Weather Update: ରାଜ୍ୟରେ ଲଘୁଚାପ ବର୍ଷା ଜାରି , ୨୯-୩୦ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha2403282

Weather Update: ରାଜ୍ୟରେ ଲଘୁଚାପ ବର୍ଷା ଜାରି , ୨୯-୩୦ ପ୍ରବଳ ବର୍ଷିବ

Weather Update: ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହିଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଗତକାଲି କଟକ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ଏହି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । 

Weather Update: ରାଜ୍ୟରେ ଲଘୁଚାପ ବର୍ଷା ଜାରି , ୨୯-୩୦ ପ୍ରବଳ ବର୍ଷିବ

Weather Update: ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହିଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଗତକାଲି କଟକ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ଏହି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୨୯ ଓ ୩୦ରେ ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି । 

 

ALSO READ: Today Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶିର ଲୋକେ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଟା ସୁଦ୍ଧା ଭୁବନେଶ୍ୱରରେ  ୪୮ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୨୮ ମିଲିମିଟର, ତାଳଚେରରେ ୪୨ ମିଲିମିଟରବର୍ଷା ରେକର୍ଡ କରାଯାଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକରେ ୭-୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।