Pakhala Divas: ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏଣୁ ଏହି ପଖାଳ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମୀରେ ଗଢିଛନ୍ତି ଆକର୍ଷଣୀୟ ବାଲୁକାକୃତୀ। ଏଥିରେ ବାଲୁକାରେ ଗଢିଥିବା କଳାକୃତିରେ ଅବିକଳ ସଜ ପଖାଳ ଓ ଦହି ପଖାଳର ଭ୍ରମ ସୃଷ୍ଟି କରିଛନ୍ତି। ଏହି ବାଲୁକାକୃତୀକୁ ଅଧିକ ଜୀବନ୍ତ ରୂପ ଦେବା ଦେବାପାଇଁ କଂସାବାସନ ବ୍ଯବହାର କରାଯାଇଛି। କଦଳୀ ପତ୍ର ଉପରେ ପରସା ଯାଇଥିବା ଦହି ପଖାଳ ଓ ସଜ ପଖାଳରେ ଅନେକ ପ୍ରକାରର ତିଅଣ ରହିଥିବା ପ୍ରଦର୍ଶିତ ହୋଇଛି। ପଖାଳ ସାଙ୍ଗରେ ମାଛଭଜା, ଭେଣ୍ଡି ଭଜା,ଆଳୁଭଜା, ବାଇଗଣ ଭଜା,ଲଙ୍କା,ଲେମ୍ବୁ,ଲୁଣ ଆଦି ଅନେକ ପ୍ରକାରର ତିଅଣ ରହିଥିବା ଦେଖିବାକୁ ମିଳିଛି। ତେବେ ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ଦହି ପଖାଳ ଲାଗି ହୋଇଥାଏ। ବିଶେଷକରି ପଖାଳ କେବଳ ଓଡିଆ ମାନଙ୍କର ପ୍ରୀୟ ଖାଦ୍ୟ। ପ୍ରତି ଓଡିଆଙ୍କ ଘରେ ଘରେ ପଖାଳର ବ୍ଯବସ୍ଥା ହୋଇଥାଏ। ଏଣୁ ବିଶେଷକରି ଓଡିଶାରେ ଏହି ପଖାଳ ଦିବସକୁ ଧୁମଧାମରେ ପାଳନ କରାଯାଉଛି। ଆଉ ଏନେଇ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଦହି ପଖାଳ ଓ ସଜ ପଖାଳକୁ ନିଜ ବାଲୁକାକୃତୀରେ ଚମତ୍କାର ଭାବେ ପ୍ରଦର୍ଶିତ କରିଛନ୍ତି।