Childrens Day 2022: 'ଖୁସି ବାଣ୍ଟିବା ପାଇଁ ପ୍ରୟାସ କରନ୍ତୁ'
Advertisement
Article Detail0/zeeodisha/odisha1441382

Childrens Day 2022: 'ଖୁସି ବାଣ୍ଟିବା ପାଇଁ ପ୍ରୟାସ କରନ୍ତୁ'

Childrens Day 2022: ପିଲାଙ୍କ ଗହଣରେ ଶିଶୁ ଦିବସ ପାଳିଲେ ପୋଲିସ କମିଶନର । ଶିଶୁ ମାନଙ୍କ ଶହ ଖେଳିଲେ ଓ ସମୟ ମଧ୍ୟ ବିତାଇଲେ । ସାମାଜିକ ସଂଗଠନ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଶିଶୁ ଦିବସ ଆୟୋଜିତ ହୋଇଥିଲା ଭୁବନେଶ୍ୱର ଏକ ନାମିଦାମୀ ସପିଙ୍ଗ କମ୍ପ୍ଲେସରେ।

ସୌଜନ୍ୟ : ସୋସିଆଲ ମିଡିଆ

Childrens Day 2022: ପିଲାଙ୍କ ଗହଣରେ ଶିଶୁ ଦିବସ ପାଳିଲେ ପୋଲିସ କମିଶନର । ଶିଶୁ ମାନଙ୍କ ଶହ ଖେଳିଲେ ଓ ସମୟ ମଧ୍ୟ ବିତାଇଲେ । ସାମାଜିକ ସଂଗଠନ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଶିଶୁ ଦିବସ ଆୟୋଜିତ ହୋଇଥିଲା ଭୁବନେଶ୍ୱର ଏକ ନାମିଦାମୀ ସପିଙ୍ଗ କମ୍ପ୍ଲେସରେ। ମଧୁରମୟୀ ଆଶ୍ରମର ଗରିବ ତଥା ଅନାଥ ଛୁଆ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ଏକ ଭିନ୍ନ ପ୍ରୟାସ କରିଛି । ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ସହ ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।

ଶିଶୁ ଦିବସ ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାରେ ଜାମିନ ପର ଏକ ନିଆରା କାର୍ଯ୍ୟକ୍ରମ ଉତ୍କଳ କନିକା ଗ୍ୟାଲେରୀଆ ମଲର ଗେମ୍ ଜୋନ ଠାରେ ଆୟୋଜିତ ହୋଇଥିଲା । ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପ୍ରତିନିଧିମାନେ ମଧୁରମାୟୀ ଆଶ୍ରମର ପିଲାମାନଙ୍କୁ ଏଠାକୁ ଆଣି ସେମାନଙ୍କ ଖୁସି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପୋଲିସ କମିଶନର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁତ ଖୁସି ଥିବା କହିଥିଲେ । ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ଓଡ଼ିଆ ଅଭିନେତା ଆକାଶ ଏହି କାର୍ଯ୍ୟକ୍ରମରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଏସବୁ କେବଳ ପିଲାମାନଙ୍କୁ ଖୁସି କରିବାର ଏକ ପ୍ରୟାସ ବୋଲି କହିଥିଲେ ଆକାଶ ଦାସ ନାୟକ । ସବୁ ବେଳେ ଖୁସି ବାଣ୍ଟିଲେ ଖୁସି ବଢ଼ିଥାଏ ତେଣୁ କରି ସମସ୍ତେ ଯଥା ସମ୍ଭବ ସମସ୍ତେ ଖୁସି ବାଣ୍ଟିବା ପାଇଁ ପ୍ରୟାସ କରନ୍ତୁ ବୋଲି କହିଥିଲେ ଆକାଶ । ଅନ୍ୟପଟେ ଏସବୁକୁ ନେଇ ଖୁବ ଖୁସି ପ୍ରକାଶ କରିଚନ୍ତି ମଧୁରମୟୀ ଆଶ୍ରମର ପିଲାମାନେ । ସେମାନେ ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବାରୁ ଏହି ସ୍ଥାନ ତାଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ଭଳି । ତେଣୁ ଏହି ସ୍ଥାନରେ ପହଞ୍ଚି ଖେଳି ଓ ଏତେ ଭଲ ଭଲ ଖାଇବା ଓ ଏତେ ଭଲ ପାଇବା ପାଇଥିବାରୁ ସେମାନେ ଉଡ୍ର ଚାରି ଟେବଲ ଟ୍ରଷ୍ଟ ଓ ଆକାସଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

 ଏହାବି ପଢନ୍ତୁ : Bhadrak News: ଦଳିତ କନ୍ୟାକୁ ବ୍ରାହ୍ମଣ ବର, ଅଦାଲତାଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ନିସ୍କ୍ରିୟ

ଆଜିର ଶିଶୁ ହେଉଛନ୍ତି ଆସନ୍ତାକାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ ।ସୂଚନା ଥାଉକି, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁ । ପୁରା ନାମ ପଣ୍ଡିତ ଜବାହାରଲାଲ ନେହେରୁ । ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହେରୁଙ୍କ ଜନ୍ମ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା ।