Advertisement
Article Detail0/zeeodisha/odisha2303136
Zee OdishaWeatherWeather Update: ଆଜି ପ୍ରବଳ ବର୍ଷିବ, ଏହି ଦୁଇ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ଆଜି ପ୍ରବଳ ବର୍ଷିବ, ଏହି ଦୁଇ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟର ୬ ଜିଲ୍ଲାକୁ ଛାଡ଼ିଦେଲେ ୨୪ ଜିଲ୍ଲାରେ ଏବେ ମୌସୂମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳ ଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁସାରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ

Weather Update: ଆଜି ପ୍ରବଳ ବର୍ଷିବ, ଏହି ଦୁଇ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ଭୁବନେଶ୍ୱର: ରାଜ୍ୟର ୬ ଜିଲ୍ଲାକୁ ଛାଡ଼ିଦେଲେ ୨୪ ଜିଲ୍ଲାରେ ଏବେ ମୌସୂମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳ ଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁସାରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ବର୍ତ୍ତମାନ ସୁଦ୍ଧା ମୌସୁମୀ ବାୟୁ ଛୁଇଁ ନାହିଁ। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, ଗଞ୍ଜାମ, ନବରଙ୍ଗପୁର ସମେତ ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ ଆଦି ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସହ ୩୦-୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ତେବେ ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।   

Add Zee News as a Preferred Source

 

About the Author