Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ
Advertisement
Article Detail0/zeeodisha/odisha1782916

Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

Weather Update:  ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା (rain) । ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) । ପ୍ରବଳ ବର୍ଷା ନେଇ ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ(yellow alert) ଜାରି କରାଯାଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଉପୁଜିପାରେ ଜଳବନ୍ଦୀ ସମସ୍ୟା । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ(Monsoon ) । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା (rain) । ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) । ପ୍ରବଳ ବର୍ଷା ନେଇ  ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ(yellow alert) ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା , ସୁନ୍ଦରଗଡ, ସମ୍ବଲପୁର, ନୂଆପଡା ,ଦେବଗଡ ,ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡା, ବରଗଡ଼, କନ୍ଧମାଳ ।  ସେହିପରି ୧୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକାଂଶ ସ୍ଥାନରେ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷାନେଇ ସତର୍କତା ଜାରି ହୋଇଛି । ଲଗାଣ ବର୍ଷା ଦ୍ବାରା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଉପୁଜିପାରେ ଜଳବନ୍ଦୀ ସମସ୍ୟା । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

 

Also Read: Kedarnath Temple: କେଦାରନାଥକୁ ଫୋନ୍ ମନା, ଏଣିକି ପାରମ୍ପାରିକି ପୋଷାକ ପିନ୍ଧିଲେ ମନ୍ଦିରକୁ ମିଳିବ ଏଣ୍ଟ୍ରି

Also Read: Puri News: ଆଜି ଶ୍ରୀଜିଉଙ୍କ ଚିତାଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯାହା ୧୯ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ବଙ୍ଗୋପସାଗରରେ ଲଘୁଚାପ, ଉତ୍ତର ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉତ୍ତର ଓଡିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଛି ଲଘୁଚାପ। ଯାହା ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୦ ତାରିଖରୁ ରାଜ୍ୟରେ  ବର୍ଷାର ପରିମାଣ ବଢିବ। ତେବେ ଜୁନ ୧ ରୁ ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫. ୧ ମିଲିମିଟର ବର୍ଷା ରେକର୍ଡ  କରାଯାଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୩ ପ୍ରତିଶତ ନିଅଣ୍ଟିଆ ରହିଛି । ଗତ ୨୪ ଘଣ୍ଟାର ବର୍ଷା ୫ ପ୍ରତିଶତ ନିଅଣ୍ଟିଆ ବର୍ଷାକୁ ଭରଣା କରିଛି । ତେବେ ଆଗକୁ ହେବାକୁ ଥିବା ଲଘୁଚାପ ଏହି ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା କରାଯାଉଛି । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା କାରଣରୁ, ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଓ ଦଳେଇ ଘାଇ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ ସୃଷ୍ଟି (breach) ହୋଇଛି।  ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ (Cuttack-Jagatsinghpur) ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଛି । ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବା ବେଳେ ତରିକୁନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ପାଣି ପଶିଯାଇଛି। ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ  ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଲୋକେ ପାଣି ଭିତରେ ପଶି ଘରକୁ  ଯିବା ଆସିବା କରୁଛନ୍ତି । ତେବେ, ମୌମୁମୀ ଆରମ୍ଭରୁ ଏଭଳି ବନ୍ୟା ପରିସ୍ଥିତି (Odisha flood) ସୃଷ୍ଟି ହୋଇଥିବା ନେଇ ଲୋକଙ୍କ ମନରେ ଛନକା ପଶିଛି।