Actress Prakruti Mishra ଆକ୍ସନ ମୁଡ଼ରେ ପ୍ରକୃତି, ୟୁଟ୍ୟୁବ ନାଁରେ ଆଣିଲେ ମାନହାନୀ
Advertisement
Article Detail0/zeeodisha/odisha1317650

Actress Prakruti Mishra ଆକ୍ସନ ମୁଡ଼ରେ ପ୍ରକୃତି, ୟୁଟ୍ୟୁବ ନାଁରେ ଆଣିଲେ ମାନହାନୀ

ଏପରି ଢଙ୍ଗରେ ଆକ୍ସନ ମୋଡକୁ ଆସିଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁସାନ ପ୍ରକୃତି ମିଶ୍ର ଓ ତୃପ୍ତି ଶତପଥୀ ମାମଲାରେ ଏବେ ଟ୍ବିଷ୍ଟ ପରେ ଟ୍ବିଷ୍ଟ ଆସିବାରେ ଲାଗିଛି। ନିଜର ସମ୍ମାନହାନୀ ଦର୍ଶାଇ ପ୍ରକୃତି ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଳିତ ଶତପଥୀଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ କେସ୍ କରିଛନ୍ତି ।

Actress Prakruti Mishra ଆକ୍ସନ ମୁଡ଼ରେ ପ୍ରକୃତି, ୟୁଟ୍ୟୁବ ନାଁରେ ଆଣିଲେ ମାନହାନୀ

Actress Prakruti Mishra : ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଥରେ ଆକ୍ସନ ମୁଡ଼କୁ ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra)। ଗତକାଲି ହାଇକୋର୍ଟରେ ଅପରାଧିକ ମାମଲା, ଆଜି ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା । କିଛି ଏପରି ଢଙ୍ଗରେ ଆକ୍ସନ ମୋଡକୁ ଆସିଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁସାନ ପ୍ରକୃତି ମିଶ୍ର ଓ ତୃପ୍ତି ଶତପଥୀ ମାମଲାରେ ଏବେ ଟ୍ବିଷ୍ଟ ପରେ ଟ୍ବିଷ୍ଟ ଆସିବାରେ ଲାଗିଛି। ନିଜର ସମ୍ମାନହାନୀ ଦର୍ଶାଇ ପ୍ରକୃତି ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଳିତ ଶତପଥୀଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ କେସ୍ କରିଛନ୍ତି । ସେ ନିଜ ଯୁକ୍ତିରେ ଦର୍ଶାଇଛନ୍ତି ତାଙ୍କୁ ସର୍ବସାଧାରଣରେ ମଝି ରାସ୍ତାରେ ଉଦ୍ଦେଶ୍ୟମୂଳକ ଭାବେ ସଂଘବଦ୍ଧ ଆକ୍ରମଣ କରାଯାଇଛି, ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ଓ ସାମାଜିକ ପ୍ରତିଷ୍ଠା ହାନୀ ହୋଇଛି । ଏହା ସହ ସେ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ।

କାଲି ଟ୍ରେଲରରେ ଝଲକ ଦେଖାଇଥିଲେ, ଆଜି ପୁରା ଫିଲ୍ମ ରିଲିଜ୍ କରିଦେଲେ ପ୍ରକୃତି ମିଶ୍ର।  ବାବୁସାନଙ୍କ ପତ୍ନୀ ଓ ଶ୍ବଶୁର ୨୩ ଜୁଲାଇ ତାରିଖରେ ମଝି ରାସ୍ତାରେ ଉଦ୍ଦେଶ୍ୟ ମୂଳକ ସଂଘବଦ୍ଧ ଆକ୍ରମଣ ଓ ଚରିତ୍ରହାନୀ କରିବା ଅଭିଯୋଗରେ ପ୍ରକୃତି ମିଶ୍ର ଭୁବନେଶ୍ବର କୋର୍ଟରେ ମାନହାନୀ ମାମଲା କରିଛନ୍ତି । ଏହା ସହ ଜାଣିଶୁଣି ଲୋକଙ୍କୁ ଲଗାଇ ଭିଡିଓ ଶୁଂଟି କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗ କରିଛନ୍ତି ପ୍ରକୃତି । ଏହା ଦ୍ବାରା ତାଙ୍କ ସାମାଜିକ ପ୍ରତିଷ୍ଠା ଓ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ଦର୍ଶାଇଛନ୍ତି । ଏଥି ପାଇଁ ସେ ମୋଟ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା କରିଛନ୍ତି ।

ଏହା ସହ କୋର୍ଟଙ୍କ ମାଧ୍ୟମରେ ସେ ୟୁଟ୍ୟୁବ୍ କଂପାନୀକୁ ଚିଠି ଲେଖିଛନ୍ତି । ୟୁଟ୍ୟୁବରେ ଥିବା ତାଙ୍କ ମାଡ ଭିଡିଓ ଡିଲିଟ କରିବା ପାଇଁ ଅନୁରୋଧ କରିଛନ୍ତି । କାରଣ ଏହାର ଅପଲୋଡର ସଂଖ୍ୟା ଲକ୍ଷାଧିକ ଓ ସର୍ଭିସ୍ ପ୍ରୋଭାଇଡର ହେଉଛି ଗୋଟିଏ ସଂସ୍ଥା । ଗତକାଲି ହାଇକୋର୍ଟରେ ଖାରବେଳ ନଗର ପୋଲିସ ଷ୍ଟେସନର ତଦନ୍ତ ଶିଥିଳତା ବାବଦରେ ଅବଗତ କରାଇବା ସହ ପିଟିସନ୍ ଦାଖଲ କରିଥିଲେ। ତେବେ ଘଟଣାକୁ ଏକ ମାସ ବିତି ଯାଇଥିଲେ ବି ତୃପ୍ତି ଓ ତାଙ୍କ ବାପା ମାମଲାର ସମାଧାନ କରିବା ପରିବର୍ତ୍ତେ ଏହାକୁ ଅଧିକ ସମୟ ଯାଏଁ ଟାଣୁଛନ୍ତି ବୋଲି ପ୍ରକୃତିଙ୍କ ଓକିଲ କହିଛନ୍ତି । ଯଦି ବାପ ଝିଅ ଉଭୟ ଆସି ନିସର୍ତ୍ତ କ୍ଷମା ମାଗି ନିଅନ୍ତି ତାହାଲେ ମାମଲାର ସମାଧାନ ହୋଇ ପାରିବ ବୋଲି ସେ କହିଛନ୍ତି ।

ଏଠାରେ ସୁଚନା ଯୋଗ୍ୟ ଯେ ବାବୁସାନ ପ୍ରକୃତି ଙ୍କ ସଂପର୍କକୁ ନେଇ ବାବୁସାନଙ୍କ ପତ୍ନୀ ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ମାରପିଟ୍ କରିଥିଲେ । ଏ ନେଇ ଉଭୟ ପକ୍ଷ ଥାନାରେ ଉଭୟଙ୍କ ନାମରେ ଅଭିଯୋଗ କରିଥିଲେ ।