Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ
Advertisement

Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ

Metro Rail in Twin City, ଭୁବନେଶ୍ୱର: ପୂରଣ ହେବ କି ଟ୍ୱିନସିଟିବାସୀଙ୍କ ସ୍ୱପ୍ନ? ଦୀର୍ଘ ଦିନ ପରେ ଉଠିଲା ରାଜ୍ୟରେ ମୋଟ୍ରୋ ରେଳ ସେବା ପ୍ରସଙ୍ଗ। ଟ୍ୱନସିଟିରେ ମେଟ୍ରୋ ସେବା ଯୋଗାଇବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ବିଜେପି ସାଂସଦ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ସୋମବାର ତାଙ୍କ ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଭୁବନେଶ୍ୱରରେ ପ୍ରାୟ ୧୨ ଲକ୍ଷ ଲୋକ ବସବାସ କରନ୍ତି। ଏଠାରେ ପ୍ରସିଦ୍ଧ ମନ୍ଦିର, ହସ୍ପିଟାଲ, ବିଶ୍ୱବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଓ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଏହା ଭାରତର ଏକ ଅଗ୍ରଣୀ ସହର। ସେହିପରି କଟକ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହର। କଟକର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ହେବ। ଟ୍ୱିନସିଟିର ମୋଟ ଜନସଂଖ୍ୟା ୨୨ ଲକ୍ଷ। ଦିନକୁ ଦିନ ଏହି ସହର ସମ୍ପ୍ରସାରିତ ହେଉଛି। ଆଉ ଦୁଇ ସହରର ନଗର ନିଗମର ଜନସଂଖ୍ୟାକୁ ଦେଖିଲେ ତାହା ପ୍ରାୟ ୩୦ ଲକ୍ଷ ହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ମାସ ରାପିଡ ଟ୍ରାଂଜିଟ୍ ସିଷ୍ଟମ (MRTS)ରେ ସାମିଲ ହୋଇନାହିଁ।

Alsp Read: Odisha Weather Update: ଆଶ୍ୱିନରେ ଶ୍ରାବଣ ଝଡ଼, ଆକାଶରୁ ପଡ଼ିବ ବଜ୍ର!

ସେ ପୁଣି ଲେଖିଛନ୍ତି ଯେ, ମେଟ୍ରୋ ରେଳ ପଲିସି-୨୦୧୭ ଅନୁସାରେ ନିର୍ଦ୍ଧିଷ୍ଟ ସହରର ଜନସଂଖ୍ୟା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ରହିବା ଉଚିତ। ଆସନ୍ତ ୪ରୁ ୫ ବର୍ଷ ମଧ୍ୟରେ ଭୁବନେଶ୍ୱରର ଜନସଂଖ୍ୟା ୨୦ ଲକ୍ଷ ଟପିବ। କିନ୍ତୁ ବର୍ତ୍ତମାନ ଟ୍ୱିନ ସିଟିର ଜନସଂଖ୍ୟା ମେଟ୍ରୋ ଟ୍ରେନ ପାଇଁ ଯୋଗ୍ୟ ଜନସଂଖ୍ୟା ଠାରୁ ଅଧିକ ଅଛି। ତେଣୁ ରାଜ୍ୟ ସରକାର ଏହି ଉଭୟ ସହର ପାଇଁ ମେଟ୍ରୋ ରେଲ୍ ସିଷ୍ଟମ ପାଇଁ ଯୋଜନା କରନ୍ତୁ। ଏହାକୁ ପର୍ଯ୍ୟାୟକ୍ରମେ କରାଯାଇ ପାରିବ। ପ୍ରଥମେ ଏହି କାମ ଭୁବନେଶ୍ୱରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ପାରିବ। ନିୟମ ଅନୁସାରେ ମେଟ୍ରୋ ପ୍ରଜେକ୍ଟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭାଗିଦାରୀ ୫୦-୫୦ ପ୍ରତିଶତ ରହିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ଚିଠିରେ କହିଛନ୍ତି। 

ଟ୍ୱିନସିଟିରେ ମେଟ୍ରୋ ସେବା ଆରମ୍ଭ ହେଲେ କେବଳ ଯେ ଲୋକଙ୍କ ଯାତାୟତ ସହଜସାଧ୍ୟ ହେବ ତାହା ନୁହଁ, ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ। ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଭାବେ ନେଇ ଯଥା ସମ୍ଭବ କେନ୍ଦ୍ର ସରକାରଙ୍କ ଗୃହ ଓ ସହର ବ୍ୟପାର ମନ୍ତ୍ରାଳୟ ସହ ଯୋଗାଯୋଗ କରନ୍ତୁ ବୋଲି ଅପରାଜିତା କହିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ସକରାତ୍ମକ ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ମନ୍ତ୍ରାଳୟକୁ ମୁଁ ମଧ୍ୟ ଚିଠି ଲେଖୁଛି ବୋଲି ଭୁବନେଶ୍ୱର ସାଂସଦ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି।