Lok Sabha Election 2024: ରାଜନୀତିରେ ଏଣ୍ଟ୍ରୀ କରିବେ କି ଅଭିନେତା ଅଭିଷେକ ବଚ୍ଚନ ?
Advertisement

Lok Sabha Election 2024: ରାଜନୀତିରେ ଏଣ୍ଟ୍ରୀ କରିବେ କି ଅଭିନେତା ଅଭିଷେକ ବଚ୍ଚନ ?

Lok Sabha Election 2024: ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ କି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ?

Lok Sabha Election 2024: ରାଜନୀତିରେ ଏଣ୍ଟ୍ରୀ କରିବେ କି ଅଭିନେତା ଅଭିଷେକ ବଚ୍ଚନ ?

Lok Sabha Election 2024: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସଜବାଜ ହେବା ଆରମ୍ଭ କରିଛନ୍ତି । କେଉଁ ପ୍ରାର୍ଥୀ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା (Competition) କରିବେ ସେନେଇ ଅନେକ ରାଜନୈତିକ ଦଳ ଅଙ୍କା କଷା ମଧ୍ୟ ଆରମ୍ଭ କରିଦେଲେଣି । ଏପରି ସରଗରମ ଆଲୋଚନା ମଧ୍ୟରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ (Bollywood Actor Abhishek Bachchan)ଙ୍କ ରାଜନୀତିକୁ ପ୍ରବେଶ ନେଇ ମଧ୍ୟ କଥା ଉଠୁଛି । ଆହ୍ଲାବାଦ (Allahabad)ରୁ ଅଭିଷେକଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ସାଂସଦ ହୋଇଥିଲେ । ଅଭିଷେକଙ୍କ ମାଆ ମଧ୍ୟ ଏସପିରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଯଦିଓ ଅଭିଷେକଙ୍କ ରାଜନୀତି କ୍ୟାରିଅରକୁ ନେଇ କୌଣସି ସଠିକ ସୂଚନା ମିଳିନାହିଁ ତଥାପି ଅଭିଷେକଙ୍କୁ ନେଇ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ଉଠୁଛି ।

ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରୁ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ରାଜନୀତିରେ ପାଦ ଦେବେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି । ଯଦି ମିଳିଥିବା ସୂଚନାକୁ ବିଶ୍ୱାସ କରାଯାଏ ତେବେ ଅଭିଷେକ ବଚ୍ଚନ ସମାଜବାଦୀ ପାର୍ଟି (Samajwadi Party)ର ଟିକେଟରୁ ଆହ୍ଲାବାଦ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ । ତେବେ ଏ ସମ୍ପର୍କରେ ରାଜନୈତିକ ଦଳ, ଅଭିଷେକ ବଚ୍ଚନ କିମ୍ୱା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । କିନ୍ତୁ ଅଭିଷେକ ବଚ୍ଚନ ୨୦୨୪ ମସିହାରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଜନସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ସମାଜବାଦ ପାର୍ଟି ମୁଖପାତ୍ର ଫଖରୁଲ ହାସନ ଚାନ୍ଦ ଆହ୍ଲାବାଦରୁ ଅଭିଷେକ ବଚ୍ଚନଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ସମ୍ପର୍କରେ କହିଛନ୍ତି ଯେ, ତାଙ୍କ ମାଆ ଜୟା ବଚ୍ଚନ ରାଜ୍ୟସଭା ସଦସ୍ୟ । ତାଙ୍କ ପରିବାର ସମାଜବାଦୀ ଚିନ୍ତାଧାରାର ଅନୁଗାମୀ। ଏଭଳି ପରିସ୍ଥିତିରେ ଅଭିଷେକ ବଚ୍ଚନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ଦଳର ମୁଖ୍ୟ ଅଖିଳେଶ ଯାଦବ ଏବଂ ଏସପି ନେତୃତ୍ୱଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଏସପି ମୁଖପାତ୍ର ଏହା ବି କହିଛନ୍ତି ଯେ, ଅଭିଷେକ ବଚ୍ଚନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କଲେ ଖୁବ ଭଲ ହେବ । ଅଭିଷେକ ନିର୍ବାଚନରେ ​​ଭଲ ଲଢିପାରିବେ କାରଣ ତାଙ୍କ ପିତା ଅମିତାଭ ବଚ୍ଚନ ମଧ୍ୟ ନିର୍ବାଚନରେ ଭଲ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଆପଣଙ୍କୁ ଏକଥା ମଧ୍ୟ ସୂଚନା ଦେବାକୁ ଚାହୁଁ ଯେ, ବର୍ତ୍ତମାନ ରୀତା ବହୁଗୁଣା ଯୋଶୀ ଆହ୍ଲାବାଦ ଆସନରେ ବିଜେପି ସାଂସଦ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନଙ୍କ ଝିଅ ହେଉଛନ୍ତି ରୀତା ବହୁଗୁଣା ଯୋଶୀ । ନିର୍ବାଚନରେ ​​ଅଭିନେତା ଅମିତାଭ ବଚ୍ଚନ ହେମବତୀ ନନ୍ଦନଙ୍କୁ ପରାସ୍ତ କରିଛନ୍ତି ।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଉତ୍ତରପ୍ରଦେଶ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ଅମିତାଭ ବଚ୍ଚନଙ୍କ ପିତା ଡକ୍ଟର ହରିଭାନ୍ଶ ରାୟ ବଚ୍ଚନ ଜଣେ ପ୍ରସିଦ୍ଧ ହିନ୍ଦୀ କବି ମଧ୍ୟ ଥିଲେ । ଅମିତାଭଙ୍କ ପାତା ହେଉଛନ୍ତି ହରିଭାନ୍ଶ ରାୟ ବଚ୍ଚନ। ହରିଭାନ୍ସଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଅମିତାଭ । ହରିଭାନ୍ସଙ୍କ ଦ୍ୱିତୀୟ ପୁଅ ତଥା ଅମିତାଭଙ୍କ ଭାଈଙ୍କର ନାମ ହେଉଛି ଅଜିତ । ଅଭିନୟରୁ ବିରତି ନେବା ପରେ ଅମିତାଭ ବଚ୍ଚନ ତାଙ୍କ ପୁରୁଣା ବନ୍ଧୁ ରାଜୀବ ଗାନ୍ଧୀଙ୍କ ସମର୍ଥନରେ ରାଜନୀତିରେ ପାଦ ଦେଇଥିଲେ । ଅମିତାଭ ବଚ୍ଚନ ଆହ୍ଲାବାଦ ଲୋକସଭା ଆସନରୁ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅମିତାଭ ପୂର୍ବତନ ସିଏମଙ୍କୁ ପରାସ୍ତ କରି ଆହ୍ଲାବାଦ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଅମିତାଭ ବଚ୍ଚନ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ସମୟ ପୂର୍ବରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଅମିତାଭଙ୍କ ପତ୍ନୀ ତଥା ଅଭିଷେକ ବଚ୍ଚନଙ୍କ ମାଆ ଜୟା ବଚ୍ଚନ ସମାଜବାଡି ପାର୍ଟିରେ କାର୍ଯ୍ୟ କରୁଛନ୍ତି ।

Also Read- Farming Tips: ଏହି ଚାଷରେ ପ୍ରବଳ ଲାଭ, ସରକାର ଦେଉଛନ୍ତି ସହାୟତା