Dhabaleswar: ଖାଁ ଖାଁ ଧବଳେଶ୍ବର ପୀଠ,ଭର୍ଚ୍ଚୁଆଲି ଚାଲିଛି ମହାଦେବଙ୍କ ଦର୍ଶନ
Advertisement
Article Detail0/zeeodisha/odisha1424978

Dhabaleswar: ଖାଁ ଖାଁ ଧବଳେଶ୍ବର ପୀଠ,ଭର୍ଚ୍ଚୁଆଲି ଚାଲିଛି ମହାଦେବଙ୍କ ଦର୍ଶନ

Dhabaleswar: ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ପଞ୍ଚୁକ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଆଠଗଡ଼ର ଧବଳେଶ୍ବର ପୀଠ(Dhabaleswar Pitha) ।ରାତି ୩ଟାରୁ ପହଡ଼ ଖୋଲାଯାଇ ସ୍ନାନ ପରେ ମଙ୍ଗଳ ଆଳତୀ କରାଯାଇଛି । ଏହା ପରେ ଖେଚୁଡ଼ି ଭୋଗ ଲାଗି କରାଯାଇ ଦ୍ବାର ଫିଟାଯାଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Dhabaleswar: ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ପଞ୍ଚୁକ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଆଠଗଡ଼ର ଧବଳେଶ୍ବର ପୀଠ(Dhabaleswar Pitha) । ରାତି ୩ଟାରୁ ପହଡ଼ ଖୋଲାଯାଇ ସ୍ନାନ ପରେ ମଙ୍ଗଳ ଆଳତୀ କରାଯାଇଛି । ଏହା ପରେ ଖେଚୁଡ଼ି ଭୋଗ ଲାଗି କରାଯାଇ ଦ୍ବାର ଫିଟାଯାଇଛି । ଝୁଲା ପୋଲ ବିପଦଜ୍ଜନକ ଅବସ୍ଥାରେ ରହିଥିବାରୁ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା ଲଗାଯାଇଛି । ଫଳରେ ଚଳିତବର୍ଷ ଭକ୍ତଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଭର୍ଚ୍ଚୁଆଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ରାସ୍ତା ପାର୍ଶ୍ବର ଧବଳେଶ୍ଵରଙ୍କ ଫାଟକ ନିକଟରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଠରେ ୧୪୪ ଧାରା ଲାଗିଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୬ ଜଣ ଏସଡିପିଓ ଓ ୧୨ ଆଇଆଇସି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର (famous Shiv Peeth Dhabaleswar) ଠାରେ ଥିବା ଝୁଲା ପୋଲରେ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲଗାଯାଇଛି। ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।  ଝୁଲାପୋଲରେ ଯାତ୍ରୀ କଟକଣା ନେଇ ସୂଚନା ଜାରି କରାଯାଇଥିଲା। ଝୁଲାପୋଲ ମରାମତି ହେବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଥିବା ବେଳେ ମରାମତି ସରିବା ପର୍ଯ୍ୟନ୍ତ ଡଙ୍ଗା ମାଧ୍ୟମରେ ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ । ପ୍ରଶାସନ ସତର୍କ ହୋଇଥିବା ବେଳେ ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଛି । 

ଏହାବି ପଢନ୍ତୁ : Lord Jagannath: ଆଜିଠୁ ପବିତ୍ର ପଞ୍ଚୁକ ବ୍ରତର ଅୟମାରମ୍ଭ, ପାଞ୍ଚ ଦିନ ଏହି ସବୁ ବେଶରେ ଦର୍ଶନ ଦେବେ ବଡ଼ଠାକୁର

ଝୁଲା ପୋଲର କ୍ଷମତା ୬ଶହ ରହିଥିବାବେଳେ,ଏହାକୁ  ୨ଶହକୁ କମ୍ କରାଯାଇଛି। ସେପଟେ ଗୁଜୁରାଟ ଘଟଣା ପୂର୍ବରୁ ଏକ ବୈଷୟିକ ଟିମ୍‌ ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଅନୁସାରେ କିଛି ତ୍ରୁଟି ନଜରକୁ ଆସିଥିଲା । ଇଞ୍ଜିନିୟରିଂ ଚିଫ୍‌ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗର ଗୋଟିଏ ଟେକ୍ନିକାଲ ଟିମ୍‌ ଧବଳେଶ୍ୱର ସ୍ଥିତ ଝୁଲନ୍ତା ବ୍ରିଜ୍‌ରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଝୁଲନ୍ତା ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିଛନ୍ତି ।  ଏହା ସହିତ ଝୁଲା ପୋଲକୁ ଲାଗି ଚାଲିଥିବା କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଶେଷ କରାଯିବା ନେଇ ସୂଟନା ପ୍ରଦାନ କରିଛି ଆଠଗଡ଼ ପ୍ରଶାସନ ।