April Fool's Day 2023: କାହିଁକି କେବଳ ୧ ଏପ୍ରିଲରେ ପାଳନ କରାଯାଏ 'ଏପ୍ରିଲ୍ ଫୁଲ୍ ଡେ'? ଜାଣନ୍ତୁ ଏହା ପଛରେ ଥିବା କାହାଣୀ
Advertisement
Article Detail0/zeeodisha/odisha1631390

April Fool's Day 2023: କାହିଁକି କେବଳ ୧ ଏପ୍ରିଲରେ ପାଳନ କରାଯାଏ 'ଏପ୍ରିଲ୍ ଫୁଲ୍ ଡେ'? ଜାଣନ୍ତୁ ଏହା ପଛରେ ଥିବା କାହାଣୀ

April Fools Day 2023: ୧ ଏପ୍ରିଲରେ 'ଏପ୍ରିଲ୍ ଫୁଲ୍ ଡେ' କାହିଁକି ପାଳନ କରାଯାଏ ସେ ସମ୍ବନ୍ଧରେ ଅନେକ କାହାଣୀ ରହିଛି । ସେଥିମଧ୍ୟରୁ ଏହି ଆର୍ଟିକିଲ ମାଧ୍ୟମରେ ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ କାହାଣୀ ବିଷୟରେ କହିଛୁ । 

ସୌ: ସୋସିଆଲ ମିଡିଆ

April Fool’s Day History: ସମଗ୍ର ବିଶ୍ୱରେ ୧ ଏପ୍ରିଲରେ ବୋକା ଦିବସ ବା 'ଏପ୍ରିଲ୍ ଫୁଲ୍ ଡେ' (April Fools' Day) ପାଳନ କରାଯାଏ । ଏହି ଦିନ ଲୋକମାନେ ସେମାନଙ୍କର ବନ୍ଧୁ, ଘନିଷ୍ଠ କିମ୍ବା ପରିବାର ସଦସ୍ୟଙ୍କୁ ବୋକା ବନାଇ ଏହାକୁ ପାଳନ କରନ୍ତି । ଲୋକଙ୍କ ସହ ଉପହାସ କିମ୍ବା ଥଟ୍ଟା କରିବା ପରେ, ସେମାନେ ଉତ୍ସାହରେ ଏପ୍ରିଲ୍ ଫୁଲ୍ ଡେ ପାର୍ଟି କରନ୍ତି । ଏହାପୂର୍ବରୁ ଏହି ଦିବସ କେବଳ ଫ୍ରାନ୍ସ ଓ ଅନ୍ୟ କେତେକ ୟୁରୋପୀୟ ଦେଶରେ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ  'ଏପ୍ରିଲ୍ ଫୁଲ୍ ଡେ' ସମଗ୍ର ବିଶ୍ୱରେ ପାଳନ କରାଯିବା ଆରମ୍ଭ ହେଲା । 'ଏପ୍ରିଲ୍ ଫୁଲ୍ ଡେ' (୧ ଏପ୍ରିଲ୍) ପାଳନ ହେବା ପଛରେ ଅନେକ କାହାଣୀ ରହିଛି । ଆସନ୍ତୁ ଏହି ଦିନର ଇତିହାସ ଜାଣିବା...

ଏହିପରି ଭାବେ ଆରମ୍ଭ ହୋଇଥିଲା 'ଏପ୍ରିଲ୍ ଫୁଲ୍ ଡେ'
ଯଦିଓ କୌଣସି ଦୃଢ଼ ପ୍ରମାଣ ନାହିଁ ଯେ ଏପ୍ରିଲ୍ ୧ ରେ କାହିଁକି 'ଏପ୍ରିଲ୍ ଫୁଲ୍ ଡେ' ପାଳନ କରାଯାଏ, କିନ୍ତୁ ଏହା ବିଷୟରେ ଅନେକ କାହାଣୀ ଜଡିତ । ସେଥିମଧ୍ୟରୁ ଗୋଟିଏ କାହାଣୀ ଅନୁଯାୟୀ, 'ଏପ୍ରିଲ୍ ଫୁଲ୍ ଡେ' ୧୩୮୧ ରେ ଆରମ୍ଭ ହୋଇଥିଲା । କୁହାଯାଏ ଯେ ସେହି ସମୟରେ କିଙ୍ଗ ରିଚାର୍ଡ ବିଜୟୀ ହୋଇଥିଲେ ଓ ବୋହେମିଆର ରାଣୀ ଆନ୍ ଘୋଷଣା କରିଥିଲେ ଯେ ସେମାନେ ୩୨ ମାର୍ଚ୍ଚ ୧୩୮୧ ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହର ଖବର ଶୁଣି ସାଧାରଣ ଲୋକ ଖୁସିରେ ନାଚିଉଠିଲେ, କିନ୍ତୁ ୩୧ ମାର୍ଚ୍ଚ ୧୩୮୧ ରେ ଲୋକମାନେ ବୁଝିପାରିଥିଲେ ଯେ ୩୨ ମାର୍ଚ୍ଚ କେବେ ଆସେ ନାହିଁ । ଏହା ପରେ ଲୋକମାନେ ଜାଣିଲେ ଯେ ସେମାନଙ୍କୁ ବୋକା ବନା ଯାଇଛି । କୁହାଯାଏ ଯେ ସେହି ଦିନଠାରୁ ମାର୍ଚ୍ଚ ୩୨, ଅର୍ଥାତ୍ ୧ ଏପ୍ରିଲକୁ ମୂର୍ଖ ଦିବସ ଭାବରେ ପାଳନ କରାଯାଇଥିଲା । କିଛି କାହାଣୀ ଅନୁଯାୟୀ, 'ଏପ୍ରିଲ୍ ଫୁଲ୍ ଡେ' ୧୩୩୨ ରେ ଆରମ୍ଭ ହୋଇସାରିଥିଲା । 

ଏଥିପାଇଁ ପାଳନ କରାଯାଏ 'ଏପ୍ରିଲ୍ ଫୁଲ୍ ଡେ'
କେତେକ କାହାଣୀ ଅନୁଯାୟୀ, ପ୍ରଥମେ ୧ ଏପ୍ରିଲରେ ୟୁରୋପୀୟ ଦେଶମାନଙ୍କରେ ନୂଆ ବର୍ଷ ପାଳନ କରାଯାଉଥିଲା । କିନ୍ତୁ, ଯେତେବେଳେ ପୋପ୍ ଗ୍ରେଗୋରୀ-୧୩ ଏକ ନୂତନ କ୍ୟାଲେଣ୍ଡର କରିବାକୁ ନିର୍ଦ୍ଦେଶ ଦେଲେ, ସେତେବେଳେ ନୂଆ ବର୍ଷ ୧ ଜାନୁଆରୀରୁ ପାଳନ ହେବାକୁ ଲାଗିଲା । କିଛି ଲୋକ ଏପର୍ଯ୍ୟନ୍ତ ମଧ୍ୟ ନୂଆ ବର୍ଷକୁ ୧ ଏପ୍ରିଲରେ ପାଳନ କରୁଛନ୍ତି । ତା’ପରେ ଏହିପରି ଲୋକମାନେ ସେମାନଙ୍କୁ ବୋକା ବୋଲି ଭାବି ଥଟ୍ଟା କରଯାଇଥିଲା । ଏହିପରି 'ଏପ୍ରିଲ୍ ଫୁଲ୍ ଡେ' ଆରମ୍ଭ ହୋଇଥିଲା । ଅବଶ୍ୟ, ଉନବିଂଶ ଶତାବ୍ଦୀ ସୁଦ୍ଧା, 'ଏପ୍ରିଲ୍ ଫୁଲ୍ ଡେ' ବହୁ ଲୋକପ୍ରିୟ ହୋଇଯାଇଥିଲା ​।

ଏହା କେବେ ଭାରତରେ ଆରମ୍ଭ ହୋଇଥିଲା?
ସମଗ୍ର ବିଶ୍ୱରେ ୧ ଏପ୍ରିଲରେ 'ଏପ୍ରିଲ୍ ଫୁଲ୍ ଡେ' ପାଳନ କରିବାର ବିଭିନ୍ନ ଉପାୟ ଅଛି । ଯଦି ଆମେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଆଫ୍ରିକୀୟ ଦେଶ ବିଷୟରେ କଥା ହେବା, ତେବେ 'ଏପ୍ରିଲ୍ ଫୁଲ୍ ଡେ' ସେଠାରେ କେବଳ ୧୨ ଟା ପର୍ଯ୍ୟନ୍ତ ପାଳନ କରାଯାଏ । ଏଥି ସହିତ, ୧ ଏପ୍ରିଲରେ କାନାଡା, ଆମେରିକା, ଋଷ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ଏପ୍ରିଲ୍ ଫୁଲ୍ ଦିବସ ପାଳନ କରାଯାଏ । କେତେକ ରିପୋର୍ଟ ଅନୁଯାୟୀ, ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ଏହି ଦିନ ଭାରତରେ ଆରମ୍ଭ କରିଥିଲେ । ଆଜିର ସମୟରେ, ଭାରତରେ ମଧ୍ୟ ଲୋକମାନେ ଏହି ଦିନ ନିଜ ଲୋକ ସହ ଥଟ୍ଟା ଓ ମଜା କରନ୍ତି ।

ଏହା ବି ପଢ଼ନ୍ତୁ: ନୂଆ AC କିଣିବାବେଳେ ଏହି ବିଷୟ ଗୁଡ଼ିକରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ, ଲାଭରେ ରହିବେ ଆପଣ

ଏହା ବି ପଢ଼ନ୍ତୁ: ସିଗାରେଟ୍ କଥା ଛାଡନ୍ତୁ...ବିଡିକୁ ଇଂରାଜୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି? ଏବେବି ଅନେକ ଧନୀ ଲୋକ କାହିଁକି ଏହାକୁ ଟାଣନ୍ତି