Weather Report: ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଲାଗି ରହିଥିବା ବର୍ଷା ଓ କୋହଲା ପାଗରୁ ନିସ୍ତାର ପାଇବେ ରାଜ୍ୟବାସୀ।
Trending Photos
Weather Report: ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଲାଗି ରହିଥିବା ବର୍ଷା ଓ କୋହଲା ପାଗରୁ ନିସ୍ତାର ପାଇବେ ରାଜ୍ୟବାସୀ। ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ବର୍ତ୍ତମାନ ଯେହେତୁ ଜଳୀୟ ବାଷ୍ପର ମାତ୍ରା ଅଧିକ ରହିଛି, ଆକାଶ ନିର୍ମଳ ରହୁଛି ତେଣୁ ଘନ କୁହୁଡ଼ି(Dense Fog) ଦୃଶ୍ୟମାନ ହେବାକୁ ପାଗ ଅନୁକୂଳ ରହିଛି।
ତେବେ ଏହାକୁ ନଜରରେ ରଖି ସୁନ୍ଦରଗଡ଼(Sundargarh), ସମ୍ବଲପୁର(Sambalpur), ଝାରସୁଗୁଡ଼ା, ଦେବଗଡ଼(Deogarh), ଅନୁଗୁଳ, ଢେଙ୍କାନାଳ(Dhenkanal), ସୋନପୁର, କନ୍ଧମାଳ, କଳାହାଣ୍ଡି(Kalahandi), ନବରଙ୍ଗପୁର, କେରାପୁଟ ଓ କଟକ(Cuttack) ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ଏହି ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେଣୁ ଗମନାଗମନରେ ବାଧା ଉପୁଜିବାକୁ ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
#Minimum Temperature forecast for next five days: pic.twitter.com/qavMkjbBfg
— Meteorological Centre, Bhubaneswar (@mcbbsr) January 25, 2024
ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ(Uma Shankara Das) କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା(Rain) ରେକର୍ଡ କରାଯାଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ସର୍ବାଧିକ ୩୪.୨ ମିମି ବର୍ଷା ହୋଇଥିବା ବେଳେ ଜଗତ୍ସିଂହପୁରର କୁଜଙ୍ଗରେ ୩୪, ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୩୩.୨, ପୋଲସରାରେ ୩୧, ମୟୂରଭଞ୍ଜର ରାରୁଆନାରେ ୩୦, ପୁରୀ(Puri)ର କୃଷ୍ଣପ୍ରସାଦରେ ୩୨, ପୁରୀରେ ୩୦ ମିମି ବର୍ଷା ରେକର୍ଡ ହୋଇଛି। ଗତ ୭ରୁ ୮ ଦିନ ମଧ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୮ରୁ ୧୦ ଡିଗ୍ରି କମ୍ ରହିଥିଲା।