Weight Loss: ଆଶ୍ଚର୍ଯ୍ୟ! ଏହି ସହଜ ଡାଏଟ୍ ପ୍ଲାନ୍ ଅନୁସରଣ କରି ୧୨୯ କିଲୋ ଓଜନ କମାଇଲେ ବ୍ୟକ୍ତି
Advertisement
Article Detail0/zeeodisha/odisha1614465

Weight Loss: ଆଶ୍ଚର୍ଯ୍ୟ! ଏହି ସହଜ ଡାଏଟ୍ ପ୍ଲାନ୍ ଅନୁସରଣ କରି ୧୨୯ କିଲୋ ଓଜନ କମାଇଲେ ବ୍ୟକ୍ତି

Weight Loss: ଏବେ ଇଣ୍ଟରନେଟରେ ଜଣେ ବ୍ୟକ୍ତିଙ୍କର ଫଟୋ ଭାଇରାଲ ହେଉଛି, ଯିଏ ଦାବି କରିଛନ୍ତି ଯେ ସେ କୌଣସି ଇଞ୍ଜେକ୍ସନ କିମ୍ବା ଅପରେସନ ବିନା ଓଜନ ହ୍ରାସ(Weight Loss) କରିଛନ୍ତି। ତାଙ୍କ କହିବା ଅନୁସାରେ, ପୂର୍ବରୁ ତାଙ୍କ ଓଜନ ୨୯୪ କିଲୋ ଗ୍ରାମ ଥିଲା ବର୍ତ୍ତମାନ ତାଙ୍କ ୧୩୦ କେଜି ଅଛି । ବିନା କୌଣସି କୃତ୍ରିମ ଉପାୟରେ ଜଣେ ବ୍ୟକ୍ତି କିପରି ୧୬୦ କେଜିରୁ ଉର୍ଦ୍ଧ୍ୱ ଓଜନ କମାଇଲେ ଏହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ସୌ(ସୋସିଆଲ ମିଡିଆ)

Weight Loss: ଅଧିକ ଓଜନ ତଥା ମେଦ ବହୁଳତାର ଶିକାର ବ୍ୟକ୍ତିମାନେ ରକ୍ତଚାପଠାରୁ ଆରମ୍ଭ କରି ମଧୁମେହ, ହୃଦଘାତ୍ ଓ ଯକୃତ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେଣୁ ଏହି ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ଏହିପରିକି ଲୋକମାନେ ମୁଖ୍ୟତଃ ପୂର୍ବରୁ କୃତ୍ରିମ ଉପାୟରେ ଓଜନ ହ୍ରାସ ନ କରିଥିବା ଲୋକମାନଙ୍କୁ ଅନୁସରଣ କରନ୍ତି। ଏବେ ଇଣ୍ଟରନେଟରେ ଜଣେ ବ୍ୟକ୍ତିଙ୍କର ଫଟୋ ଭାଇରାଲ ହେଉଛି, ଯିଏ ଦାବି କରିଛନ୍ତି ଯେ ସେ କୌଣସି ଇଞ୍ଜେକ୍ସନ କିମ୍ବା ଅପରେସନ ବିନା ଓଜନ ହ୍ରାସ(Weight Loss) କରିଛନ୍ତି। ତାଙ୍କ କହିବା ଅନୁସାରେ, ପୂର୍ବରୁ ତାଙ୍କ ଓଜନ ୨୯୪ କିଲୋ ଗ୍ରାମ ଥିଲା ବର୍ତ୍ତମାନ ତାଙ୍କ ୧୩୦ କେଜି ଅଛି । ବିନା କୌଣସି କୃତ୍ରିମ ଉପାୟରେ ଜଣେ ବ୍ୟକ୍ତି କିପରି ୧୬୦ କେଜିରୁ ଉର୍ଦ୍ଧ୍ୱ ଓଜନ କମାଇଲେ ଏହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ସୂଚନା ଅନୁସାରେ, ଆମେରିକାର ମିସିସିପିର ବାସିନ୍ଦା ଅଟନ୍ତି ନିକୋଲାସ(Nicholas Craft )। ତାଙ୍କର ଉଚ୍ଚତା ୫ ଫୁଟ ୯ ଇଞ୍ଚ। ନିକୋଲାସଙ୍କର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ, ତାଙ୍କର ଓଜନ କମିବା ପୂର୍ବର ଓ ପରର ଫଟୋ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ନିକୋଲାସ କୁହିଛନ୍ତି ଯେ, ପିଲାଟି ଦିନରୁ ଓଜନ ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡି଼ଛି। ବ୍ୟକ୍ତିଗତ ଭାବରେ ସେ ଆକ୍ଟିଭ ନଥିବାରୁ ତାଙ୍କର ଓଜନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। ଅଧିକ ଓଜନ ବଢିବା କାରଣରୁ ସାଧାରଣ ଜୀବନଯାପନ କରିବାରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ଥିଲା। ଏମିତିକି ସେ ପବ୍ଲିକ ଟ୍ରାନ୍ସପୋର୍ଟ ମଧ୍ଯ ବ୍ୟବହାର କରିପାରିଲେ ନଥିଲେ । ଧିରେ ଧିରେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ବଢିବା ସହ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବା ନେଇ ନିକୋଲାସ କହିଛନ୍ତି । ନିକୋଲାସ କହିଥିଲେ ଯେ, ୨୦୧୯ ମସିହାରେ ଜଣେ ଡାକ୍ତର ତାଙ୍କୁ କହିଥିଲେ କି, ଯଦି ସେ ଓଜନ ହ୍ରାସ ନ କରନ୍ତି ତାହେଲେ ଆଗାମୀ ୩ରୁ ୫ ବର୍ଷ ମଧ୍ୟରେ ତାଙ୍କର ମୃତ୍ୟୁ ହେବ। ଡାକ୍ତରଙ୍କ କଥା ଶୁଣି ନିକୋଲାସ ଡରି ଯାଇଥିଲେ ଓ ଏହି ଡର ହିଁ ତାଙ୍କୁ ତାଙ୍କର ଓଜନ ହ୍ରାସ କରିବା ପାଇଁ ପ୍ରେରଣା ଦେଇଥିଲା। ଅଧିକ ଦିନ ବଞ୍ଚିବା ପାଇଁ ଚାହୁଁଥିବାରୁ ସେ ତାଙ୍କର ମୋଟାପଣ(Obesity) କମାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ କହିବା ଅନୁସାରେ ସେ କୌଣସି ଡାଏଟ(Diet) ଆପଣାଇ ନାହାନ୍ତି। ନିଜର ଖାଇବା ପିଇବା ଅଭ୍ୟାସକୁ ବଦଳାଇ ସେ ଖାଉଥିବା ସୋଡା, ପାସ୍ତା, ତେଲ ଜାତୀୟ ଖାଦ୍ୟକୁ ଛାଡି ନିୟମିତ ଭାବେ ଫଳ, ପନିପରିବା ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ। ଏହାସହ ସେ କହିଛନ୍ତି ଯେ, ପ୍ରତିଦିନ ଚାଲିବା ସହ ବ୍ୟାୟାମ କରୁଥିଲେ। ଫଳରେ ତାଙ୍କ ଓଜନ କମିବାକୁ ଲାଗିଥିଲା। ଯେଉଁ ଦିନଠାରୁ ତାଙ୍କର ଓଜନ ହ୍ରାସ ହେଲା, ସେଦିନଠାରୁ ତାଙ୍କର ଶରୀରିକ ସମସ୍ୟା ଦୂର ହେବାରେ ଲାଗିଲା। ଶରୀର ଯନ୍ତ୍ରଣା ଓ ଶ୍ୱାସକ୍ରିୟା ସମସ୍ୟାରୁ ସେ ମୁକ୍ତି ପାଇଥିବା କହିଛନ୍ତି ।

ନିକୋଲାସ ଆଉ ମଧ୍ଯ କହିଛନ୍ତି ଯେ, ସେ ତାଙ୍କ ଖାଦ୍ୟ ଓ ପାନୀୟରେ ଅନେକ ପରିବର୍ତ୍ତନ କରିଛନ୍ତି କିନ୍ତୁ କେବେ ବି ଖାଇବା ବନ୍ଦ କରି ନାହାନ୍ତି। ଅଧିକ ବ୍ୟାୟାମ କରିବା ଆରମ୍ଭ କରିବା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲା। ଓଜନ ହ୍ରାସ କରିବା ପାଇଁ ସେ କୌଣସି ପ୍ରକାରର ସର୍ଜରୀ କିମ୍ବା କସମେଟିକ୍ ବ୍ୟବହାର କରି ନଥିବା କହିଛନ୍ତି। ଲୋକମାନେ କୃତ୍ରିମ ଉପାୟରେ ଓଜନ ହ୍ରାସ କରିବା ଅନୁଚିତ୍ କାରଣ ଏହା ବିପଜ୍ଜନକ ଅଟେ।

Also Read-Himachal Pradesh Budget: ମଦ ବଞ୍ଚାଇବ ଗାଈ! ଏହି ରାଜ୍ୟରେ ମଦ ଉପରେ ବର୍ତ୍ତମାନ ଆଦାୟ କରାଯିବ Cow Tax