Weather Report: ଏହି ସବୁ ଅଞ୍ଚଳରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2236607

Weather Report: ଏହି ସବୁ ଅଞ୍ଚଳରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Weather Report: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଛି। ମେ ମାସରେ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ଦେଶବୀସୀଙ୍କୁ ଗରମରୁ କୌଣସି ପ୍ରକାରର ତ୍ରାହୀ ମିଳିପାରିନାହିଁ। ମେ ୬ ତାରିଖରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। 

Weather Report: ଏହି ସବୁ ଅଞ୍ଚଳରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Weather Report: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଛି। ମେ ମାସରେ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ଦେଶବୀସୀଙ୍କୁ ଗରମରୁ କୌଣସି ପ୍ରକାରର ତ୍ରାହୀ ମିଳିପାରିନାହିଁ। ମେ ୬ ତାରିଖରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସେପଟେ ଭାରତର ପାଣିପାଗ ବିଭାଗ (IMD) ଦେଶର ଅନେକ ପାହାଡ଼ିଆ ରାଜ୍ୟରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ପାହାଡ଼ିଆ ରାଜ୍ୟମାନଙ୍କରେ ପ୍ରବଳ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଉତ୍ତାପ ଆହୁରି ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ। ସେପଟେ ଦେଶର ଅନ୍ୟ ରାଜ୍ୟ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ବିଭାଗ।

ଗତ କିଛି ଦିନ ହେବ ପାହାଡ଼ିଆ ରାଜ୍ୟର ଲୋକମାନେ ବର୍ଷା ହେତୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ପାଣିପାଗର ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପ୍ରବଳ ପବନ ଏବଂ ଝଡ଼ ଯୋଗୁଁ ଏଠାରେ ଅନେକ ଅଞ୍ଚଳରେ ପାଗ ଖରାପ ହୋଇପାରେ। ଏଥି ସହ ୪୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।

ୟୁପି, ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ଏହାର ପୁରୁଣା ରେକର୍ଡ ଭାଙ୍ଗୁଛି ଗରମ। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ଭାରତର ଅନେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। ପଞ୍ଜାବ, ହରିୟାଣା ଠାରୁ ଦେଶର ଏହି ୧୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପର୍ଯ୍ୟନ୍ତ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହା ପରେ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ମେ ମାସର ଆରମ୍ଭ ସହିତ ପାହାଡ଼ିଆ ଅଞ୍ଚଳମାନଙ୍କରେ ମଧ୍ୟ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।