Trending Photos
Gyanavapi case:
ସୂଚନାଯୋଗ୍ୟ ଯେ, ଜ୍ଞାନବାପୀ ପରିସରର ବୈଜ୍ଞାନିକ ସର୍ଭେ ରିପୋର୍ଟ ଦାଖଲ କରିବାକୁ ASI ମଙ୍ଗଳବାର (ନଭେମ୍ବର ୨୮) ଦିନ କୋର୍ଟରେ ଆଉ ତିନି ସପ୍ତାହ ସମୟ ମାଗିଥିଲା। ଏହି ଆବେଦନ ଉପରେ ଜିଲ୍ଲା ଜଜ୍ ଏ.କେ ବିଶ୍ୱଶ ଏଏସଆଇକୁ କାହିଁକି ଅଧିକ ସମୟ ମାଗୁଛନ୍ତି ବୋଲି ପଚାରିଥିଲେ। ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବଙ୍କ ତରଫରୁ କୁହାଯାଇଥିଲା ଯେ ଏହି ସର୍ଭେ ସମୟରେ ବିଭିନ୍ନ ଉପକରଣରୁ ମିଳିଥିବା ତଥ୍ୟକୁ ବୁଝିବା ଏକ କଷ୍ଟସାଧ୍ୟ ଏବଂ ଧୀର ପ୍ରକ୍ରିୟା । ASI କାଶୀ ବିଶ୍ୱନାଥ ମନ୍ଦିର ପାଖରେ ନିର୍ମିତ ଜ୍ଞାନବାପୀ ପରିସରର ବୈଜ୍ଞାନିକ ସର୍ଭେ କରିବାର କାରଣ ହେଉଛି ଏହା ଜାଣିବା ଯେ, ମସଜିଦ ନିର୍ମାଣ ପୂର୍ବରୁ କୌଣସି ସେଠାରେ କୌଣସି ହିନ୍ଦୁ ମନ୍ଦିରର ସଂରଚାନ ଥିଲା କି ନାହିଁ । ଅର୍ଥାତ ସତରେ କ’ଣ ହିନ୍ଦୁ ମନ୍ଦିର ଭାଙ୍ଗି ତା’ଉପରେ ମସଜିଦ ତିଆରି କରାଯାଇଥିଲା କି ଯେମିତି ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ସୂଚନାଯୋଗ୍ୟ ଯେ, ଔରଙ୍ଗଜେବ ଆଦେଶରେ କାଶୀ ବିଶ୍ୱନାଥ ମନ୍ଦିର ଭାଙ୍ଗି ଜ୍ଞାନବାପୀ ମସଜିଦ ତିଆରି ହୋଇଥିଲା ବୋଲି ହିନ୍ଦୁ ବିଶ୍ୱାସ ରହିଛି । ତେବେ ମୁସଲିମ୍ ପକ୍ଷ ଏହାକ ମାନେ ନାହିଁ ।