Weather Update: ଆଜି ଲ୍ୟାଣ୍ତଫଲ୍ କରିବ ବାତ୍ୟା 'ରେମାଲ୍', ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବହିବ ପବନ
Advertisement
Article Detail0/zeeodisha/odisha2264101

Weather Update: ଆଜି ଲ୍ୟାଣ୍ତଫଲ୍ କରିବ ବାତ୍ୟା 'ରେମାଲ୍', ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବହିବ ପବନ

Weather Update: ବାତ୍ୟା ରେମାଲ୍ କୁ ନେଇ ଆସିଛି ବଡ଼଼ ଅପଡେଟ୍ ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ରେମାଲ୍' । ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  କେନ୍ଦ୍ରୀଭୂତ ଅବପାତ  ଶନିବାର ସଂନ୍ଧ୍ୟାରେ ବାତ୍ୟା ରୂପ ନେଇଛି।  ଏହା ଉତ୍ତର ଦିଗରେ ଅଗ୍ରସର  ହୋଇ ଆଜି ସକାଳୁ ଭୀଷଣ ବାତ୍ୟା ରୂପ ନେବ। 

Weather Update: ଆଜି ଲ୍ୟାଣ୍ତଫଲ୍ କରିବ ବାତ୍ୟା 'ରେମାଲ୍', ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବହିବ ପବନ

Weather Update: ବାତ୍ୟା ରେମାଲ୍ କୁ ନେଇ ଆସିଛି ବଡ଼଼ ଅପଡେଟ୍ ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ରେମାଲ୍' । ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  କେନ୍ଦ୍ରୀଭୂତ ଅବପାତ  ଶନିବାର ସଂନ୍ଧ୍ୟାରେ ବାତ୍ୟା ରୂପ ନେଇଛି।  ଏହା ଉତ୍ତର ଦିଗରେ ଅଗ୍ରସର  ହୋଇ ଆଜି ସକାଳୁ ଭୀଷଣ ବାତ୍ୟା ରୂପ ନେବ। ଆଜି (ରବିବାର) ମଧ୍ୟ ରାତ୍ରୀରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ  ସାଗର ଦ୍ବୀପ ଓ ଖେପୁପରା ମଝିରେ ଏହା ଲ୍ୟାଣ୍ତଫଲ୍ କରିବ ବୋଲି ଆଇଏମଡି଼ ପୂର୍ବାନୁମାନ କରିଛି।

ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ଆଇଏମଡି଼ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟା ରେମାଲ୍ ଲ୍ୟାଣ୍ତଫଲ୍ କରିବା ସମୟରେ  ୧୧୦ରୁ ୧୨୦ କିମି ବେଗରେ ପବନ ବହିପାରେ।  ପବନର ଝଟକା  ୧୩୫ କିମି ଯାଏଁ ଅନୁଭୂତ ହେବ। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗାଙ୍ଗେୟ ପଶ୍ଚିମବଙ୍ଗର  ପୂର୍ବ ଭାଗରେ  ଓ ବାଂଲାଦେଶକୁ ଲାଗିଥିବା ଅଞ୍ଚଳରେ ୨୬ ଓ ୨୭ ତାରିଖ ୨ ଦିନ ପ୍ରବଳ ବର୍ଷା ହେବ। ୨୮ ତାରିଖରେ କିଛି ସ୍ଥାନରେ ବର୍ଷା ହେବ। 

ସେହିପରି ବାତ୍ୟା ପ୍ରଭାବରେ, ଓଡି଼ଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬, ୨୭ ତାରିଖରେ ଉତ୍ତର ଉପକୂଳ ଓଡି଼ଶାରେ ଭାରି ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ, ଆଜି ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଂଜ, କେନ୍ଦୁଝର , ଖୋର୍ଦ୍ଧା ଓ ପୁରୀରେ ୪୦ରୁ ୫୦ କିମି ବେଗରେ ପବନ ବହିବ।  ସେହିପରି ବାଲେଶ୍ବର,ଭଦ୍ରକ ଓ ମୟୂରଭଂଜରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ଉପକୂଳ ଓଡି଼ଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷା ହେବ। 

ପାଣିପାଗ  ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଶନିବାର ସନ୍ଧ୍ୟାରେ ବାତ୍ୟା 'ରେମାଲ୍'  ବାଲେଶ୍ବର ଠାରୁ  ୪୦୦ କିମି ଦୂର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଉଛି।  ଏହା ୨୬ ତାରିଖ ସଂନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ହଳଦିଆ କିମ୍ବା ସୁନ୍ଦରବନ ନିକଟରେ  ଅତିକ୍ରମ କରିବ।  ଏହି ସମୟରେ ବାତ୍ୟାର ବେଗ ଘଣ୍ଟାପ୍ରତି ୧୨୦ କିମି ରହିବ। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।  ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି  ଓ କେନ୍ଦ୍ରାପଡା ଓ କଟକ ଜିଲ୍ଲାରେ ଘଣ୍ଟାପ୍ରତି ୨୦ରୁ ୩୦ କିମି ବେହରେ ପବନ ବହିବ। ସେହିପରି ବାତ୍ୟା ପ୍ରଭାବରେ ମୟୂରଭଂଜ, ଭଦ୍ରକ, ଯାଜପୁର,ବାଲେଶ୍ବର,କେନ୍ଦ୍ରାପଡା ଓ କଟକ ରେ ପ୍ରବଳ ବର୍ଷା ହେବ। ଏବଂ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।