ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ
Advertisement
Article Detail0/zeeodisha/odisha1179197

ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ

ଭୁବନେଶ୍ବର:- (ରାଜେଶ ସାମନ୍ତରାୟ) :ମଝି ରାସ୍ତାରେ ଅଟୋ ଚାଳକ ହଟହଟା ହେଲେ , ଗାଡ଼ି ଟାଣି ନେଲା ଭୁବନେଶ୍ୱର କମିସନରେଟ ପୋଲିସ,ମାଳମାଳ ଅଟୋ ରିକ୍ସା ଖାଲି ଗଦା ହୋଇଗଲା l କାରଣ କମିସନରେଟ ପୋଲିସ ସମସ୍ତଙ୍କ ମଜା ଏକା ଥରକେ ଚଖାଇଦେଲା lମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର ଙ୍କ ବିରୋଧରେ ସାରା ରାଜ୍ୟରେ ଚାଲିଛି ଜୋରଦାର ଚଢ଼ାଉ। ବିଗତ ପାଞ୍ଚ ଦିନରେ ପ୍ରାୟ ଦୁଇ ହଜାର ରୁ ଅଧିକ ଡ୍ରାଇଭର୍ ଙ୍କ ଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। ଏହି ଡ୍ରାଇଭରେ ସାମିଲ ହୋଇଛି କମିଶନରେଟ ପୋଲିସ। ଭୁବନେଶ୍ୱରେ ନୂଆ ଡିସିପି ନିଯୁକ୍ତି ହେବା ପରାଠାରୁ ଜୋରଦାର ଚେକିଂ ଅଭିଯାନ ବଜାରୀ ରହିଛିl ଅନ୍ୟପକ୍ଷରେ ମଦୁଆ ଡ୍ରାଇବର ଓ ଗାଡି ଚାଳକଙ୍କ ରାତିରେ କରୁଥିବା ଉତ୍ପାତ ଗୋଟେ ପ୍ରକାରର ବ୍ରାଣ୍ଡ ହୋଇଯାଇଛି l

 

ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ

ଆଜି ଅଟୋ  ଉପରେ ଭୁବନେଶ୍ବର ଟ୍ରାଫିକ ପୋଲିସ ଚଢାଉ କରିଛି। ବିନା‌ ଫିଟନେସ, ବିନା ଇନସୁରାନସରେ ଗଡୁଥିବା ଅଟୋକୁ ସିଜ୍ କରିଛି ପୋଲିସ।ମୋଟର ଭେଇକିଲ ଆକ୍ଟ ଓ ସୁପ୍ରିମକୋର୍ଟ ଗାଇଡ ଲାଇନ ଉଲଙ୍ଘନ କରୁଥିବା ୨୭ଟି ଅଟୋ ଜବତ କରାଯାଇଛି । ରାଜଧାନୀର ବିଭିନ୍ନ ଛକରେ ଅଟୋ ଚାଳନା ଉପରେ ଚେକିଂ କରି ଅଟୋକୁ ଜବତ କରାଯାଇଛି । ଅଟୋ ଗୁଡିକୁ ଏଜି ଟ୍ରାଫିକ ଥାନା ପରିସରରେ ରଖାଯାଇଛି । ଯେ କେହି ବିପଦଜନ୍ନକ ଭାବେ ଯାତ୍ରୀଙ୍କୁ ଉଠାଇ ନେବା ଆଣିବା କରୂଥିଲେ ତାଙ୍କୁ ଯାଞ୍ଚ କରାଯାଇଥିଲା । ଯାଂଚ ବେଳେ ଜଣା ପଡିଥିଲା ଯେ  ସ୍କୁଲ ପିଲାଠୁ ଆରମ୍ଭ କରି ଶ୍ରମିକ ଓ ଯାତ୍ରୀଙ୍କୁ କ୍ଷମତାଠୁ ଅଧିକ ଗାଡ଼ିରେ ଲୋଡ କରି ଅଟୋ ଚାଳକ ନେବା ଆଣିବା କରୁଛନ୍ତି । ଏନେଇ ସ୍ପେଶାଲ ଡ୍ରାଇଭ କରି ଟ୍ରାଫିକ ପୋଲିସ ଅଟୋ ଜବତ କରିଛି । 

କେବଳ ସେତିକି ନୁହଁ , ଅନେକ ସମୟରେ ଅଟୋ ଚାଳକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଛି । କେତେ ବେଳେ ମଦ ପିଇ ଗାଡ଼ି ଚଳାଇବା,  ବିପଦ ପୂର୍ଣ୍ଣ  ଏବଂ ରଫ ଗାଡ଼ି ଚାଳନା ସହ ଖରାପ ବ୍ୟବହାର ଯାତ୍ରୀଙ୍କୁ ଅତିଷ୍ଠ କରିବା ଅଭିଯୋଗ ହୋଇଛି। ଯାତ୍ରୀ ଓ ଚାଳକ ହାତାହାତି ହେବା ଘଟଣା ସାମ୍ନାକୁ ଆସିଛି ।