E-WayBill India: ଏନେଇ ସିବିଆଇସି ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ପାଇଁ ଏହି ନୂତନ ନିୟମ ଲାଗୁ ହେବ।
Trending Photos
E-WayBill System: ଛୋଟ ସହରର ଗ୍ରାହକମାନେ ପ୍ରାୟତଃ ବିବାହ ପାଇଁ ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ସହରରୁ ଅଳଙ୍କାର କିଣିଥାନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉତ୍ତମ ଗୁଣ ଏବଂ ଡିଜାଇନ୍ ରହିଥିବା ଅଳଙ୍କାର କିଣିବା। ଅଦ୍ୟାବଧି ଏହି କାର୍ଯ୍ୟ ଅତ୍ୟନ୍ତ ସହଜ ଥିଲା। ଲୋକେ ବିନା ବାଧାରେ ଗହଣା କିଣୁଥିଲେ। ହେଲେ ସରକାର ଏବେ ଏକ ନୂତନ ନିୟମ ଆଣୁଛନ୍ତି। ଏହାର କାର୍ଯ୍ୟକାରିତା ପରେ ଗୋଟିଏ ରାଜ୍ୟରେ ଗହଣା କରି ଏହାକୁ ଅନ୍ୟ ରାଜ୍ୟକୁ ଆଣିବା ସହଜ ହେବ ନାହିଁ। ସରକାରଙ୍କ ପକ୍ଷରୁ ଜାରି ଲାଗୁ ହେବାକୁ ଯାଉଥିବା ଏହି ନୂତନ ନିୟମ ବିଷୟରେ ଜାଣନ୍ତୁ।
ନୂତନ ନିୟମ କ’ଣ?
ପ୍ରଥମ ଥର ପାଇଁ ସରକାର ସୁନା କିମ୍ବା ରୂପା ପରି ମୂଲ୍ୟବାନ ଧାତୁ ଏବଂ ରତ୍ନକୁ ଇ-ୱେ ବିଲ୍ ପରିସରଭୂକ୍ତ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଯେକୌସି ବ୍ୟକ୍ତିଙ୍କ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସୁନା ଏବଂ ରୂପା ଅଳଙ୍କାର ପରିବହନ ପାଇଁ ଏକ ଇଲେକ୍ଟ୍ରୋନିକ୍ ବିଲ୍ ଆବଶ୍ୟକ ହେବ।
କାହା ପାଇଁ ଲାଗୁ ହେବ ଏହି ନିୟମ?
ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (Central Board of Indirect Taxes and Customs) ସିବିଆଇସି (CBIC) ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ପାଇଁ ଏହି ନୂତନ ନିୟମ ଲାଗୁ ହେବ। ସେ ଜଣେ ବ୍ୟବସାୟୀ (Ornament Seller) କିମ୍ବା ସାଧାରଣ ଗ୍ରାହକ, ଯଦି ସେ ମୂଲ୍ୟବାନ ସୁନା କିମ୍ବା ରୂପା ଅଳଙ୍କାରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଆନ୍ତି, ତାହେଲେ ତାଙ୍କୁ ନିଶ୍ଚିତ ଭାବରେ ଏକ ଇ-ୱେ ବିଲ୍ ଦେବାକୁ ପଡ଼ିବ।
ଇ-ୱେ ବିଲ୍ ରାଜ୍ୟ ଭିତରେ ଆବଶ୍ୟକ?
ସିବିଆଇସି ସ୍ପଷ୍ଟ ଭାବେ କହିଛି ଯେ ଆପଣ ସୁନା କିମ୍ବା ରୂପା ଅଳଙ୍କାରକୁ (Gold and Silver Ornaments) ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନିଅନ୍ତୁ କିମ୍ବା ଏହାକୁ ଗୋଟିଏ ରାଜ୍ୟର କୌଣସି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ, ତାହେଲେ ଏକ ଇ-ୱେ ବିଲ୍ (E-WayBill) ପ୍ରସ୍ତୁତ କରିବା ଆବଶ୍ୟକ ହେବ। ଇ-ୱେ ବିଲ୍ ବିନା ଅଳଙ୍କାର ପ୍ରାମାଣିକ (Authenticity of Jewelry) ହେବ ନାହିଁ।
ଅଳଙ୍କାର ଉପରେ କେତେ ପ୍ରଯୁଜ୍ୟ ହେବ?
ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ ଯଦି ୨ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଅଳଙ୍କାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଏ, ତାହେଲେ କୌଣସି ଇ-ୱେ ବିଲ୍ (E-WayBill for Jewelry) ଆବଶ୍ୟକ ହେବ ନାହିଁ। ହେଲେ ଯଦି ଦୁଇଟି ଅଳଙ୍କାରର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ତାହେଲେ ଏହି ସମସ୍ତ ଅଳଙ୍କାର ପାଇଁ ଏହି ଇ-ୱେ ବିଲ୍ ଆବଶ୍ୟକ ହେବ।
ନୂତନ ନିୟମ କେବେ ପ୍ରଯୁଜ୍ୟ ହେବ?
ଯଦିଓ ଏହି ନିୟମ ଅକ୍ଟୋବର ପହିଲାରୁ (E-WayBill Implement Date) ଲାଗୁ ହେବ। ହେଲେ ବିଭିନ୍ନ ରାଜ୍ୟକୁ ସେମାନଙ୍କ ସୁବିଧା ଅନୁଯାୟୀ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ରାଜ୍ୟରେ ଅବସ୍ଥାପିତ କର ଆୟୁକ୍ତ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଦିନ ଆଦେଶ ଜାରି କରିବେ ତାହା ସେହି ଦିନ ଠାରୁ ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ।
ଯଦି ଆପଣ ଏହାକୁ ମରାମତି ପାଇଁ ନେବାକୁ ଚାହୁଁଛନ୍ତି
ସିବିଆଇସି ସ୍ପଷ୍ଟ ଭାବେ କହିଛି ଯେ ଯଦିଓ ଜଣେ ବ୍ୟବସାୟୀ ଭାଙ୍ଗିରୁଜି ଯାଇଥିବା ଗହଣାକୁ ମରାମତି (Repairing of Jewellery) କରିବା କୌଣସି ଏକ ସ୍ଥାନକୁ ନେଉଛନ୍ତି, ତାହେଲେ ତାଙ୍କ ପାଇଁ ଏକ ଇ-ୱେ ବିଲ୍ ଆବଶ୍ୟକ ହେବ। ପଞ୍ଜୀକୃତ କିମ୍ବା ପଞ୍ଜୀକୃତ ହୋଇନଥିବା ବ୍ୟବସାୟୀ ୨ ଲକ୍ଷରୁ ଅଧିକ ମୂଲ୍ୟର ଅଳଙ୍କାର ବିକ୍ରୟ କରିବା ପାଇଁ ଏକ ଇ-ୱେ ବିଲ୍ ଆବଶ୍ୟକ କରିବେ।
ଅଳଙ୍କାର ବ୍ୟବସାୟୀଙ୍କୁ ଦିଆଯିବ ରିହାତି
ଇ-ୱେ ବିଲ୍ ସୃଷ୍ଟି କରିବାରେ ବ୍ୟବସାୟୀଙ୍କୁ ରିହାତି ଦିଆଯିବ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ସିବିଆଇସି କହିଛି। ଉଭୟ ଦ୍ରବ୍ୟ ଏବଂ ଗାଡ଼ିର ବିବରଣୀ ଇ-ୱେ ବିଲ ମାଧ୍ୟମରେ ଦିଆଯାଇଛି। ହେଲେ ସୁରକ୍ଷା କାରଣରୁ ବ୍ୟବସାୟୀ ଅଳଙ୍କାର ପରିବହନ କରୁଥିବା ଗାଡ଼ିର ସବିଶେଷ ତଥ୍ୟ ପ୍ରବେଶ କରିବାରୁ ବଞ୍ଚିତ ହେବେ।
ଯଦି ଅନଲାଇନ୍ କିଣାଯାଏ ଅଳଙ୍କାର
ବିଜ୍ଞପ୍ତି ଅନୁଯାୟୀ, ଯଦି କେହି ଅନଲାଇନ୍ ସୁନା କିମ୍ବା ରୂପା ଅଳଙ୍କାର କିଣନ୍ତି (Online Jewellery Shopping), ତାହେଲେ ଏହା ସହିତ ଏକ ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ସୃଷ୍ଟି ହେବ। ଏହା ସହିତ ଇ-ୱେ ବିଲ୍ ମଧ୍ୟ ସୃଷ୍ଟି ହେବ। ଅର୍ଥାତ୍ ଇ-କମର୍ସ ସାଇଟ () ଦ୍ୱାରା ଅଳଙ୍କାର କିଣିବା ପରେ ମଧ୍ୟ ଇ-ୱେ ବିଲ୍ ଆବଶ୍ୟକ ହେବ।
କେଉଁଠାରେ ଲାଗୁ ହେବ ନାହିଁ ଇ ୱେ ବିଲ ନିୟମ
କେତେକ ସ୍ଥାନରେ ଇ-ୱେ ବିଲ୍ କାର୍ଯ୍ୟକାରୀ ହେବା ପାଇଁ ଛାଡ କରାଯାଇଛି। ଯାହା ମଧ୍ୟରେ ରହିଛି ବନ୍ଦର, ବିମାନବନ୍ଦର, ଏୟାର କାର୍ଗୋ କମ୍ପ୍ଲେକ୍ସ, କଷ୍ଟମ୍ସ ଷ୍ଟେସନ୍, କଣ୍ଟେନର ମାଲ ପରିବହନ ଷ୍ଟେସନ ଭଳି ସ୍ଥାନରେ ଇ ୱେ ବିଲ ନିୟମ ଲାଗୁ ହେବ ନାହିଁ। ବର୍ତ୍ତମାନ ଜିଏସଟି ନିୟମ ଅନୁଯାୟୀ ୫୦ ହଜାରରୁ ଅଧିକ ସମସ୍ତ ପ୍ରକାରର ସାମଗ୍ରୀ ଉପରେ ଇ-ୱେ ବିଲ୍ ପ୍ରଯୁଜ୍ୟ। ଅଳଙ୍କାର ମାମଲାରେ ଏହାକୁ ୨ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି।
ଅଳଙ୍କାର ଶିଳ୍ପ ଉପରେ ପଡ଼ିବ କେଉଁ ପ୍ରଭାବ?
ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଦିଲ୍ଲୀ ଚେୟାରମ୍ୟାନ୍ ଯୋଗେଶ ସିଙ୍ଗଲ କହିଛନ୍ତି ଯେ ଏହି ନିୟମ ବ୍ୟବସାୟ ଉପରେ ଅନାବଶ୍ୟକତା ବୃଦ୍ଧି କରିବ। ପୂର୍ବରୁ ଅନେକ ନିୟମ ରହିଛି। ଗହଣା ଉପରେ ହଲମାର୍କ ସିଷ୍ଟମ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ। ହେଲେ ଏହା ପରେ ଅନ୍ୟ ଏକ ନିୟମ ଲାଗୁ କରିବା ବ୍ୟବସାୟକୁ (e way bill impact on jewellery industry) ପ୍ରଭାବିତ କରିବ। ଅଳଙ୍କାର କିଣିବା ପାଇଁ ମଧ୍ୟ ସାଧାରଣ ଲୋକ ବର୍ତ୍ତମାନ ଏକ ଇ-ୱେ ବିଲ୍ ନେବାକୁ ବାଧ୍ୟ ହେବେ।