Conflict In Middle East: ୨୪ ଘଣ୍ଟାରେ ୨ ଆକ୍ରମଣ; ମଧ୍ୟ ପ୍ରାଚ୍ୟକୁ ବ୍ୟାପି ଯିବକି ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ?
Advertisement
Article Detail0/zeeodisha/odisha2043800

Conflict In Middle East: ୨୪ ଘଣ୍ଟାରେ ୨ ଆକ୍ରମଣ; ମଧ୍ୟ ପ୍ରାଚ୍ୟକୁ ବ୍ୟାପି ଯିବକି ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ?

Crisis in Middle East: ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ ସମଗ୍ର ମଧ୍ୟ ପ୍ରାଚ୍ୟକୁ ବ୍ୟାପି ଯିବା ଭଳି ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ବିଶ୍ୱ ଶକ୍ତି କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଭୂମିକା କ'ଣ ହେବ ତାହା ଉପରେ ରହିଛି ନଜର।

Conflict In Middle East: ୨୪ ଘଣ୍ଟାରେ ୨ ଆକ୍ରମଣ; ମଧ୍ୟ ପ୍ରାଚ୍ୟକୁ ବ୍ୟାପି ଯିବକି ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ?

Will Israel-Hamas War spread entire Middle East: ମଧ୍ୟ ପ୍ରାଚ୍ୟରେ ଗୋଟିଏ ପ୍ରସଙ୍ଗକୁ ନେଇ ନିରନ୍ତର ଚର୍ଚ୍ଚା ଲାଗି ରହିଛି। ଗୋଟିଏ ପଟେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ବରିଷ୍ଠ ହମାସ ନେତା ପ୍ରାଣ ହରାଇଛନ୍ତି। ଏହାର ଗୋଟିଏ ଦିନ ପରେ ଇରାନ ଠାରେ ଘଟିଯାଇଛି ଏକ ବଡ ଘଟଣା। ଇରାନ କରମାନ ସହରରେ ଅବସ୍ଥିତ ଏକ ଶ୍ମଶାନ ନିକଟରେ ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇରାନ ଏହି ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି। ଏହି ବିସ୍ଫୋରଣ ଇରାନ ରିଭୋଲୁସନାରୀ କର୍ପସ୍ କମାଣ୍ଡର କାସିମ ସୁଲେମାନୀଙ୍କ କବର ନିକଟରେ ହୋଇଥିଲା। ଇରାନ ଠାରେ ହୋଇଥିବା ବିସ୍ଫୋରଣ ଲେବାନନ ରାଜଧାନୀ ବେରୁତ ଠାରେ ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀଙ୍କ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ହୋଇଛି। ଜାନୁଆରୀ ୨ ତାରିଖ ମଙ୍ଗଳବାର ଲେବାନାନ ରାଜଧାନୀ ବେରୁତ ଠାରେ ଇସ୍ରାଏଲ ଡ୍ରୋନ ଆକ୍ରମଣରେ ହାମାସ ଗୋଷ୍ଠୀର ଜଣେ ପ୍ରମୁଖ ରାଜନୈତିକ ନେତାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ହମାସ ଗୋଷ୍ଠୀର ପ୍ରତିଶୋଧ ପରାୟଣତା ସମଗ୍ର ମଧ୍ୟ ପ୍ରାଚ୍ୟ ବ୍ୟାପିଯିବାର ସମ୍ଭାବନା ସୃଷ୍ଟି କରିଛି। 

ସାଲେହ ଅଲ-ଅରୌରୀଙ୍କ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଇରାନ ଠାରେ ହୋଇଥିଲା ବିସ୍ଫୋରଣ 
ଇରାନ ସେନା କମାଣ୍ଡର କାସିମ ସୁଲେମାନୀ ଚତୁର୍ଥ ମୃତ୍ୟୁ ବାର୍ଷିକୀ ଅବସରରେ ଦେଶର କରମାନ ସହରରେ ଅବସ୍ଥିତ ଏକ ଶ୍ମଶାନ ନିକଟରେ ହୋଇଥିଲା ସିରିଜ ବୋମା ବିସ୍ଫୋରଣ। ଅନ୍ୟପକ୍ଷରେ ସିରିଜ ବୋମା ବିସ୍ଫୋରଣର ଗୋଟିଏ ଦିନ ପୂର୍ବରୁ ଗତ ମଙ୍ଗଳବାର ଇସ୍ରାଏଲ ସେନା ପକ୍ଷରୁ ହୋଇଥିବା ଗ୍ରହଣ କାର୍ଯ୍ୟାନୁଷ୍ଠାନରେ ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ପରେ ତୁରନ୍ତ ହାମାସ ଇସ୍ରାଏଲ ସହ ଯୁଦ୍ଧ ବିରାମ କରିବାକୁ ଘୋଷଣା କରିଥିଲା। ସାଲେହ ଅଲ-ଅରୌରୀ ହାମାସ ଗୋଷ୍ଠୀର ସାମରିକ ଶାଖାର ପ୍ରତିଷ୍ଠାତା ଥିଲେ। ତାଙ୍କ ମୃତ୍ୟୁ ପରେ ଲେବାନନ ଠାରେ ସକ୍ରିୟ ରହିଥିବା ଶିଆ ମିଲିସିଆ ଗୋଷ୍ଠୀ ହିଜବୁଲ୍ଲା ପକ୍ଷରୁ ପ୍ରତିଶୋଧ ନିଆଯିବାର ସମ୍ଭାବନା ରହିଛି। ହିଜବୁଲ୍ଲା ଗଡ଼ କୁହାଯାଉଥିବା ଲେବାନନ ରାଜଧାନୀ ବେରୁତ ସ୍ଥିତ ଶିଆ ମୁସଲିମ ପ୍ରାଧାନ୍ୟ ଅଞ୍ଚଳରେ ରହିଥିବା ଏକ କୋଠାରେ ଇସ୍ରାଏଲ ଦ୍ୱାରା ଡ୍ରୋନ ଆକ୍ରମଣ ହୋଇଥିବାର କୁହାଯାଉଛି। ଲେବାନନ ଠାରେ ପାଲେଷ୍ଟାଇନ ଅଧିକାରୀଙ୍କୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନା ଆକ୍ରମଣରୁ ପ୍ରତିଶୋଧ ନେବାକୁ ହିଜବୁଲ୍ଲା ନେତା ସୟିଦ ହାସନ ନସରାଲ୍ଲା ଶପଥ ନେଇଛନ୍ତି।

ଯଦି ହିଜବୁଲ୍ଲା ଯୁଦ୍ଧକୁ ଡେଇଁପଡେ...
ହିଜବୁଲ୍ଲା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ ଧରଣର  ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦୂରେଇ ରହିଛି। ହେଲେ ଯଦି ହିଜବୁଲ୍ଲା ପକ୍ଷରୁ କୌଣସି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ଇସ୍ରାଏଲ ଉତ୍ତର ସୀମାରେ ଅନ୍ୟ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ଦେଖିବାକୁ ମିଳିପାରେ। ଲେବାନନ ସରକାରୀ ନ୍ୟୁଜ୍ ଏଜେନ୍ସି କହିଛି ଯେ ଇସ୍ରାଏଲ୍ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ହେଲେ ଇସ୍ରାଏଲ ଡ୍ରୋନ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛି। ଯୁଦ୍ଧର ନିଆଁକୁ ରୋକିବା ପାଇଁ ଆମେରିକା ହିଜବୁଲ୍ଲା ଏବଂ ଏହାର ଆଞ୍ଚଳିକ ସହଯୋଗୀ ଇରାନ ଉଦ୍ଦେଶ୍ୟରେ ବାରମ୍ବାର ଚେତାବନୀ ଦେଇ ଆସିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ହମାସ ଗୋଷ୍ଠୀକୁ ସମ୍ପୂର୍ଣ୍ଣ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆକ୍ରମଣ ଜାରି ରଖିବାକୁ ପ୍ରତିଜ୍ଞା କରିଛନ୍ତି।

ଇସ୍ରାଏଲ ଉଦ୍ଦେଶ୍ୟରେ ଧମକ ଦେଇସାରିଛି ଇରାନ 
ଇରାନ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାହିୟନ୍ ଲେବାନନ୍ ଠାରେ ହୋଇଥିବା ଡ୍ରୋନ ଆକ୍ରମଣ ପରେ ତୁରନ୍ତ ଏକ ବିବୃତ୍ତି ଜାରି କରିଥିଲେ। ଏନେଇ ସେ କହିଥିଲେ ଯେ ହମାସ ଡେପୁଟି ଚିଫ୍ ସାଲେହ ଅଲ-ଅରୌରୀଙ୍କ ହତ୍ୟାକୁ ନିନ୍ଦା କରିବା ସହ ଇସ୍ରାଏଲ କାପୁରୁଷ ଭଳି କାର୍ଯ୍ୟ କରିଛି ବୋଲି କହିଥିଲେ। ମଙ୍ଗଳବାର ଲେବାନନ ରାଜଧାନୀ ବେରୁତ ଠାରେ ସାଲେହ ଅଲ-ଅରୌରୀଙ୍କଙ୍କ ହତ୍ୟା ଏକ କାପୁରୁଷ ଆତଙ୍କବାଦୀ ଆକ୍ରମଣ। ଆମେରିକା ସମର୍ଥନ ସତ୍ତ୍ୱେ ପାଲେଷ୍ଟାଇନ ହାଜା ଏବଂ ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଯୁଦ୍ଧ ଅପରାଧ, ନରସଂହାର ଏବଂ ବିନାଶ ପରେ ଇହୁଦୀ ଶାସନ ଏହାର କୌଣସି ଲକ୍ଷ୍ୟ ହାସଲ କରିପାରି ନାହିଁ। ଇସ୍ରାଏଲ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି କହିବାକୁ ପଛେଇ ନାହାଁନ୍ତି ଇରାନ ବୈଦେଶିକ ମନ୍ତ୍ରୀ। ଇସ୍ରାଏଲ ମଧ୍ୟ ପ୍ରାଚ୍ୟ କ୍ଷେତ୍ରର ଆଞ୍ଚଳିକ ଶାନ୍ତି ଏବଂ ପଡୋଶୀ ଦେଶର ଲୋକଙ୍କ ସୁରକ୍ଷା ପ୍ରତି ବିପଦ ପାଲଟିଛି।

ଏହା ପରେ କ'ଣ ହେବ?
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ବିବାଦକୁ ରୋକିବା ପାଇଁ ଆମେରିକା ବାରମ୍ବାର ହିଜବୁଲ୍ଲା ଏବଂ ଏହାର ଆଞ୍ଚଳିକ ସହଯୋଗୀ ଇରାନ ଉଦ୍ଦେଶ୍ୟରେ ବାରମ୍ବାର ଚେତାବନୀ ଦେଇସାରିଛି। ଏଭଳି ପରିସ୍ଥିତିରେ ଦୁଇଟି ଘଟଣା ଘଟିପାରେ। ପ୍ରଥମତଃ ଏହି ଅଞ୍ଚଳରେ ହିଂସା ବନ୍ଦ ହେବା ପରିବର୍ତ୍ତେ ଆହୁରି ବଢିପାରେ। ଅନ୍ୟପକ୍ଷରେ ଇରାନ କଦାପି ଚୁପ୍ ବସିବ ନାହିଁ। ଅନ୍ୟପକ୍ଷରେ ଇସ୍ରାଏଲ ହମାସ ବିରୋଧରେ ଜୋରଦାର ଆକ୍ରମଣ ଜାରି ରଖିଛି। ଯଦି ହିଜବୁଲ ଏବଂ ଇରାନ ସିଧାସଳଖ ଯୁଦ୍ଧରେ ପ୍ରବେଶ କରନ୍ତି ତାହେଲେ ଆମେରିକା କେଉଁ ଆଭିମୁଖ୍ୟ ଗ୍ରହଣ କରିବ ତାହା ଉପରେ ସମଗ୍ର ବିଶ୍ୱର ନଜର।