ମୋ ବସ ଡ୍ରାଇଭର ଖାଇଲେ ମାଡ଼, ଜାଣନ୍ତୁ କ'ଣ ଥିଲା କାରଣ
Advertisement
Article Detail0/zeeodisha/odisha2399774

ମୋ ବସ ଡ୍ରାଇଭର ଖାଇଲେ ମାଡ଼, ଜାଣନ୍ତୁ କ'ଣ ଥିଲା କାରଣ

ଚିପିଲିମାରୁ ଗୋଶାଳା ରାସ୍ତାରେ ଜଣେ ଯାତ୍ରୀ ମୋ ବସରେ ଯାତ୍ରା କରିବା ପାଇଁ ବସକୁ ଅଟକାଇବାକୁ ହାତ ଟେକିଥିଲେ । କିନ୍ତୁ ମୋ ବସ୍ ଷ୍ଟପ ସ୍ଥାନ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଗାଡି ରଖିବା ଉଚିତ ନୁହେଁ ବୋଲି ଡ୍ରାଇଭର ବରୁଣ ଗାଡି ଅଟକାଇନଥିଲେ ।

ମୋ ବସ ଡ୍ରାଇଭର ଖାଇଲେ ମାଡ଼, ଜାଣନ୍ତୁ କ'ଣ ଥିଲା କାରଣ

ସମ୍ୱଲପୁର: ମୋ ବସ ଡ୍ରାଇଭରଙ୍କୁ ମାଡ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ସମ୍ୱଲପୁରରେ ହୋଇଥିବା ସମୟରେ ଡ୍ରାଇଭର ବରୁଣ ରାଉତ ନିଜେ ଥାନାରେ ଏତଲା ଦେଇଛନ୍ତି ।

ସୂଚନା ମୁତାବକ, ଚିପିଲିମାରୁ ଗୋଶାଳା ରାସ୍ତାରେ ଜଣେ ଯାତ୍ରୀ ମୋ ବସରେ ଯାତ୍ରା କରିବା ପାଇଁ ବସକୁ ଅଟକାଇବାକୁ ହାତ ଟେକିଥିଲେ । କିନ୍ତୁ ମୋ ବସ୍ ଷ୍ଟପ ସ୍ଥାନ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଗାଡି ରଖିବା ଉଚିତ ନୁହେଁ ବୋଲି ଡ୍ରାଇଭର ବରୁଣ ଗାଡି ଅଟକାଇନଥିଲେ । ଫଳରେ ବ୍ୟକ୍ତିଜଣକ ରାଗ ତମତମ ହୋଇ ଅନ୍ୟ ଏକ ଛକରେ ମୋ ବସ ଭିତରକୁ ଆସି ଅଚାନକ ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଡ୍ରାଇଭର ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଡ୍ରାଇଭରଙ୍କ ସମେତ ମୋ ବସର ଅନ୍ୟ କର୍ମଚାରୀମାନେ ଦାବି କରିଛନ୍ତି । ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଛି ।

Also Read- Mercury transit in leo: ୯ ଦିନ ପରେ ୩ ରାଶିକୁ ମିଳିବ ଜୀବନର ସବୁ ସୁଖ

Also Read- ମଥୁରା ଯାଉଥିଲେ ଖୁସି ଖବର, ରାଧାରାଣୀଙ୍କ ଦର୍ଶନ ପାଇଁ ଚଢିବାକୁ ପଡିବନି ୩୫୦ ପାହଚ