Gaza Ceasefire: ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବରେ କାହିଁକି ମତଦାନରୁ ଦୂରେଇ ରହିଲା ଭାରତ?
Advertisement
Article Detail0/zeeodisha/odisha1934215

Gaza Ceasefire: ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବରେ କାହିଁକି ମତଦାନରୁ ଦୂରେଇ ରହିଲା ଭାରତ?

Israel Hamas Tension Latest News: ଜାତିସଂଘରେ ଜୋର୍ଡାନ ଦ୍ୱାରା ଉପସ୍ଥାପିତ ହୋଇଥିବା ଏ ସମ୍ପର୍କିତ ପସ୍ତାବ ଉପରେ ଭୋଟ୍ ଦେବା ପାଇଁ ଜାତିସଂଘ ସାଧାରଣର ଜରୁରୀକାଳୀନ ଅଧିବେଶନ ସମୟରେ ଭାରତର ଏପରି ମନ୍ତବ୍ୟ ଆସିଛି। ଏହି ପ୍ରସ୍ତାବ ସପକ୍ଷରେ ୧୨୦, ବିପକ୍ଷରେ ୧୪ ଦେଶ ଭୋଟ୍ ଦେଇଥିଲେ। ଏହା ସହିତ ଭାରତ ସମେତ ଅନ୍ୟ ୪୫ ଦେଶ ମତଦାନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ।

Gaza Ceasefire: ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବରେ କାହିଁକି ମତଦାନରୁ ଦୂରେଇ ରହିଲା ଭାରତ?

Israel Hamas War Latest Update: ଗତ ୭ ତାରିଖରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣରେ ଥରି ଉଠିଛି ସମଗ୍ର ବିଶ୍ୱ। ଏହି ଆକ୍ରମଣର ପଲଟା ଜବାବ ଦେବା ପ୍ରକ୍ରିୟା ଇସ୍ରାଏଲ ପକ୍ଷରୁ ଆରମ୍ଭ ହୋଇସାରିଛି। ଏବେ ଇସ୍ରାଏଲ ପକ୍ଷରୁ ଜାରି ରହିଥିବା ପାଲଟା ଆକ୍ରମଣରେ ହମାସ କମ୍ପିଉଠିବା ସହ ପାଲେଷ୍ଟାଇନ ଗାଜା ଅଞ୍ଚଳ ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି। ଏଭଳି ପରିସ୍ଥିତିରେ ହାମାସ ବର୍ତ୍ତମାନ ଜାତିସଂଘକୁ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଅନୁରୋଧ କରିଛି। ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କିତ ଏକ ପ୍ରସ୍ତାବ ମିଳିତ ଜାତିସଂଘ ସାଧାରଣ ସଭାରେ ଆଗତ ହୋଇସାରିଛି।

ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରସ୍ତାବ ମତଦାନରୁ କାହିଁକି ଦୂରେଇ ରହିଲା ଭାରତ? 
ସଦ୍ୟ ମିଳିତ ଜାତିସଂଘ ସାଧାରଣ ସଭାରେ ଗାଜା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କିତ ଏକ ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଏହି ପ୍ରସ୍ତାବ ଉପରେ ହୋଇଥିବା ମତଦାନ ପ୍ରକିୟାରେ ଭାରତ ଅଂଶଗ୍ରହଣ କରିନାହିଁ। ଏହି ପ୍ରସ୍ତାବରେ ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ତୁରନ୍ତ ମାନବୀୟ ଅସ୍ତ୍ରବିରତି କରିବାକୁ କୁହାଯାଇଥିଲା। ଏହି ମତଦାନରୁ ଦୂରେଇ ରହିବା ସମ୍ପର୍କରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏନେଇ ଭାରତ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କିତ ପ୍ରସ୍ତାବରେ ହମାସ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ଆତଙ୍କବାଦ ବିରୋଧରେ ଏକ ସ୍ପଷ୍ଟ ବାର୍ତ୍ତା ପଠାଇବା ଆବଶ୍ୟକ।

ମିଳିତ ଜାତିସଂଘରେ ଭାରତୀୟ ଉପ ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ସାଧାରଣ ସଭାରେ ବିଚାର ବିମର୍ଶ କରାଯିବା ପରେ ଆତଙ୍କବାଦ ତଥା ହିଂସା ବିରୋଧରେ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରାଯିବ। ମାନବୀୟ ସଙ୍କଟର ମୁକାବିଲା ପାଇଁ କୂଟନୈତିକ ତଥା ପାରସ୍ପରିକ ଆଲୋଚନାକୁ ବିସ୍ତାର କରିବ। ଏହି ପସ୍ତାବରେ ତୁରନ୍ତ ଗାଜା ଅଞ୍ଚଳରେ ଅସ୍ତ୍ରବିରତି କରିବା ଏବଂ ନିରବିଚ୍ଛିନ୍ନ ଭାବରେ ମାନବୀୟ ସହୟତା ପଠାଇବା ନିବେଦନ କରାଯାଇଛି।

ଜାତିସଂଘରୁ ବିଶ୍ୱ ସମୁଦାୟକୁ ଭାରତର ଜବାବ
ଭାରତୀୟ ଅଧିକାରୀ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ, ମିଳିତ ଜାତିସଂଘ ସାଧାରଣ ସଭାରେ ଆଗତ ହୋଇଥିବା ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଭାରତ ପକ୍ଷରୁ କୁହାଯାଇଛି ହମାସ୍ ଏବଂ ଏହାର ଆତଙ୍କବାଦୀ ସମାଲୋଚନାର ପାତ୍ର। ଏ ସମ୍ପର୍କିତ ପ୍ରସ୍ତାବ ଆହୁରି ଅଧିକ ସ୍ପଷ୍ଟ ହେବା ଆବଶ୍ୟକ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଠାରେ ହମାସ ପକ୍ଷରୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଆଶ୍ଚର୍ଯ୍ୟଜନକ ରହିଥିଲା। ଯେଉଁ ଆକ୍ରମଣ ନିନ୍ଦନୀୟ। ଆମର ସମ୍ବେଦନା ହତ୍ୟାର ଶୀକାର ହୋଇଥିବା ଏବଂ ବନ୍ଧକ ରଖାଯାଇଥିବା ଲୋକଙ୍କ ସହି ରହିଛି। ସେମାନଙ୍କର ତୁରନ୍ତ ଏବଂ ନିସର୍ତ୍ତ ମୁକ୍ତି ପାଇଁ ଆମେ ଆହ୍ୱାନ କରୁଛୁ। ଏହି ମଞ୍ଚରୁ ଭାରତ ଅନେକ ଥର କହିସାରିଛି ଯେ ଆତଙ୍କବାଦ ଏକ ମାରାତ୍ମକ ରୋଗ। ଯାହାର କୌଣସି ସୀମା, ଜାତୀୟତା କିମ୍ବା ଜାତି ନାହିଁ। ଆତଙ୍କବାଦର ଏକ ସ୍ପଷ୍ଟ ପରିଭାଷା ରହିବା ଆବଶ୍ୟକ। ଆତଙ୍କବାଦୀ ଆକ୍ରମଣକୁ ନେଇ ପରସ୍ପର ମଧ୍ୟରେ ରହିଥିବା ମତଭେଦ ଛାଡ଼ି ଏକଜୁଟ ହେବା ଆବଶ୍ୟକ। ସମସ୍ତ ଦେଶ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ଆବଶ୍ୟକ।

ସୁରକ୍ଷା ପରିସ୍ଥିତିକୁ ନେଇ ଭାରତ ଚିନ୍ତିତ
ଭାରତୀୟ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବାକୁ ନେଇ ଆମେ ଚିନ୍ତିତ। ବିବାଦ ହ୍ରାସ କରିବାକୁ ଆମେ ସମସ୍ତ ପକ୍ଷଙ୍କୁ ନିବେଦନ କରିଛୁ। ସାଧାରଣ ନାଗରିକଙ୍କ ଜୀବନ ହରାଇବାକୁ ମଧ୍ୟ ଆମେ ଚିନ୍ତିତ। ଏହି ଅଞ୍ଚଳରେ ଶତ୍ରୁତା ବଢୁଥିବାରୁ ମାନବୀୟ ସଙ୍କଟ ଆହୁରି ବୃଦ୍ଧି ପାଇବ। ଏହି ପ୍ରସଙ୍ଗରେ ସମସ୍ତ ପକ୍ଷକୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ବାର୍ତ୍ତାଳାନ ମାଧ୍ୟମରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ଭାରତ ସର୍ବଦା ଦୁଇ-ରାଷ୍ଟ୍ର ଗଠନ ଚିନ୍ତାଧାରାକୁ ସମର୍ଥନ କରିଆସୁଛି। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ହିଂସା ବନ୍ଦ କରନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଯଥାଶୀଘ୍ର ପଦକ୍ଷେପ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରନ୍ତୁ। ଜାତିସଂଘରେ ଜୋର୍ଡାନ ଦ୍ୱାରା ଉପସ୍ଥାପିତ ହୋଇଥିବା ଏ ସମ୍ପର୍କିତ ପସ୍ତାବ ଉପରେ ଭୋଟ୍ ଦେବା ପାଇଁ ଜାତିସଂଘ ସାଧାରଣର ଜରୁରୀକାଳୀନ ଅଧିବେଶନ ସମୟରେ ଭାରତର ଏପରି ମନ୍ତବ୍ୟ ଆସିଛି। ଏହି ପ୍ରସ୍ତାବ ସପକ୍ଷରେ ୧୨୦, ବିପକ୍ଷରେ ୧୪ ଦେଶ ଭୋଟ୍ ଦେଇଥିଲେ। ଏହା ସହିତ ଭାରତ ସମେତ ଅନ୍ୟ ୪୫ ଦେଶ ମତଦାନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ।

ଭାରତର ଆଭିମୁଖ୍ୟକୁ ବୁଝନ୍ତୁ
ଆପଣଙ୍କୁ କହି ରଖୁଛୁ ଯେ ଏହି ପ୍ରସ୍ତାବ ବ୍ୟତୀତ ଭାରତ ଜାତିସଂଘରେ କାନାଡା ଦ୍ୱାରା ପ୍ରସ୍ତାବିତ ସଂଶୋଧନକୁ ସମର୍ଥନ କରିଥିଲା। ଯାହା ଇସ୍ରାଏଲ ଉପରେ ହମାସ ଦ୍ୱାରା କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବାକୁ ଦାବି କରିଥିଲା। ଏହି ସଂଶୋଧନ ପ୍ରସ୍ତାବରେ ଏକ ଅନୁଚ୍ଛେଦ ଯୋଡିବାକୁ ଏକ ଦାବି ରହିଛି। ଯେଉଁଥିରେ କୁହାଯାଇଛି ଯେ ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଠାରେ ହାମାସ ପକ୍ଷରୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ତଥା ବନ୍ଧକ ଗ୍ରହଣ ଘଟଣାକୁ ସାଧାରଣ ସଭା ଏକତରଫା ଭାବେ ପ୍ରତ୍ୟାଖ୍ୟାନ କରିଛି ଏବଂ ନିନ୍ଦା କରୁଛି। ବନ୍ଧକଙ୍କୁ ଆନ୍ତର୍ଜାତୀୟ ନିୟମ ପାଳନ କରି ମାନବୀୟ ବ୍ୟବହାର କରିବା ଆବଶ୍ୟକ। ସେମାନଙ୍କୁ ତୁରନ୍ତ ଏବଂ ନିସର୍ତ୍ତକ ମୁକ୍ତି ପାଇଁ ଆହ୍ୱାନ ଦିଆଯାଏ। ହେଲେ ତଥାପି ଏହି ସଂଶୋଧନକୁ ଗ୍ରହଣ କରିବା ପାଇଁ ଜାତିସଂଘ ସାଧାରଣ ସଭାରେ ଆବଶ୍ୟକ ସଂଖ୍ୟକ ଭୋଟ୍ ମିଳି ନାହିଁ।