Vasundhara raje:‘ଡବଲ ଝଟକା’ରେ ଶେଷ ହେଲା ରାଜସ୍ଥାନରେ ବସୁନ୍ଧରା ‘ରାଜ୍’
Advertisement

Vasundhara raje:‘ଡବଲ ଝଟକା’ରେ ଶେଷ ହେଲା ରାଜସ୍ଥାନରେ ବସୁନ୍ଧରା ‘ରାଜ୍’

  ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡ଼ରେ ବଡ଼ବଡ଼ ନାମ ଥିଲା । ଦିନ ଗଡିବା ସହିତ ଆଶାୟୀଙ୍କ ସଂଖ୍ୟା ବଢୁଥିଲା । କୁହାଯାଉଥିଲା ଦଳ ନୂଆ ଚେହେରା ଆଣିବ । ପୁରୁଣାଙ୍କୁ ବିଶ୍ରାମ ଦେବ । ତେବେ ତଥାପି ବସୁନ୍ଧାର ଆଶା ଛାଡ଼ି ନଥିଲେ । ଦଳ ସହିତ ଚାଲିଥିଲା ତାଙ୍କର ମୁଲଚାଲ । କେତେବେଳେ ଶୁଣାଯାଉଥିଲା ସେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଜୋରଦାର ଢଙ୍ଗର

SOCIAL MEDIA

undhara raje: 

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡ଼ରେ ବଡ଼ବଡ଼ ନାମ ଥିଲା । ଦିନ ଗଡିବା ସହିତ ଆଶାୟୀଙ୍କ ସଂଖ୍ୟା ବଢୁଥିଲା । କୁହାଯାଉଥିଲା ଦଳ ନୂଆ ଚେହେରା ଆଣିବ । ପୁରୁଣାଙ୍କୁ ବିଶ୍ରାମ ଦେବ । ତେବେ ତଥାପି ବସୁନ୍ଧାର ଆଶା ଛାଡ଼ି ନଥିଲେ । ଦଳ ସହିତ ଚାଲିଥିଲା ତାଙ୍କର ମୁଲଚାଲ । କେତେବେଳେ ଶୁଣାଯାଉଥିଲା ସେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଜୋରଦାର ଢଙ୍ଗରେ ସାମିଲ ଅଛନ୍ତି ତେ କେବେ ଶୁଣାଯାଉଥିଲା ଯେ, ବସୁନ୍ଧାର ଅତିକମରେ ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଦଳ ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷ ତଳେ ହିଁ ବସୁନ୍ଧରାଙ୍କୁ ସାଇଡ୍ ଲାଇନ୍ କରିଦେଇଥିଲ । କିନ୍ତୁ ବସୁନ୍ଧରା କେଉଁଠି ନା କେଉଁଠି ଭାବିଥିଲେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ । ଏବେ କିନ୍ତୁ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ବିଜେପି ବସୁନ୍ଧ ଡବଲ ଝଟକା ଦେଇ ବିଜେପି ‘ରାଜେ’ଙ୍କ ‘ରାଜ୍’ର ଅନ୍ତ କରିଛି ।ପ୍ରଥମ ଝଟକା ଥିଲା ତାଙ୍କ ଅନୁଗତ ଅଶୋକ ଲାହୋତିଙ୍କ ଟିକେଟ୍ କାଟି ଭଜନଲାଲଙ୍କୁ ପ୍ରାର୍ଥୀ କରିବା ଓ ଦ୍ୱିତୀୟ ଝଟକା ହେଉଛି ସେହି ଭଜନଲାଲଙ୍କ ରାଜ୍ୟାଭିଷେକ ।

ପ୍ରଥମ ଝଟକା : ଅନୁଗତଙ୍କ ଟିକେଟ କଟା

ନିର୍ବାଚନ ପୂର୍ବରୁ ଟିକେଟ୍ ବଣ୍ଟନ ସମୟରେ ବସୁନ୍ଧରାଙ୍କୁ ବିଜେପି ଏକ ବଡ ଝଟକା ଦେଇଥିଲା । ତାଙ୍କର ଅନେକ ସମର୍ଥକଙ୍କ ଟିକେଟ୍ ଦଳ କାଟି ଦେଇଥିଲା । ଯେଉଁମାନଙ୍କ ମଧ୍ଯରେ ଥିଲେ   ଅଶୋକ ଲାହୋଟି । ଅଶୋକଙ୍କ ସ୍ଥାନରେ ଦଳ ଭଜନଲାଲଙ୍କୁ ପ୍ରାର୍ଥୀ କରିଥିଲା । ଅଶୋକ ସାଂଗନେରର ସିଟିଂ ବିଧାୟକ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ନଦେଇ ଭଜନଲାଲଙ୍କୁ ଦେବା ସେତେବେଳେ  ହଇଚଇ ସୃଷ୍ଟି କରିଥିଲା । ଏବେ ବସୁନ୍ଧରା ଏହାର କାରଣ ବୁଝି ପାରୁଥିବେ ।

ଦ୍ୱିତୀୟ ଝଟକା :  ଭଜନଲ ଶର୍ମାଙ୍କୁ ସିଏମ୍ କରିବା

ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାସୁନ୍ଦର ରାଜେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦର ମୁହଁ ନଥିଲେ । ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁନଥିଲା । କିନ୍ତୁ ରାଜେ ଭାବିଥିଲେ ଯେ,ନିଜ ପ୍ରଭାବ ଦ୍ୱାରା ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ଭଜନଲାଲଙ୍କୁ ଆଗକୁ ଆଣି ବିଜେପି ସ୍ପଷ୍ଟ କରିଦେଇଛି ଯେ,ତାଙ୍କ ଯୁଗର ଅନ୍ତ ଘଟିଛି । ଅଶୋକଙ୍କ ଟିକେଟ୍ କାଟି ଭଜନଲାଲଙ୍କୁ ପ୍ରାର୍ଥୀ କରିବା ଓ ପ୍ରଥମଥର ବିଧାୟକ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରାଜେଙ୍କୁ ଦ୍ୱିତୀୟ ଝଟକା ଦେଇଛି ।

ଶେଷରେ ରାଜେ ହେଲେ ପ୍ରସ୍ତାବକ

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦୁଇଥର ଝଟକା ଦେବା ପରେ ବି ଅଟକି ନଥିଲେ ବିଜେପି ହାଇକମାଣ୍ଡ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ରଖିଥିବା ବସୁନ୍ଧରା ରାଜେଙ୍କୁ ଦଳ ଭଜନଲାଲଙ୍କ ନାମ ପ୍ରସ୍ତାବ ଦେବା ପାଇଁ କହିଥିଲା । ଏହା ରାଜେଙ୍କ ପାଇଁ କିଛି ବଡ଼ ଝଟକାଠାରୁ କମ ନଥିଲା । ବସୁନ୍ଧରାଙ୍କ ଦ୍ୱାରା ଭଜନଲାଲଙ୍କ ନାମ ଘୋଷଣା କରି ବିଜେପି ଏହି ମେସେଜ୍ ଦେବାକୁ ଚାହିଁଛି ଯେ,ଦଳରେ ସବୁକିଛି ଠିକ୍ ଅଛି ।