Baliyatra 2022: କଟକ ବାଲିଯାତ୍ରାରେ ଉଡିବନି ଧୂଳି, Cmc ନେଇଛି ଏମିତି ବଡ ପଦକ୍ଷେପ
Advertisement
Article Detail0/zeeodisha/odisha1439014

Baliyatra 2022: କଟକ ବାଲିଯାତ୍ରାରେ ଉଡିବନି ଧୂଳି, Cmc ନେଇଛି ଏମିତି ବଡ ପଦକ୍ଷେପ

Baliyatra 2022: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ର । ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ। ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ସମୟରେ ପଡ଼ିଆରେ ପାଦ ପକାଇ ହୁଏନି। ଧୂଳି ନ ଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Baliyatra 2022: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ର ।  ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ। ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ସମୟରେ ପଡ଼ିଆରେ ପାଦ ପକାଇ ହୁଏନି। ଧୂଳି ନ ଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । । ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଧୂଳି ପ୍ରଦୂଷଣ ଏକ ବଡ ସମସ୍ୟା ହୋଇଥାଏ । ପ୍ରତ୍ୟେକ ଦିନ ପଡ଼ିଆରେ ସିଞ୍ଚନ କରାଯାଉଛି ୪୪ହଜାର ଲିଟର ପାଣି। ୧୧ଟି ଟ୍ୟାଙ୍କର ବ୍ୟବହାର କରାଯାଉଛି। ଏତଦବ୍ୟତୀତ କିଛି ସ୍ଥାନ ଉପରେ ସିଏମସି ଅଧିକ ଗୁରୁତ୍ୱ ଦେଇଛି। ଯେଉଁଠାରେ ପାଣି ସିଞ୍ଚନ ଦ୍ୱାରା ଧୂଳି ଉଡିବାକୁ ରୋକିହେବ ନାହିଁ । ଏଭଳି ୧୦ ଏକର ଯାଗାରେ ସ୍ୱତନ୍ତ୍ର ଧରଣର କେମିକାଲ ସ୍ପ୍ରେ କରାଯାଉଛି  । 

ହେଲେ ଚଳିତ ବର୍ଷ ଧୂଳି ପ୍ରଦୂଷଣକୁ ରୋକିବା ପାଇଁ ସିଏମସି ପକ୍ଷରୁ ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ସିଞ୍ଚନ କରାଯାଇଛି । ଏହି କେମିକାଲକୁ ପାଣିରେ ଗୋଳାଇ ପଡିଆ ସାରା ସିଞ୍ଚନ କରାଯାଇଛି । ଏହି ପ୍ରକ୍ରିୟାର ନାଁ ହେଉଛି ଡଷ୍ଟ ସପ୍ରେଶନ ସିଷ୍ଟମ । ବ୍ରିଥ ଗ୍ରୀନ ଇଣ୍ଡିଆ ପ୍ରାଇଭେଟ ଲିମିଟ୍ଡେ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି । କମ୍ପାନୀର ଦାବି ଏହି ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ସିଞ୍ଚନ କରିବା ପରେ ମାଟି ରାସ୍ତା କଂକ୍ରିଟ ରାସ୍ତା ଭଳି ଶକ୍ତ ହୋଇଥାଏ । ଶୁଖିଯିବା ପରେ ସେହି ରାସ୍ତା ଦେଇ ଗାଡି ଯାଉ ଲୋକେ ଯାଆନ୍ତୁ ଧୂଳି ଉଡିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥାଏ ବୋଲି କଂପାନୀ ପକ୍ଷରୁ କୁହାଯାଇଛି । ଏହି ସ୍ପ୍ରେ ହେବା ଦ୍ବାରା ଲୋକେ ଧୂଳିକୁ ଖାତିର ନକରି ବାଲି ଯାତ୍ରା ବୁଲୁଛନ୍ତି । ଅଧିକ ଧୂଳି ନ ଉଡ଼ିବା ଯୋଗୁଁ ଷ୍ଟଲ ବ୍ୟବସାୟୀଙ୍କୁ ମଧ୍ୟ ଟିକିଏ ଆଶ୍ୱସ୍ତି ମିଳିଛି । 

ଏହାବି ପଢନ୍ତୁ : Bhubaneswar News: ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ବଂଶୀ ବାଦନ

କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ । ତେବେ ଚଳିତ ବର୍ଷର ବାଲିଯାତ୍ରା ଚଳିତ ମାସ ୧୬ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି ।