Cyclone Mocha in odisha: ୭ରେ ଲଘୁଚାପ, ୯ରେ ବାତ୍ୟା ଆଶଙ୍କା! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
Advertisement
Article Detail0/zeeodisha/odisha1680002

Cyclone Mocha in odisha: ୭ରେ ଲଘୁଚାପ, ୯ରେ ବାତ୍ୟା ଆଶଙ୍କା! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Cyclone Mocha: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ସୃଷ୍ଚି ହେଉଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୃଷ୍ଚି  ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଏହି ସମୟରେ ୪୦-୫୦ କିମି ବେଗରେ ପବନ ବୋହିପାରେ । 

ସୌ(ସୋସିଆଲ ମିଡିଆ)

Cyclone Mocha: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରେ ସୃଷ୍ଚି ହେଉଥିବା ଘୂର୍ଣ୍ଣିବଳୟ (cyclone storm) ବାତ୍ୟାର (cyclone) ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (Indian Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୃଷ୍ଚି  ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଏହି ସମୟରେ ୪୦-୫୦ କିମି ବେଗରେ ପବନ ବୋହିପାରେ । ସେପଟେ ୮ ତାରିଖରେ ଏହି ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପରେ ଆସନ୍ତା ୯ ତାରିଖରେ ବଙ୍ଗୋପସାଗରେ ବାତ୍ୟା “ମୋଚା” (cyclone mocha ) ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ତେବେ ଏହାର ଗତିପଥ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାଣିପାଗ ସଂସ୍ଥା ୱିଣ୍ତିର ଦୁଇଟି ମଡ଼େଲର ଆକଳନ ଅନୁସାରେ ସାମ୍ଭାବ୍ୟ ବାତ୍ୟା “ମୋଚା” (cyclone mocha ) ମଇ ୧୨ ତାରିଖରେ ବାଂଲାଦେଶ ଓ ମିଆଁମାର ମଝିରେ ସ୍ଥଳଭାଗ ଛୁଇଁପାରେ ।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra) କହିଛନ୍ତି ଯେ, ସମୁଦ୍ରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ୭ ତାରିଖରୁ ବଙ୍ଗୋପସାଗରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ । ଏହାର ପ୍ରଭାବରେ ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ଛୁଇଁପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ (fisherman) ୭ ତାରିଖରୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ସର୍ତକ ସୂଚନା ଜାରି କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ୭ ତାରିଖ ପୂର୍ବରୁ କୂଳକୁ ଫେରି ଆସିବା ନେଇ ପରାମର୍ଶ ଦିଆଯାଇଛି । ସମସ୍ତେ ଜାଣନ୍ତି ଓଡ଼ିଶାରେ ପ୍ରାୟତଃ ବାତ୍ୟା (Cyclone) ଅକ୍ଟୋବର ମାସରେ ହୋଇଥାଏ ହେଲେ ଗତ କିଛିବର୍ଷ ହେବ ମଇ ମାସ ଅର୍ଥାତ୍ ଗ୍ରୀଷ୍ମ ଦିନରେ ଓଡ଼ିଶାକୁ ବାତ୍ୟା ଭୟ ରହୁଛି। ଏହି କାରଣରୁ ସରକାର ମଧ୍ୟ ଟେନସନରେ । ହେଲେ ଗତ ମଙ୍ଗଳବାର ଦିନ ବାତ୍ୟା ପ୍ରବଣ ମଇ ମାସ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୧ଟି ବିଭାଗ ସହ ସମସ୍ତ ଜିଲ୍ଲାପାଳଙ୍କୁ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପ୍ରେସ୍ ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (Special Relief Commissioner) ସୂଚନା ଦେଇଛନ୍ତି ଯେ, ଏମିତି ଅନେକ ଥର ଦେଖାଯାଇଛି ଯେ ମେ ମାସରେ ବାତ୍ୟା ହୋଇଛି । ସେହି କାରଣରୁ ଆମେ ମଧ୍ୟ ପ୍ରସ୍ତୁତି କରିଛୁ। ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ସୋମବାର ଦିନଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଚାଲିଛି।  କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତାଘାଟ, ବିଜୁଳି ଓ ଗଛ ଉପୁଡି଼ବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।

Also Read-Accident News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର, ହୃଦୟ ବିଦାରକ ଥିଲା ଦେଢବର୍ଷ ଶିଶୁର ମୃତ୍ୟୁ

Also Read-Today Gold Price: ସର୍ବକାଳୀନ ରେକର୍ଡ ଦର ଛୁଇଁଲା ସୁନା, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ପ୍ରତି ଭରି