Nostradamus predictions for 2023: ନାସ୍ତ୍ରୋଦାମାସଙ୍କ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ଯୁଦ୍ଧରେ ବିତିବ, ଅନ୍ଧାରରେ ବୁଡ଼ିବ ୨୦୨୩
Advertisement
Article Detail0/zeeodisha/odisha1509235

Nostradamus predictions for 2023: ନାସ୍ତ୍ରୋଦାମାସଙ୍କ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ଯୁଦ୍ଧରେ ବିତିବ, ଅନ୍ଧାରରେ ବୁଡ଼ିବ ୨୦୨୩

Nostradamus predictions for 2023: ଫ୍ରାନ୍ସର ଜଣାଶୁଣା ଭବିଷ୍ୟବାଣୀ କରୁଥିବା ନାସ୍ତ୍ରୋଦାମାସଙ୍କ ଭବିଷ୍ୟବାଣୀ ପ୍ରାୟତଃ ୯୦ ପ୍ରତିଶତ ସତ ସାବ୍ୟସ୍ତ ହୋଇଥାଏ। ୫୦୦ ବର୍ଷ ତଳୁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ୧୫୫୫ ମସିହାରେ ନାସ୍ତ୍ରୋଦାମାସଙ୍କ ଦ୍ୱାରା Les Propheties ନାମକ ପ୍ରକାଶିତ ଏକ ବହିରେ ସମଗ୍ର ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରାଯାଇଥିଲା। 

Nostradamus predictions for 2023: ନାସ୍ତ୍ରୋଦାମାସଙ୍କ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ଯୁଦ୍ଧରେ ବିତିବ, ଅନ୍ଧାରରେ ବୁଡ଼ିବ ୨୦୨୩

Nostradamus predictions for 2023: ନୂଆଦିଲ୍ଲୀ: ଫ୍ରାନ୍ସର ଜଣାଶୁଣା ଭବିଷ୍ୟବାଣୀ କରୁଥିବା ନାସ୍ତ୍ରୋଦାମାସଙ୍କ ଭବିଷ୍ୟବାଣୀ ପ୍ରାୟତଃ ୯୦ ପ୍ରତିଶତ ସତ ସାବ୍ୟସ୍ତ ହୋଇଥାଏ। ୫୦୦ ବର୍ଷ ତଳୁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ୧୫୫୫ ମସିହାରେ ନାସ୍ତ୍ରୋଦାମାସଙ୍କ ଦ୍ୱାରା Les Propheties ନାମକ ପ୍ରକାଶିତ ଏକ ବହିରେ ସମଗ୍ର ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରାଯାଇଥିଲା। ନାସ୍ତ୍ରୋଦାମାସଙ୍କ ଏହି ବହି ବର୍ତ୍ତମାନ ସମୟରେ ଯବବର୍ଗଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି। ଏହି ବହିରେ ପାଖାପାଖି ୯୪୨ଟି ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରୋଦାମାସ। ତେବେ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୩ ବର୍ଷ ପାଇଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ବର୍ଷଟି ସମଗ୍ର ବିଶ୍ୱ ପାଇଁ ଅଶାନ୍ତିର ବର୍ଷ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ନାସ୍ତ୍ରୋଦାମାସଙ୍କ ଭବିଷ୍ୟବାଣୀ ଅନୁଯାୟୀ ବର୍ଷ ୨୦୨୩ ଭୟାବହ ଯୁଦ୍ଧ ମଧ୍ୟରେ ବିତିବ। ଏପରିକି ଭବିଷ୍ୟତ ଅନ୍ଧକାରମୟ ରହିଥିବା ନେଇ ମଧ୍ୟ ସେ ଭବିଷ୍ୟବାଣୀ କରିଥିଲେ। 

ସେହିପରି ଏହି ବର୍ଷ ବିଶ୍ୱରେ ବଡ଼ ଯୁଦ୍ଧ ହେବା ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରୋଦାମାସ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୟୁକ୍ରେନ ଓ ଋଷ ମଧ୍ୟରେ ଜୋରଦାର ଯୁଦ୍ଧ ଲାଗି ରହିଛି। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ଯୁଦ୍ଧ ୨୦୨୩ରେ ଭୟଙ୍କର ରୂପ ନେବାର ଆଶଙ୍କା ରହିଥିବା ନେଇ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ରହିଛି। ସେପଟେ ନାସ୍ତ୍ରୋଦାମାସ ବଡ଼ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି। ନାସ୍ତ୍ରୋଦାମାସ ଆହୁରି ମଧ୍ୟ କହିଛନ୍ତି କି ଚଳିତ ବର୍ଷ ଆକାଶରୁ ଅଗ୍ନୀବର୍ଷା ହେବାର ସମ୍ଭାବନା ରହିଛି। ୨୦୨୩ ବର୍ଷ ସମଗ୍ର ବିଶ୍ୱ ପାଇଁ ଅଶୁଭ ରହିବ ବୋଲି ନାସ୍ତ୍ରୋଦାମାସ ଭବିଷ୍ୟବାଣୀ କରିଛନ୍ତି। ଏପରିକି ଏହାର ସୂଚନା ବାଇବେଲରେ ମଧ୍ୟ ଉଲ୍ଲେଖ ରହିଛି। 

ନାସ୍ତ୍ରୋଦାମାସଙ୍କ ଭବିଷ୍ୟବାଣୀ ଅନୁଯାୟୀ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିବାର ସଂକେତ ପ୍ରକାଶ କରିଛନ୍ତି। ଏହି ଭବିଷ୍ୟବାଣୀ ଗୁଡ଼ିକ ମଧ୍ୟରେ ମଙ୍ଗଳ ଗ୍ରହକୁ ଯିବା ଓ ସେଠାରେ ଜୀବନର ସତ୍ତା ଖୋଜିବାକୁ ପ୍ରୟାସ କରିବ ବୋଲି ନାସ୍ତ୍ରୋଦାମାସ ସଂକେତ ଦେଇଛନ୍ତି। ନିକଟରେ SpaceXର ପ୍ରତିଷ୍ଠାତା ତଥା ଟ୍ୱିଟର ନୂଆ ମାଲିକ ୨୦୨୯ ସୁଦ୍ଧା ମାନବ ଜଗତ ମଙ୍ଗଳ ଗ୍ରହରେ ପାଦ ଥାପିବେ ବୋଲି ସୂଚନା ଦେଇଥିଲେ। କୋରୋନା ମହାମାରୀ ପରେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଆର୍ଥିକ ସଂକଟ ଆଣିଦେବ। ଏକ ବୃହତ ଆର୍ଥିକ ସଂକଟ କାରଣରୁ ୨୦୨୩ରେ ଲୋକମାନଙ୍କୁ ସମସ୍ୟାର ସମ୍ମୁଖନ ହେବାକୁ ପଡ଼ିବ। 

ଏହାବି ପଢନ୍ତୁ : Baba Venga's Predictions: ଭାରତ ପାଇଁ କେମିତି ରହିବ ୨୦୨୩, କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ସେହିପରି ପାଣିପାଗକୁ ନେଇ ମଧ୍ୟ ନାସ୍ତ୍ରୋଦାମାସ ଭବିଷ୍ୟବାଣୀ କରିଛନ୍ତି। ଗ୍ଲୋବାଲ ଓ୍ୱାର୍ମିଂ କାରଣରୁ ବିଶ୍ୱ ବିଶେଷ ପ୍ରଭାବିତ ହେବନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ନାସ୍ତ୍ରୋଦାମାସଙ୍କ ଅନୁଯାୟୀ ୨୦୨୩ରେ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବ। ସମୁଦ୍ରର ସ୍ତରରେ ମଧ୍ୟ ବୃଦ୍ଧି ପାଇବ। ୨୦୨୩ରେ ଗ୍ଲୋବାଲ ଓ୍ୱାର୍ମିଂ କାରଣରୁ ସମସ୍ୟା ଆହୁରି ଜଟିଳ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।