Minister sampad swain: ଓଡିଶା ସରକାରରେ ଶିଳ୍ପ ଓ ଦକ୍ଷତା ବିକାଶ ସହିତ ବୈଷୟିକ ଶିକ୍ଷା ମନ୍ତ୍ରୀ ହେବାପରେ ପାରାଦୀପ ମାଟିର ପୁଅ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ନିଜ ନିର୍ବାଚନମଣ୍ଡଳୀ କୁ ପ୍ରଥମ ଗ୍ରସ୍ତ କରିଛନ୍ତି। ନିର୍ବାଚନମଣ୍ଡଳୀର ତାଙ୍କ କର୍ମୀ ଶୁଭେଚ୍ଛୁମାନେ ବାଟସାରା ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ମଧ୍ଯ ଜଣାଉଥିବା ବେଳେ ଏବେ ତାଙ୍କ ପାଖରେ ଲାଗୁଚି ଗହଳି ଚହଳି। ଶୀଳ୍ପ ନଗରୀ ପାରାଦୀପ ରେ ଶୀଳ୍ପ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ପରେ ସେ ମଧ୍ଯ ତାଙ୍କ ଲୋକଙ୍କୁ ଖୁସିର ସହ ଆପଣେଇ ନେଇଛନ୍ତି । କିଏ ଫୁଲ ତୋଡ଼ା ଦେଉଛି ତ କିଏ ସମ୍ପଦ ଭାଇ ଜିନ୍ଦାବାଦ କହି ତାଙ୍କୁ ୱେଲକମ କରୁଛି।