Weather Update: ବର୍ଷାରେ ଭିଜିବ ଦଶହରା !
Advertisement
Article Detail0/zeeodisha/odisha1912932

Weather Update: ବର୍ଷାରେ ଭିଜିବ ଦଶହରା !

Weather Update: ତାତିରେ (Heat wave) କଲବଲ ହେଉଛନ୍ତି ରାଜ୍ୟବାସୀ।  ଦିନ ୧୦ଟା ପରେ ମୁଣ୍ତ ଫଟା ଖରା ହେଉଛି।  ଆଉ ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଫଳରେ ତାତିରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ରାଜ୍ୟବାସୀ । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା  (Bhubaneswar Meteorological Centre) ପରି ଖବର ଦେଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ତାତିରେ (Heat wave) କଲବଲ ହେଉଛନ୍ତି ରାଜ୍ୟବାସୀ।  ଦିନ ୧୦ଟା ପରେ ମୁଣ୍ତ ଫଟା ଖରା ହେଉଛି।  ଆଉ ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଫଳରେ ତାତିରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ରାଜ୍ୟବାସୀ । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା  (Bhubaneswar Meteorological Centre) ପରି ଖବର ଦେଇଛି। ଏଥର ବର୍ଷାରେ(rain) ଭିଜିପାରେ ଦୁର୍ଗା ପୂଜା (durga puja)।  ଅର୍ଥାତ୍ ଦୁର୍ଗା ପୂଜା ସମୟରେ ଏକ ବଡ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୂଜା ପୂର୍ବରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ, ଏନେଇ ପାଣିପାଗ ବିଭାଗ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ଖୁବଶିଘ୍ର ପ୍ରଦାନ କରିବ।

Also Read: Sambalpur Road Accident: କଣ୍ଟେନର ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ...

Also Read: Today Horoscope: ବ୍ୟବସାୟରେ ଆୟ ବଢିବା ସହ ମିଳିବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

କିନ୍ତୁ ଗତ ସପ୍ତାହେ ହେବ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନର ତାପମାତ୍ରା କିଛି ସ୍ଥାନରେ ୩୬ ଡିଗ୍ରୀ ଉପରେ ରହିଛି।  ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓଡି଼ଶାରେ ତାପମାତ୍ରା ବେଶ୍ ଅଧିକ ରହୁଛି । ବାଲେଶ୍ବର, ପାରାଦୀପ, ଗୋପାଳପୁର ଭୁବନେଶ୍ବର, କଟକ ଓ ଚାନ୍ଦବାଲି ପରି ଅଞ୍ଚଳରେ ମଧ୍ୟ ତାପମାତ୍ରା  ସାଧାରଣଃ ତାପମାତ୍ରା ୪ ରୁ ୫ ଡିଗ୍ରୀ ଉପରେ ରହୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି  ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରୁ ମୌମୁମୀ ବାୟୁ ବିଦାୟ ନେଇଯିବ। ଗତକାଲି  ଭୁବନେଶ୍ବରର ତାପମାତ୍ରା ସ୍ବାଭାବିକଠାରୁ ୨.୯ ଡିଗ୍ରି ଅଧିକ ରହିଥିଲା। ଆସନ୍ତା ୫ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୭ ରେକର୍ଡ କରାଯାଇଛି। ଗୋପାଳପୁରରେ ୩୬.୨, ଅନୁଗୁଳରେ ୩୬.୧, ନୟାଗଡ଼ରେ ୩୬, ବୌଦ୍ଧରେ ୩୬ , ବାଲେଶ୍ବରରେ ୩୬.୬ ଡିଗ୍ରି ରହିଥିବା ବେଳେ ପାରାଦୀପରେ ୩୬.୫ ଡିଗ୍ରି ରହିଛି । ସେହିପରି କୋରାପୁଟ ଓ ଦାରିଙ୍ଗିବାଡିରେ ବ୍ୟତୀତ ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୨୦ ଡିଗ୍ରି ରେକର୍ଡ କରାଯାଇଛି।