Odisha Crime: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଧାରଣା ରେ ବସି ଲୁହ ଗଡ଼ଉଛି ବୁଢ଼ୀ ମା ଓ ଚାରୋଟି ଭଉଣୀ ନ୍ୟାୟ ଅପେକ୍ଷା ରେ l ଗତ ମାସ 25 ତାରିଖ ରେ ବାନ୍ତୋ ପାଟଣା ଗାଁ ରେ ଗୁଣି ଗାରେଡି ସନ୍ଦେହ ରେ ମଣି ସାହୁ ଙ୍କୁ ତାଙ୍କ ପଡୋଶୀ ଓ ଦୁଇ ପୁଅ ପିଟି ପିଟି ମାରିଦେଇଥିଲେ l ଏହା ଭିତରେ 11 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇପାରିନାହିଁ l ତାହାରି ପ୍ରତିବାଦ ରେ ଥାନା ଆଗରେ ଧାରଣା ରେ ବୁଢ଼ୀ ମା ଆଉ ଚାରି ଭଉଣୀ l ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି କି ଅଭିଯୁକ୍ତ ଙ୍କୁ ଗିରଫ କରା ନ ଯାଇଛି ସେ ଯାଏ ଧାରଣା ରେ ବସିବ ବୋଲି କହିଛନ୍ତି l
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.