ସାଇବର ଅପରାଧକୁ ନେଇ ଓ୍ୱେବିନାର, ତୃଣମୂଳ ସ୍ତରରୁ ଏହାକୁ କିପରି ରୋକାଯିବା ଉପରେ ଆଲୋଚନା
Advertisement
Article Detail0/zeeodisha/odisha1348962

ସାଇବର ଅପରାଧକୁ ନେଇ ଓ୍ୱେବିନାର, ତୃଣମୂଳ ସ୍ତରରୁ ଏହାକୁ କିପରି ରୋକାଯିବା ଉପରେ ଆଲୋଚନା

ସାଇବର ଠକଙ୍କ ଠକେଇର ରାଜଧାନୀ ପାଲଟିଛି ରାଜଧାନୀ ଭୁବନେଶ୍ଵର। ସତେ ଯେମିତି କେବଳ ଭୁବନେଶ୍ଵର ଲୋକଙ୍କୁ ଠକିବା ଅତି ସହଜ। ଭୁବନେଶ୍ବର କମିସନରେଟ ପୋଲିସର ତଥ୍ୟ ଅନୁସାରେ ରାଜ୍ୟର ମୋଟ ଠକେଇର ୮୭ ପ୍ରତିଶତ କେବଳ ଭୁବନେଶ୍ବରରୁ ହୋଇଛି । ତେଣୁ ଏହା ସ୍ପଷ୍ଟ ଯେ ସାଇବର ଠକଙ୍କ ହଟ ସ୍ପଟ୍ ଭୁବନେଶ୍ବର। ଏଭଳି ମାମଲା ବାରମ୍ବାର ହେଉଥିଲେ ବି ଲୋକେ ସଚେତନ ହେଉନାହାନ୍ତି । ବରଂ ବେଶି ବେଶି ଲୋକ ସାଇବର ଠକଙ୍କ ଫାଶରେ ଫସି ଯାଉଛନ୍ତି । 

ସାଇବର ଅପରାଧକୁ ନେଇ ଓ୍ୱେବିନାର, ତୃଣମୂଳ ସ୍ତରରୁ ଏହାକୁ କିପରି ରୋକାଯିବା ଉପରେ ଆଲୋଚନା

ହାଇଦ୍ରାବାଦ: ଦେଶରେ କ୍ରମାଗତ ଭାବେ ସାଇବର ଅପରାଧ ବୃଦ୍ଧି ପାଉଛି। ବିଭିନ୍ନ ଉପାୟରେ ଲୋକମାନଙ୍କ ଠାରୁ ଅପରାଧୀମାନେ ଠକି ନେଉଛନ୍ତି କୋଟି କୋଟି ଟଙ୍କା। ବିଭିନ୍ନ ଉପାୟରେ ଲୋଭନୀୟ ଅଫର ଦେଇ ସାଧାରଣ ଲୋକମାନଙ୍କୁ ଠକୁଛନ୍ତି। ଏହି ସାଇବର ଅପରାଧୀଙ୍କୁ ଗିରଫ କରିବା ପୋଲିସ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ତେବେ ସାଇବର କ୍ରାଇମକୁ କିପରି ରୋକି ହେବ ତାହା ଉପରେ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ବିଭିନ୍ନ ପ୍ରକାର ଆଇଟି କମ୍ପାନୀ ଗୁଡ଼ିକ ଏହା ଉପରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ସାଇବର କ୍ରାଇମକୁ କିପରି ରୋକିହେବ ତାହା ଉପରେ ପ୍ରିୟାକ୍ୟୁବିଟ ଆଇଟି କମ୍ପାନୀ ଦ୍ୱାରା ଏକ ଓ୍ୱେବମିନାର ଅନୁଷ୍ଠିତ ହୋଇ ଯାଇଛି। 

ଓ୍ୱେବମିନାରରେ ଯୋଗଦେଇଥିବା ଅତିଥିମାନେ ଏହା ଉପରେ ଆଲୋଚନା କରିଥିଲେ। ସାଇବର କ୍ରାଇମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରିଥିଲେ। ଯୋଗଦେଇଥିବା ଜିନ୍ଦଲ କମ୍ପାନୀରେ କାର୍ଯ୍ୟରତ ବରିଷ୍ଠ ଇଞ୍ଜିନିୟର ହିମାଙ୍ଗିନୀ ଏହାକୁ କିପରି ତୃଣମୂଳସ୍ତରରେ ରୋକି ହେବ ତାହା ଉପରେ ଆଲୋଚନା କରିଥିଲେ। ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏହି ସାଇବର କ୍ରାଇମ କଣ, କିପରି ହୋଇଥାଏ, କେଉଁମାନେ ଏହାର ଶିକାର ହୋଇଥାନ୍ତି, କେଉଁ ମାଧ୍ୟମରେ ସାଇବର ଅପରାଧୀମାନେ ଠକିଥାନ୍ତି ତାହା ଉପରେ ସବିଶେଷ ଆଲୋଚନା କରିଥିଲେ। 

ସୂଚନାଯୋଗ୍ୟ ଏକ ରିପୋର୍ଟ ଅନୁଯାୟୀ ଭୁବନେଶ୍ଵରରେ ଏବେ ଏହି ଠକେଇ ମାତ୍ରାଧିକ ପରିମାଣରେ ବଢ଼ି ଯାଇଛି। ଗତ ୫ ମାସର ତଥ୍ୟରୁ ଏହା ଅନୁମେୟ । ଏହି ୫ ମାସ ଭିତରେ ସାଢ଼େ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୫ କୋଟି ଟଙ୍କା ସାଇବର ଠକଙ୍କ ଖାତାକୁ ଚାଲିଯାଇଛି । ସମଗ୍ର ରାଜ୍ୟରେ ସାଢ଼େ ୧୭ ଶହ ମାମଲା ହୋଇଥିବା ବେଳେ କେବଳ ରାଜଧାନୀରେ ୧୫୩୭ ମାମଲା ରୁଜୁ ହୋଇଛି ।

ସାଇବର ଠକଙ୍କ ଠକେଇର ରାଜଧାନୀ ପାଲଟିଛି ରାଜଧାନୀ ଭୁବନେଶ୍ଵର। ସତେ ଯେମିତି କେବଳ ଭୁବନେଶ୍ଵର ଲୋକଙ୍କୁ ଠକିବା ଅତି ସହଜ। ଭୁବନେଶ୍ବର କମିସନରେଟ ପୋଲିସର ତଥ୍ୟ ଅନୁସାରେ ରାଜ୍ୟର ମୋଟ ଠକେଇର ୮୭ ପ୍ରତିଶତ କେବଳ ଭୁବନେଶ୍ବରରୁ ହୋଇଛି । ତେଣୁ ଏହା ସ୍ପଷ୍ଟ ଯେ ସାଇବର ଠକଙ୍କ ହଟ ସ୍ପଟ୍ ଭୁବନେଶ୍ବର। ଏଭଳି ମାମଲା ବାରମ୍ବାର ହେଉଥିଲେ ବି ଲୋକେ ସଚେତନ ହେଉନାହାନ୍ତି । ବରଂ ବେଶି ବେଶି ଲୋକ ସାଇବର ଠକଙ୍କ ଫାଶରେ ଫସି ଯାଉଛନ୍ତି । ଆଶ୍ଚର୍ଯ୍ୟର କଥା ସାଇବର ଠକଙ୍କ ଜାଲରେ ବହୁ ଶିକ୍ଷିତ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଧିକ ଫସୁଛନ୍ତି । ପୋଲିସର ତଥ୍ୟ ଅନୁସାରେ ଡାକ୍ତର , ଇଂଜିନିୟର୍ , ଅବସରପ୍ରାପ୍ତ ସେନା ଅଧିକାରୀ , ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏଭଳି ଠକାମିର ଶିକାର ହେଉଛନ୍ତି । ତେଣୁ ଆପଣ ଏଣିକି ଅଧିକ ସାବଧାନ ରୁହନ୍ତୁ।  ଏକ୍ସପର୍ଟ ଙ୍କ କଥା ମାନନ୍ତୁ ।

ସୂଚନା ଅନୁସାରେ ଗତ ଜୁଲାଇ ମାସରେ ସର୍ବାଧିକ ୧.୩୮ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା । ଜୁନ୍‌ରେ କୋଟିଏ ୬ଲକ୍ଷ , ମେ’ରେ ୯୫ ଲକ୍ଷ ୭୫ ହଜାର , ଅଗଷ୍ଟରେ ୮୦ଲକ୍ଷ ଟଙ୍କା ଏବଂ ଏପ୍ରିଲ୍‌ରେ ୭୬ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଏପ୍ରିଲ୍‌ରେ ସମଗ୍ର ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୨୬୧ ମାମଲା । ସେଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି । ସେହିପରି ୭୩ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା। ତେବେ ଅଭିଯୋଗକାରିମାନଙ୍କୁ ପାଖାପାଖି ୯ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍ କରାଯାଇପାରିଥିଲା । ମେ ’ ମାସରେ ସାରା ରାଜ୍ୟରୁ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ଵରରୁ ଥିଲା ୩ ଶହ ସେଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରିପୋର୍ଟ ହୋଇଛି ।

ସେହିପରି ୧୧୦ଟି ଅନ୍‌ଲାଇନ ଠକେଇ ଅଭିଯୋଗ ହୋଇଛି। ତେବେ ପାଖାପାଖି ୭ଲକ୍ଷ ୬୯ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୬୭ ହଜାର ଟଙ୍କା ବ୍ଲକ୍ କରାଯାଇଥିଲା। ସେହିଭଳି ଜୁନ୍ ମାସରେ ମୋଟ ୩୯୦ ଅଭିଯୋଗ ମଧ୍ୟରୁ ଭୁବନେଶ୍ୱରରୁ ଥିଲା ୩୫୭ଟି ଅଭିଯୋଗ । ମୋଟ କୋଟିଏ ୬ଲକ୍ଷ ୭ଶହ ୬୯ଟଙ୍କା ଠକେଇ ହୋଇଥିବା ରେକର୍ଡ କରାଯାଇଥିଲା । ଗତ ୫ମାସର ଏହି ତଥ୍ୟକୁ ତର୍ଜମା କଲେ ରାଜଧାନୀରେ ଠକେଇ ପରିମାଣ ବଢୁଥିବା ଦେଖିବାକୁ ମିଳୁଛି । ଉଦ୍‌ବେଗର ବିଷୟ ହେଉଛି , ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଠକଙ୍କୁ ଧରିବା ତ ଦୂରର କଥା ପୁଲିସ ମାମଲା ରୁଜୁ କରୁନାହିଁ । ଗତ ମାସକରେ ୩୪୪ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୬ଟି ମାମଲା ପଞ୍ଜୀକୃତ ହୋଇଛି ।