Weather Update: ବାତ୍ୟା 'ରେମାଲ୍' ପ୍ରଭାବ, ଆଜି ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2265456

Weather Update: ବାତ୍ୟା 'ରେମାଲ୍' ପ୍ରଭାବ, ଆଜି ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ବାତ୍ୟା 'ରେମାଲ୍' କୁ ନେଇ ଆସିଲା ବଡ଼ ଅପଡେଟ୍।  ବାତ୍ୟା 'ରେମାଲ୍' ଭୀଷଣ ବାତ୍ୟାର ରୂପ ନେଇ  ସାରିଥିବା ବେଳେ  ଆହୁରି ତିବ୍ର ରୂପ ଧାରଣ କରି ବାଂଲାଦେଶ ଉପକୂଳ ମଙ୍ଗଲ ଠାରେ  ସ୍ଥଳଭାଗ ଛୁଇଁଛି। ରାତିପ୍ରାୟ ୧୦ଟା ବେଳେ  ଏହା ସ୍ଥଳ ଭାଗ ଛୁଇଁଛି।  

Weather Update: ବାତ୍ୟା 'ରେମାଲ୍' ପ୍ରଭାବ, ଆଜି ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ବାତ୍ୟା 'ରେମାଲ୍' କୁ ନେଇ ଆସିଲା ବଡ଼ ଅପଡେଟ୍।  ବାତ୍ୟା 'ରେମାଲ୍' ଭୀଷଣ ବାତ୍ୟାର ରୂପ ନେଇ  ସାରିଥିବା ବେଳେ  ଆହୁରି ତିବ୍ର ରୂପ ଧାରଣ କରି ବାଂଲାଦେଶ ଉପକୂଳ ମଙ୍ଗଲ ଠାରେ  ସ୍ଥଳଭାଗ ଛୁଇଁଛି। ରାତିପ୍ରାୟ ୧୦ଟା ବେଳେ  ଏହା ସ୍ଥଳ ଭାଗ ଛୁଇଁଛି।  ଏହି ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ। ସ୍ଥଳଭାଗ ଛୁଇଁବା ବେଳେ  ବାତ୍ୟା ଭୀଷଣ ରୂପ ନେଇଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି।  

ALSO READ: Today Horoscope: ସାବଧାନ! ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡ଼ୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା  'ରେମାଲ୍'  ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁଛି।  ରେମାଲ ପ୍ରଭାବରେ  ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ସହିତ ଘଣ୍ଟାକୁ ୬୦ କିମି ବେଗରେ ପବନ ବହିଛି।  ବାତ୍ୟାକୁ ଦୃଷ୍ଟିରେ ରଖି  ଅନେକ୍ ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଥିବା ବେଳେ କୋଲକାତା ବିମାନ ବନ୍ଦରରେ ୨୨ ଘଣ୍ଟା ଲାଗି ବିମାନ ଉଡାଣ ଏବଂ ଅବତରଣକୁ  ବାତିଲ୍ କରାଯାଇଛି।  ବାତ୍ୟାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ନିମନ୍ତେ ଏନଡିଆରଏଫକୁ ସଜାଗ ରଖାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଏନଡିଆରଏଫ୍ ଟିମର  ୧୪ ଟିମ୍ କୁ ମୃତୟନ କରାଯାଇଛି। ଏବଂ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଉପକୂଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। 

ରେମାଲ୍  ଉତ୍ତର ବଙ୍ଗୋପସାଗରେ ଆଗକୁ ବଢୁଛି। ଭୀଷଣ ବାତ୍ୟା  ରେମାଲ୍ ର ଗତି ମୁଖ୍ୟତ ଉତ୍ତର ଦିଗକୁ ରହିବ। ଓ ଏହା ଆହୁରି ତ୍ରୀବ ରୂପ ଧାରଣ କରିବା ସହ ଘଣ୍ଟାପ୍ରତି ପବନର ବେଗ ୧୧୦ରୁ ୧୨୦ କିମି  ରହିବ। ଆଜି ମଧ୍ୟରାତିରେ ଏହା ସାଗର ଦୀପ ଓ ଖେପୁପରା ମଧ୍ୟରେ ପାଖାପାଖି ଦକ୍ଷିଣ ପଶ୍ଚିମ ମଙ୍ଗଲା (ବାଂଲାଦେଶ ପାଖରେ ଥିବା ଏକ ସ୍ଥାନ) ଦେଇ ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ ଓଡି଼ଶାରେ ବାଲେଶ୍ବର,ଭଦ୍ରକ, ମୟୂରଭଂଜ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି।