ଦୁର୍ଦ୍ଧାନ୍ତ ମାଓ ନେତା ରୁ ଏବେ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝୀ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ କଲରାଘାଟି ଗ୍ରାମ ପଞ୍ଚାୟତ ଖଡ଼ିକାପଦର ଗାଁ ର ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ ପରେ ଆଦିବାସୀଙ୍କ ଉପରେ ଅନ୍ୟାୟ ହେଉଥିବା ଦେଖି ମାଓବାଦୀ ରେ ସାମିଲ ହେଇଥିଲେ। ପରେ ଆନ୍ଧ୍ର ର ନାଗାବଳୀ ଡିଭିଜନ୍ ଓ ଓଡ଼ିଶା ର ବଂଶଧାରା ଡିଭିଜନ୍ ରେ ବିଭିନ୍ନ କାର୍ଯ୍ୟକଳାପ ଘଟାଇଥିଲେ। ପରେ ମାଓବାଦୀ ଙ୍କ ଇନଫର୍ମେର ନାମରେ ନିରୀହ ଲୋକଙ୍କୁ ହତ୍ୟା ଓ ସ୍ଵାମୀ ଲକ୍ଷ୍ମାଣାନନ୍ଦ ହତ୍ୟା କୁ ବିରୋଧ କରି ମୂଖ୍ୟ ସ୍ରୋତରେ ୨୦୦୯ ମସିହାରେ ଆତ୍ମସମର୍ପଣ କରିଥିଲେ। ଏବେ ଲୋକଙ୍କ ସେବା କରି ବହୁତ ଖୁସି ଥିବା କହିଛନ୍ତି । ଏ ସମ୍ପର୍କରେ ଘାସିରାମ ଙ୍କ ବିସ୍ତୃତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୁଜାରୀ।