Viral Video: ସିନ୍ଦୂର ପାଇଁ ଓଷା କରିଥିଲେ ସ୍ତ୍ରୀ, ପ୍ରେମିକାକୁ ସପିଂ ନେଇ ଛେଚା ଖାଇଲା ସ୍ୱାମୀ
Advertisement
Article Detail0/zeeodisha/odisha1396032

Viral Video: ସିନ୍ଦୂର ପାଇଁ ଓଷା କରିଥିଲେ ସ୍ତ୍ରୀ, ପ୍ରେମିକାକୁ ସପିଂ ନେଇ ଛେଚା ଖାଇଲା ସ୍ୱାମୀ

Karwa Chauth Viral Video: ସ୍ତ୍ରୀକୁ ଧୋକା ଦେବା ପଡିଲା ମହଙ୍ଗା। କୌରବାଚୌଥରେ ପ୍ରେମିକାକୁ ସପିଂ କରାଇବାକୁ ନେଇଥିବା ବେଳେ ଧାରପଡିଗଲେ ସ୍ୱାମୀ। ନିସ୍ତୁକ ମାଡ ମାରିବା ସହ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଉତ୍ତର ପ୍ରଦେଶର ଗାଜିଆବାଦରେ ଘଟିଛି ଘଟଣା। 

Viral Video: ସିନ୍ଦୂର ପାଇଁ ଓଷା କରିଥିଲେ ସ୍ତ୍ରୀ, ପ୍ରେମିକାକୁ ସପିଂ ନେଇ ଛେଚା ଖାଇଲା ସ୍ୱାମୀ

Viral Video, ଲକ୍ଷ୍ନୌ: ଭାରତୀୟ ସମାଜରେ ପୁରୁଷ ପ୍ରାଧାନ୍ୟ ଦିଆଯାଏ ବୋଲି କେଉଁ କାଳରୁ ଅଭିଯୋଗ ହେଉଛି। ଆଉ ଏହା ଦେଖିବାକୁ ମଧ୍ୟ ମିଳିଛି। ସ୍ୱାମୀର ଦୀର୍ଘାୟୁ କାମନା କରି ଓଡିଶାରେ ସ୍ତ୍ରୀମାନେ ସାବିତ୍ରୀ ବତ୍ର ପାଳନ କରନ୍ତି। ଆଉ ଉତ୍ତର ଭାରତରେ କୌରବାଚୌତ୍ ପର୍ବ ପାଳନ କରାଯାଏ। ଏହି ଦୁଇଟି ଓଷାର ନାମ ଅଲଗା କିନ୍ତୁ ଉଦ୍ଦେଶ୍ୟ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି ପ୍ରାର୍ଥନା କରିବା। କିନ୍ତୁ ଏହି ପବିତ୍ର ଦିନରେ ସ୍ତ୍ରୀ ଯାହା ପାଇଁ ଭୋକ ଉପାସରେ ଭକ୍ତିର ସହ ପୂଜାର୍ଚ୍ଚନା କରେ ସେହି ବ୍ୟକ୍ତି ଧୋକା ଦେଲେ କଣ କହିବେ? ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୀବାରେ ଲାଗିଛି। ସ୍ୱାମୀକୁ ତାଙ୍କ ପ୍ରେମିକା ସହ ଧରିବା ପରେ ସ୍ତ୍ରୀ ଉଭୟଙ୍କୁ ବିଚ୍ ରାସ୍ତାରେ ପିଟିଥିବା ଦାବି କରାଯାଉଛି। 

ଭାଇରାଲ ଭିଡିଓଟି କୌରବାଚୌତ ଦିନ ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଥିବା ଘଟଣାର ଦୃଶ୍ୟ। ରିପୋର୍ଟ ଅନୁସାରେ, ସ୍ୱାମୀ ସହ ଝଗଡା ପରେ ସ୍ତ୍ରୀ ତାଙ୍କ ବାପା ମାଆ ଘରେ ରହୁଥିଲେ। କୌରବାଚୌତ ଦିନ ସେ ତାଙ୍କ ମାଆଙ୍କ ସହ ସ୍ଥାନୀୟ ଏକ ଶୋରୁମରେ ସପିଂ କରିବାକୁ ଯାଇଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଥିଲେ। ରେଡ୍ ହ୍ୟାଣ୍ଡରେ ସ୍ୱାମୀର କାଳାକାରନାମାକୁ ଦେଖି ସ୍ତ୍ରୀ ରାଗି ଗଲେ ଓ ରାସ୍ତା ଉପରେ ହିଁ ସେ ଉଗ୍ର ରୂପ ଧାରଣ କରିଥିଲେ। ସ୍ତ୍ରୀ ଉଭୟ ସ୍ୱାମୀ ଓ ତାଙ୍କ ସହ ଥିବା ମହିଳାଙ୍କୁ ନିର୍ଧୁମ ପିଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Also Read: Shocking News: ଘାସ ଛାଡ଼ି ଏବେ ସାପ ଖାଉଛି ଓଟ, କ'ଣ ରହିଛି କାରଣ?

କେବଳ ସ୍ତ୍ରୀ ନୁହଁ ତାଙ୍କ ସହ ଆସିଥିବା ଅନ୍ୟ ତିନି ଜଣ ମହିଳା ମଧ୍ୟ ଅଭିଯୁକ୍ତ ଯୁବକ ଓ ତାଙ୍କ କଥିତ ପ୍ରେମାକା ଉପରେ ହାତ ସଫା କରିଥିଲେ। ଘଟଣାସ୍ଥଳରେ ଶତାଧିକ ଲୋକଥିଲେ। ସେମାନେ ଏହି ମହାଭାରତର ସମସ୍ତ ଦୃଶ୍ୟକୁ କ୍ୟାମେରାରରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିନ୍ତୁ କୌଣସି ଲୋକ ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ହସ୍ତକ୍ଷେପ କରିନଥିଲେ। ୟୋଗେଶ ତିୱାରୀ ନାମକ ଜଣେ ଟ୍ୱିଟର ୟୁଜର ସ୍ୱାମୀ ସ୍ତ୍ରୀଙ୍କ ଝଗଡାର ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି, "ପୁରୁଷ ବର୍ଗ ଦୟାକରି ଧ୍ୟାନ ଦିଅନ୍ତୁ। ଆଜି ଘରବାଲି ଉପରେ ସମସ୍ତ ଆସ୍ଥା କେନ୍ଦ୍ରୀତ କରି ରଖନ୍ତୁ। ନହେଲେ ଗାଜିଆବାଦର ତୁରାବନଗରରେ କୌରବାଚୌତ ଦିନ ସ୍ୱାମୀକୁ ଅନ୍ୟଜଣେ ମହିଳାଙ୍କ ସହ ସ୍ତ୍ରୀ ଧରିଥିଲେ, ତାପରେ କଣ ହେଲା ଭିଡିଓରେ ଦେଖନ୍ତି।" 

 

ପ୍ରଶାନ୍ତ କୁମାର ମଧ୍ୟ ସେହି କଳହର ଭିଡିଓକୁ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, "ଖେଲା ଦେଖନ୍ତୁ! ଗାଜିଆବାଦର ଭାଇ ତାଙ୍କ ପ୍ରେମିକାକୁ କୌରବାଚୌତ ଦିନ ସପିଂ କରାଉଥିଲେ। ଏହି ସମୟରେ ଜନାବଙ୍କ ପତ୍ନୀ ସେମାନଙ୍କୁ ଧରି ପକାଇଲେ... ଆଗକୁ କଣ ହେଲା ଦେଖନ୍ତୁ... ବାକି ଆପଣ ବୁଦ୍ଧିମାନ ଅଟନ୍ତି।" ପ୍ରଥମେ ଗୋଟିଏ ଛୋଟ ଭିଡିଓ ଓ ପରେ ଦୀର୍ଘ ଗୋଟିଏ ମିନିଟ ୪ ସେକେଣ୍ଡର ଭିଡିଓକୁ ପ୍ରଶାନ୍ତ ସେୟାର କରିଛନ୍ତି। ଘଟଣାଟି ଗତ ଗରୁବାର ଦିନ ଘଟିଥିଲା। ତେବେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।