Odisha Weather Update: ଆଶ୍ୱିନରେ ଶ୍ରାବଣ ଝଡ଼! ଅଧା ଓଡ଼ିଶାକୁ ଘାରିଲା ବର୍ଷା ଓ ବଜ୍ରପାତ ଡ଼ର
Advertisement

Odisha Weather Update: ଆଶ୍ୱିନରେ ଶ୍ରାବଣ ଝଡ଼! ଅଧା ଓଡ଼ିଶାକୁ ଘାରିଲା ବର୍ଷା ଓ ବଜ୍ରପାତ ଡ଼ର

Odisha Weather Update: ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ବର୍ଷା ଲାଗିରହିଛି । ସୋମବାର ରାଜ୍ୟର ୧୬ ଜିଲ୍ଲାରେ ସାମାନ୍ୟରୁ ଘଡଘଡି ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ନୟାଗଡ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

 Odisha Weather Update: ଆଶ୍ୱିନରେ ଶ୍ରାବଣ ଝଡ଼! ଅଧା ଓଡ଼ିଶାକୁ ଘାରିଲା ବର୍ଷା ଓ ବଜ୍ରପାତ ଡ଼ର

Odisha Weather Update, ଭୁବନେଶ୍ୱର: ଆଶ୍ୱିନ ମାସରେ ହେବ ଶ୍ରାବଣ ଭଳି ଝଡ। ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ସହ ବଜ୍ରପାତ ସମ୍ଭାବନା ଅଛି। ସୋମବାର ଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ହେବ। ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସୋମବାରର ପାଇଁ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ହୋଇପାରେ ବର୍ଷା  । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବ ୨୯ ତାରିଖ ଯାଏ ଓଡିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । 

ଘୁର୍ଣ୍ଣିବଳୟ ପ୍ରଭାବରେ ୨୬ରୁ ୨୯ ଯାଏ ରାଜ୍ୟରେ ବର୍ଷା ହେବ । ଏହି ୫ ଦିନରେ ରାଜଧାନୀ ସମେତ ଉପକୂଳରେ ମୋଟ ବର୍ଷା ପରିମାଣ ୫୦ରୁ ୬୦ ମିଲିମିଟର ରହିବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ସୀମାବର୍ତ୍ତୀ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ୬୦ରୁ ୭୦ମିମି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବାକି ଅଞ୍ଚଳରେ ୩୦ରୁ ୪୦ମିମି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।  ୨୯ ବା ୩୦ରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି । କିନ୍ତୁ ଏହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ଆକଳନ କରାଯାଇଛି । 

Also Read: Odisha Weather Update: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ଫିକା ପଡ଼ିପାରେ ପାର୍ବଣ ମାହୋଲ

ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ବର୍ଷା ଲାଗିରହିଛି । ସୋମବାର ରାଜ୍ୟର ୧୬ ଜିଲ୍ଲାରେ ସାମାନ୍ୟରୁ ଘଡଘଡି ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ନୟାଗଡ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ଠାରୁ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ହେବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଦଶହରା ପର୍ଯ୍ଯନ୍ତ ବର୍ଷା ଜାରି ରହିବ । ଅକ୍ଟୋବର ୨ରୁ ବର୍ଷା ପରିମାଣ ବଢ଼ିବା ନେଇ ଆକଳନ କରାଯାଇଛି । ଏହାଭିତରେ ଦକ୍ଷିଣ ଚୀନ ସାଗରରୁ ଏକ ସିଷ୍ଟମ ଆସି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ୩୦ ସୁଦ୍ଧା ପହଞ୍ଚିବ । ଏହା ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଥିବାବେଳେ, ପରେ ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ୨ ତାରିଖବେଳକୁ ଲଘୁଚାପର ରୂପ ନେବ । ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିବାର ସମ୍ଭାବନା ରହିଛି । ଏହା ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । 

Also Read: Boat accident: ମଝି ନଇରେ ବୁଡିଲା ଡଙ୍ଗା, ମହାଳୟା ପୂଜା କରିବାକୁ ଯାଉଥିବା ୨୩ ଭକ୍ତଙ୍କର ମୃତ୍ୟୁ

ଅକ୍ଟୋବର ୨ରୁ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।  ଅକ୍ଟୋବର ୩ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ଅକ୍ଟୋବର ୪ ଏବଂ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗର ପ୍ରାକ୍‌ ଆକଳନରୁ ପ୍ରତୀୟମାନ ହେଉଛି । ଘୂର୍ଣ୍ଣିବଳୟଟି କେତେ ଘନୀଭୁତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଯଦି ଘୂର୍ଣ୍ଣିବଳୟଟି ଅଧିକ ଘନୀଭୁତ ହୁଏ ତେବେ ଦଶହରା ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।