Advertisement
Article Detail0/zeeodisha/odisha1505117
Zee OdishaOdisha TrendingBaba Vengas Predictions: ଭାରତ ପାଇଁ କେମିତି ରହିବ ୨୦୨୩, କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Baba Venga's Predictions: ଭାରତ ପାଇଁ କେମିତି ରହିବ ୨୦୨୩, କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

 ଭବିଷ୍ୟବାଣୀ ଅନୁଯାୟୀ ୨୦୨୩ ମସିହାରେ ପୃଥିବୀ ପୃଷ୍ଠରେ ଏକ ଭୟଙ୍କର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏହି ଘଟଣାରେ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ ରହିଥିବା ନେଇ ସେ ଭବିଷ୍ୟବାଣୀ କରିଛନ୍ତି। ଯାହାର ପ୍ରଭାବ ଜନଜୀବନ ଉପରେ ସିଧାସଲଖ ପଡ଼ିବ। 

Baba Venga's Predictions: ଭାରତ ପାଇଁ କେମିତି ରହିବ ୨୦୨୩, କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Baba Venga's Predictions:  ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ବେଶ ପ୍ରସିଦ୍ଧି ଲାଭ କରିଥିବା ଭବିଷ୍ୟକର୍ତ୍ତା ବୁଲଗେରିଆର ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଅଧିକାଂଶ ସମୟରେ ସତ ହୋଇଥାଏ। ତେବେ ଆସନ୍ତା ବର୍ଷ ଭାରତ ପାଇଁ କିଭଳି ରହିବ ସେନେଇ ମଧ୍ୟ ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ବର୍ଷ ଭାରତ ପାଇଁ ଖତରନାକ ଭବିଷ୍ୟବାଣୀ ଭେଙ୍ଗାବାବା। କହି ରଖୁଛୁ କୁ ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୨। ଆରମ୍ଭ ହେବ ବର୍ଷ ୨୦୨୩। ଏହି ନୂଆ ବର୍ଷକୁ ନେଇ ଅନେକ ଆଶା ସଞ୍ଚାର ମଧ୍ୟ କରାଯାଇଛି। ଏହାରି ମଧ୍ୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସମସ୍ତଙ୍କ ମନରେ ଛନକା ସୃଷ୍ଚି କରିଛି। ତେବେ ଆସନ୍ତୁ ଜାଣିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ଭାରତ ପାଇଁ କଣ ସବୁ ବିପଦ। 

ଭାରତକୁ ନେଇ ବାବା ଭେଙ୍ଗା ଭବିଷ୍ୟବାଣୀ କରିସାରିଛନ୍ତି। ୨୦୨୩ରେ ସୋଲାର ସୁନାମୀ ଆସିବା ନେଇ ଆଶଙ୍କା କରିଛନ୍ତି ବାବାଭେଙ୍ଗା। ଏହାର ପ୍ରଭାବରେ ବହୁମାତ୍ରାରେ ଧନ ଓ ଜନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏସିଆ ମହାଦ୍ୱୀପରେ କୌଣସି ଏକ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି।  ସେହିପରି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୩ରେ ବିନାଶକାରୀ ସୌର ଝଡ଼ ମଧ୍ୟ ଆସିବାର ସମ୍ଭାବନା ରହିଛି। ଏହି ସମୟରେ ସୂର୍ଯ୍ୟଙ୍କ ନିକଟରୁ ବାହାରୁଥିବା ଅତିବାଇଗଣି ରଶ୍ମୀର ପ୍ରଭାବ ମଧ୍ୟ ପୃଥିବୀ ଉପରେ ପଡ଼ିବାର ସମ୍ଭାବନା ରହିଛି। ଏପରିକି ନ୍ୟୁକ୍ଲିୟର ବିସ୍ଫୋରଣରୁ ସୃଷ୍ଚି ହେଉଥିବା ରେଡ଼ିଏସନ ସହିତ ମିଶି ଅତିବାଇଗଣି ରଶ୍ମୀ ପୃଥିବୀ ପୃଷ୍ଠରେ ଗୁରୁତର ଭାବେ ପ୍ରଭାବ ପକାଇବ। ଏହାର ପ୍ରଭାବରେ ପରମାଣୁ ବୋମା ମଧ୍ୟ ବିସ୍ଫୋରଣ ହେବାର ସମ୍ଭାବନା ରହିଛି। 

ସେହିପରି ଭବିଷ୍ୟବାଣୀ ଅନୁଯାୟୀ ୨୦୨୩ ମସିହାରେ ପୃଥିବୀ ପୃଷ୍ଠରେ ଏକ ଭୟଙ୍କର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏହି ଘଟଣାରେ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ ରହିଥିବା ନେଇ ସେ ଭବିଷ୍ୟବାଣୀ କରିଛନ୍ତି। ଯାହାର ପ୍ରଭାବ ଜନଜୀବନ ଉପରେ ସିଧାସଲଖ ପଡ଼ିବ। ବହୁ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିବ। 

Add Zee News as a Preferred Source

ଏଠାରେ କହି ରଖୁ କି ବାବା ଭେଙ୍ଗା ବୁଲେଗରିଆର ନିବାସୀ। ସେ ଜଣେ ଗରୀବ ମହିଳା ଥିଲେ। ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ। ୧୨ ବର୍ଷ ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ଉଭୟ ଆଖି ଖରାପ ହୋଇଯିବା କାରଣରୁ ସେ ଅନ୍ଧ ହୋଇ ଯାଇଥିଲେ। ତେବେ ତାଙ୍କ ଜନ୍ମ ୧୯୧୧ ମସିହା ଅକ୍ଟୋବର ୩ ତାରିଖରେ ହୋଇଥିଲା। ସେ ବୁଲଗେରିଆ ଅଞ୍ଚଳର କୋଝୁହ ପାହାଡ଼ର ରୁପାଇଟ ଅଞ୍ଚଳରେ ନିଜର ଜୀବନ ଅତିବାହିତ କରିଆସୁଥିଲେ। ତେବେ ୧୯୯୬ ମସିହା ଅଗଷ୍ଟ ମାସ ୧୧ ତାରିଖରେ ଦେହ ତ୍ୟାଗ କରିଥିଲେ। ତେବେ ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଦେଇ ଯାଇଛନ୍ତି। ତାଙ୍କର ସ୍ଥାନୀୟ ଅଞ୍ଚଳରେ ନାସ୍ତ୍ରୋଦାମସ ମଧ୍ୟ ଭାବେ ପରିଚୟ ଲାଭ କରିଥିଲେ। 

About the Author