Vastu tips south west direction:ଘରର ଦକ୍ଷୀଣ-ପଶ୍ଚିମ କୋଣରେ କ’ଣ ନିର୍ମାଣ କରିବା ହୋଇପାରେ ମାରାତ୍ମକ ଭୁଲ ?
Advertisement
Article Detail0/zeeodisha/odisha1981655

Vastu tips south west direction:ଘରର ଦକ୍ଷୀଣ-ପଶ୍ଚିମ କୋଣରେ କ’ଣ ନିର୍ମାଣ କରିବା ହୋଇପାରେ ମାରାତ୍ମକ ଭୁଲ ?

  ବାସ୍ତୁଶାସ୍ତ୍ରରେ ଶକ୍ତି ଏବଂ ଦିଗର ବିଶେଷ ଗୁରୁତ୍ୱ ରହିଛି । ଏହା ଅନୁସାରେ  ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ଏବଂ ପ୍ରତ୍ୟେକ ଦିଗର ବିଶେଷ ଗୁରୁତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ପ୍ରତ୍ୟେକ ଦିଗରୁ ପ୍ରବାହିତ ହୋଇଥାନ୍ତି, ଯାହା ଘରେ ରହୁଥିବା ସଦସ୍ୟମାନଙ୍କୁ ପ

SOCIAL MEDIA

Vastu tips south west direction: 

ବାସ୍ତୁଶାସ୍ତ୍ରରେ ଶକ୍ତି ଏବଂ ଦିଗର ବିଶେଷ ଗୁରୁତ୍ୱ ରହିଛି । ଏହା ଅନୁସାରେ  ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ଏବଂ ପ୍ରତ୍ୟେକ ଦିଗର ବିଶେଷ ଗୁରୁତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ପ୍ରତ୍ୟେକ ଦିଗରୁ ପ୍ରବାହିତ ହୋଇଥାନ୍ତି, ଯାହା ଘରେ ରହୁଥିବା ସଦସ୍ୟମାନଙ୍କୁ ପ୍ରଭାବିତ କରିଥାଏ । ବାସ୍ତୁଶାସ୍ତ୍ରରେ ଘରର କେଉଂ ଦିଗରେ କ’ଣ ରହିବା ଓ କ’ଣ ରହିବ ନାହିଁ ସେସମ୍ପର୍କରେ ବିସ୍ତାରିତ ଭାବେ  କୁହାଯାଇଛି ।

 ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ନିର୍ମାଣ କାର୍ଯ୍ୟ ରହିଛି ଯଦି ତାହାକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ କରାଯାେ ତେବେ ତାହାର  ଖରାପ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ରରେ ଦକ୍ଷିଣ-ପଶ୍ଚିମ ଦିଗକୁ ରାହୁ-କେତୁଙ୍କ ଦିଗ ବୋଲି ବିବେଚନା କରାଯାଏ । ଏହି ଦିଗରେ ଥିବା  ଜିନିଷଗୁଡ଼ିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାନ୍ତି । ଆସନ୍ତୁ ଜାଣିବା ଦକ୍ଷୀଣ-ପଶ୍ଚିମ କୋଣରେ କ’ଣ ନିର୍ମାଣ  କରାଯିବା ଉଚିତ୍ ନୁହେଁ ।

ଦକ୍ଷିଣ-ପଶ୍ଚିମ ଦିଗ ସହିତ ଜଡିତ ନିୟମ

•              ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ  ମନ୍ଦିର କିମ୍ବା ଠାକୁର ଘର ରହିବା ଉଚିତ୍ ନୁହେଁ । ଏହି ଦିଗରେ ଆଦୌ ପୂଜା ଘର ନିର୍ମାଣ କରାଯିବା ଉଚିତ ନୁହେଁ। ବିଶ୍ୱାସ କରାଯାଏ ଯେ ଏହି ଦିଗରେ ପ୍ରତିଷ୍ଠିତ ଦେବତା ଏବଂ ଦେବୀଙ୍କୁ ପୂଜା କରିବା ଦ୍ୱାରା କୌଣସି ଫଳାଫଳ ମିଳିନଥାଏ । ଏହି ଦିଗରେ ପୂଜାର୍ଚ୍ଚନା କରିବା ସମୟରେ ମନ ବିଚଳିତ ହୁଏ । ଫଳରେ ଧ୍ୟାନଭଙ୍ଗ ହୁଏ । ଯେଉଁଥିପାଇଁ ପୂଜା କରିବାରେ ଅସୁବିଧା ହୁଏ ।

•              ଏହି ଦିଗରେ ପିଲାମାନଙ୍କର ଅଧ୍ୟୟନ କକ୍ଷ ତିଆରି କରାଯିବା ଉଚିତ୍ ନୁହେଁ । ଏହି ଦିଗରେ ଏକାଗ୍ରତା ରହେ ନାହିଁ ଏବଂ ମନ ସର୍ବଦା ବିଚଳିତ ହୋଇଥାଏ । ପାଠପଢା ପାଇଁ ଏକାଗ୍ରତା ନିହାତି ଜରୁରୀ । ଯେହେତୁ ଏହି କୋଣରେ ଥିବା ରୁମରେ ପଢିବା ବେଳେ ପିଲାଙ୍କର ଏକାଗ୍ରତା ରୁହେ ନାହିଁ ତେଣୁ ଏହି ଦିଗରେ ଷ୍ଟଡି ରୁମ କରିବା ଠିକ ନୁହେଁ । କାରଣ ଏହି ଦିଗରେ ଷ୍ଟଡିରୁମ ରହିଲେ ପିଲା ପଢିଲେ ମଧ୍ଯ କିଛି ମନେ ରଖି ପାରେନାହିଁ ।

•              ଗେଷ୍ଟ ରୁମ୍ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ନିର୍ମାଣ କରିବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଦିଗରେ ରାହୁ ଏବଂ କେତୁ ରହୁଥିବାରୁ ଗେଷ୍ଟରୁମରେ ରହୁଥିବା ବ୍ୟକ୍ତିଙ୍କ ମନ ଏବଂ ଆଚରଣରେ ହଠାତ୍ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ଦିଗରେ ଅତିଥି କୋଠରୀ ନିର୍ମାଣ କରିବା ଅନୁଚିତ ।

•              ଏହି ଦିଗରେ ଭୂତଳ ଜଳ ଟାଙ୍କି ନିର୍ମାଣ କରନ୍ତୁ ନାହିଁ । ବାସ୍ତୁ ବିଶ୍ୱାସ ଅନୁସାରେ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଭୂତଳ ପାଣି ଟାଙ୍କି ତିଆରି କରିବା ଦ୍ୱାରା ବାସ୍ତୁଦୋଷ ବୃଦ୍ଧି ପାଏ । ଏହି ଦିଗରେ ସକରାତ୍ମକ ଶକ୍ତିର ସନ୍ତୁଳନ ସୁନିଶ୍ଚିତ କରିବାକୁ ଛାତ ଉପରେ ପାଣି ଟ୍ୟାଙ୍କ ନିର୍ମାଣ କରନ୍ତୁ ।

•              ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ କେବେବି ବାଥରୁମ ନିର୍ମାଣ କରାଯିବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତି ଆଣିଥାଏ ଯେଉଁଥିପାଇଁ ଘରେ ରହୁଥିବା ଲୋକଙ୍କ ଅଗ୍ରଗତି ପ୍ରଭାବିତ ହୋଇଥାଏ ଏବଂ ପରିବାର ସଦସ୍ୟ ସର୍ବଦା ଅସୁସ୍ଥ ରୁହନ୍ତି।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।