ୍ଡା ଦିଏ। ଏହି ସମୟରେ ସର୍ପ ଯୁଗଳ ଦେଖିବା ଏକ ସାଧାରଣ ଘଟଣା। ତେବେ ସେମାନଙ୍କୁ ଏଥିରେ ବାଧା ନଦେବାକୁ ସର୍ପ ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।