Farming Tips: ଏହି ଚାଷରେ ପ୍ରବଳ ଲାଭ, ସରକାର ଦେଉଛନ୍ତି ସହାୟତା
Advertisement
Article Detail0/zeeodisha/odisha1781057

Farming Tips: ଏହି ଚାଷରେ ପ୍ରବଳ ଲାଭ, ସରକାର ଦେଉଛନ୍ତି ସହାୟତା

Farming Tips: ଏହି ଚାଷ କରିଲେ ଆପଣ କେବଳ ଆର୍ଥିକ ଲାଭବାନ ହେବେ ତାହା ନୁହେଁ । ଚାଷ କ୍ଷେତ୍ରରେ ବି ଆପଣଙ୍କୁ ମିଳିବ ଖୁବ୍ ଫାଇଦା ।

Farming Tips:  ଏହି ଚାଷରେ ପ୍ରବଳ ଲାଭ, ସରକାର ଦେଉଛନ୍ତି ସହାୟତା

Farming Tips: ଯଦି ଆପଣ ଜଣେ କୃଷକ କିମ୍ୱା କୃଷି କାର୍ଯ୍ୟ ଉପରେ ଆପଣଙ୍କର ଇଚ୍ଛା ଥାଏ ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । ଧନିଚା ଚାଷ ପାଇଁ ସରକାର ବଡାଉଛନ୍ତି ସହାୟତାର ହାତ । ଯାହାଦ୍ୱାରା ଆପଣ ଲାଭବାନ (Profitable) ହୋଇପାରିବେ । ଆମେ ଆପଣଙ୍କୁ ଧନିଚା ଚାଷ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବୁ । ଏହା ଏପରି ଏକ ଫସଲ ଯାହାକୁ ଆପଣ ଯେକୈଣସି ଋତୁରେ ଖୁବ ସହଜରେ ଚାଷ କରିପାରିବେ । ଏହି ଫସଲ ନଷ୍ଟ ହେବାର ସମ୍ଭାବନା ମଧ୍ୟ ଖୁବ୍ କମ ତେଣୁ ଧନିଚା ଚାଷ କରି ଆପଣ ଖୁବ ଭଲ ଅର୍ଥ ରୋଜଗାର (Money Earn) କରିପାରିବେ ।

ଦେଶର ଅନେକ ରାଜ୍ୟର ସରକାର ମଧ୍ୟ ଧନିଚା ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ସରକାରୀ ସ୍ତରରୁ ଆର୍ଥିକ ସହାୟତା (Financial Assistance) ମଧ୍ୟ ପ୍ରଦାନ କରୁଛନ୍ତି । ଧନିଚାରେ ନାଇଟ୍ରୋଜେନ (Nitrogen) ସମେତ ଅନେକ ଉପାଦାନରେ ଭରପୂର ରହିଛି । ତେଣୁ ଏହା କୌଣସି ଖତ (Manure)ଠାରୁ କମ୍ ନୁହେଁ । ଯଦି ଆପଣ ଏହି ଚାଷ (Farm) କରିବାକୁ ଇଚ୍ଛୁକ ତେବେ ଆମେ ଆପଣଙ୍କୁ ସମସ୍ତ ତଥ୍ୟ ବିଷୟରେ ଜଣାଇବୁ । ଯାହା ଜାଣିବା ପରେ ଆପଣ ସହଜରେ ଏହି ଚାଷ ଆରମ୍ଭ କରିପାରିବେ ।

ଧନିଚା ଚାଷ କରିବା ପାଇଁ ସର୍ବପ୍ରଥମେ କ୍ଷେତକୁ ପ୍ରସ୍ତୁତ କରିବାକୁ ପଡିବ । ଏକାଧିକ ଥର ହଳ କରି ମାଟିକୁ ହାଲୁକା କରିଦିଅନ୍ତୁ । ସୋରିଷ ଚାଷ ପରି ଧାଡି ଧାଡି ହୋଇ ନଚେତ୍ ସ୍ପ୍ରେ ପ୍ରଣାଳୀ (Spray system) ଦ୍ୱାରା ଆପଣ ବିହନ ବୁଣି ପାରିବେ । ଯଦି ଆପଣ ଧନିଚା ଚାଷ କରି କେବଳ ସବୁଜ ଖତ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ  ଆପଣ କ୍ଷେତକୁ ଅଧିକ ହଳ କରିବା ଆବଶ୍ୟକ ନାହିଁ । ଥରେ ହଳ କରିବା ପରେ ସ୍ପ୍ରେ ପ୍ରଣାଳୀ ମାଧ୍ୟମରେ ଧନିଚା ବିହନ ବୁଣି ପାରିବେ । ଧନିଚା ଚାଷ କରିବାର ପଦ୍ଧତି ଚାଷୀଙ୍କ ପାଇଁ ଅତ୍ୟନ୍ତ ସହଜ ସରଳ । ବିହନ ବୁଣିବାର ମାତ୍ର ଦୁଇ ମାସ ମଧ୍ୟରେ ଧନିଚା ଗଛ ଗୁଡିକ ପ୍ରାୟ ୩ ଫୁଟ ଲମ୍ୱ (Long)ର ହୋଇଯାଏ ।

ସରକାରୀ ସୁବିଧା
ରାଜ୍ୟରେ ପ୍ରାକୃତିକ ସାର ବିପୁଳ ଉତ୍ପାଦନ ସହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ହରିୟାଣା ସରକାର (Haryana Govt) ଚଳିତ ବର୍ଷ ବଜେଟରେ ଏକ ବଡ଼ ଘୋଷଣା କରିଥିଲେ । ତାହା ହେଉଛି ଧନିଚା ଚାଷ ପାଇଁ ରାଜ୍ୟ ସରକାର ଏକର ପିଛା ୭୨୦ ଟଙ୍କା ପ୍ରଦାନ କରିବେ । ଯାହା ଚାଷ ଖର୍ଚ୍ଚର ପାଖାପାଖି ୮୦ ପ୍ରତିଶତ ଅଟେ । ତେଣୁ ରାଜ୍ୟ ସରକାରଙ୍କ ଏହି ବଜେଟରୁ କୃଷକମାନେ ସିଧାସଳଖ ଲାଭ (Direct benefits) ପାଇବେ । ଆପଣଙ୍କୁ କହିରଖୁଛୁ ଯେ, କ୍ଷେତରେ ସବୁଜ ଖତର ବ୍ୟବହାର ୟୁରିଆ (Urea)ର ଆବଶ୍ୟକତାକୁ ପୂରଣ କରିଥାଏ । ତେଣୁ ଏହି ସାର ପ୍ରୟୋଗ କଲେ ଚାଷୀମାନଙ୍କୁ ଆଉ ୟୁରିଆ ସାର କିଣିବାକୁ ପଡେନି । ଏହା ଯେକୌଣସି ଋତୁରେ ସହଜରେ ଚାଷ ହୋଇପାରୁଥିବାରୁ ଅନେକ ଚାଷୀ ଏହାକୁ ଚାଷ କରି ଲାଭବାନ ହେଉଛନ୍ତି । ବିଶେଷ କରି ଖରିଫ ଋତୁ (Kharif season)ରେ ଏହା ଅଧିକ ଲାଭ ଦେଉଥିବାରୁ ଅଧିକାଂଶ ଚାଷୀ ଏହି ସମୟରେ ଚାଷ କରୁଥିବେ ଦେଖିବାକୁ ମିଳେ । ଧନିଚା ଗଛ ମୂଳରେ ନାଇଟ୍ରୋଜେନ ବ୍ୟାପକ ପରିମାଣର ଥାଏ ଯାହା ଚାଷ ପରେ ମାଟିରେ ମିଶିବା ସହ କ୍ଷେତକୁ ଉର୍ବର (Fertile) କରିଥାଏ ।

Also Read- Nisha Moharana Birthday: କେକ୍ କାଟିଲେ ପାର୍ଟି କଲେ.. ଆଉ ତାପରେ..