Zomato: ଜବରଦସ୍ତ ଫିଚର ଆଣିଲା ଫୁଡ୍ ଡେଲିଭରୀ ଆପ୍
Advertisement
Article Detail0/zeeodisha/odisha2399841

Zomato: ଜବରଦସ୍ତ ଫିଚର ଆଣିଲା ଫୁଡ୍ ଡେଲିଭରୀ ଆପ୍

ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ଏହି ନୂଆ ଫିଚର ସମ୍ପର୍କରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ଗୋୟଲ ଲେଖିଛନ୍ତି ଯେ, ଆପଣ ଏବେ ଜୋମାଟୋ ଅର୍ଡର ଆଗୁଆ କରିବା ପାଇଁ ସକ୍ଷମ ହେବେ ।

Zomato: ଜବରଦସ୍ତ ଫିଚର ଆଣିଲା ଫୁଡ୍ ଡେଲିଭରୀ ଆପ୍

Zomato Order Scheduling Feature: ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ଜୋମାଟୋ ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବ୍ୟବହାର କରୁଛନ୍ତି । ସହଜରେ ଖାଦ୍ୟ ପହଞ୍ଚିବା ପାଇଁ ଜୋମାଟୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଆଣିଛି ଜୋମାଟେ । ଏକ ନୂଆ ଫିଚର ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକମାନେ ନିଜ ଅର୍ଡର ଗୁଡିକୁ ପୂର୍ବରୁ ନିର୍ଧାରିତ କରିବାକୁ ସକ୍ଷମ ହୋଇପାରିବେ । ବର୍ତ୍ତମାନ ଗ୍ରାହକ ୨ ଦିନ ପୂର୍ବରୁ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ । ‘ଅର୍ଡର ସିଡ୍ୟୁଲିଂ ଫିଚର୍’ ବର୍ତ୍ତମାନ ପ୍ରାୟ ଅନେକ ସହରରେ ଉପଲବ୍ଧ ଥିବା ସମୟରେ ବର୍ତ୍ତମାନ ଏହାକୁ ଆହୁରି କିଛି ସହରରେ ଲାଗୁ କରାଯାଇଛି ।

ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ଏହି ନୂଆ ଫିଚର ସମ୍ପର୍କରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ଗୋୟଲ ଲେଖିଛନ୍ତି ଯେ, ଆପଣ ଏବେ ଜୋମାଟୋ ଅର୍ଡର ଆଗୁଆ କରିବା ପାଇଁ ସକ୍ଷମ ହେବେ । ନିଜ ମନ ପସନ୍ଦର ଖାଦ୍ୟକୁ ୨ଦିନ ପୂର୍ବରୁ ଯୋଜନା କରି ଅର୍ଡର କରିପାରିବେ । ସଠିକ ସମୟରେ ଜୋମାଟୋ ପକ୍ଷରୁ ଆପଣଙ୍କ ନିକଟରେ ଖାଦ୍ୟ ଯୋଗାଇ ଦିଆଯିବ ।

 

ଜୋମାଟୋ ସିଇଓ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ମୁମ୍ବାଇ, ଚଣ୍ଡିଗଡ଼, ଜୟପୁର, ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଭଳି ଭାରତର ଅନେକ ବଡ ସହରରେ ଏହି ସୁବିଧା ମିଳୁଛି । ପ୍ରାୟ ୧୩ ହଜାର ରେଷ୍ଟୁରାଣ୍ଟରେ ଏହି ନୂଆ ଫିଚର ଆରମ୍ଭ ହୋଇସାରିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, କମ୍ପାନୀ ବର୍ତ୍ତମାନ ଏହି ନୂଆ ଫିଚରକୁ କେବଳ ବଡ଼ ଅର୍ଡର ବା ଅଧିକ ଟଙ୍କାର ଅର୍ଡର ପାଇଁ ଆରମ୍ଭ କରିଛି । କିନ୍ତୁ ଆଗକୁ ଏହି ନିୟମ ସମସ୍ତ ଅର୍ଡର ପାଇଁ ଲାଗୁ କରାଯିବ । ବର୍ତ୍ତମାନ କମ୍ପାନୀ କେବଳ ୧ ହଜାରରୁ ଅଧିକ ଅର୍ଡରରେ ଏହି ସେବା ପ୍ରଦାନ କରୁଛି ।

Also Read- ମୋ ବସ ଡ୍ରାଇଭର ଖାଇଲେ ମାଡ଼, ଜାଣନ୍ତୁ କ'ଣ ଥିଲା କାରଣ

Also Read- Mercury transit in leo: ୯ ଦିନ ପରେ ୩ ରାଶିକୁ ମିଳିବ ଜୀବନର ସବୁ ସୁଖ