Weather Update: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ୨ ଦିନ ସମୁଦ୍ର ମନା
Advertisement
Article Detail0/zeeodisha/odisha2422819

Weather Update: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ୨ ଦିନ ସମୁଦ୍ର ମନା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର  ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ୍ ଓ ରାୟଗଡାରେ ବି ସ୍ଥିତି ବେହାଲ ହୋଇଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ବି ବର୍ଷା ଲାଗି ରହିବ। 

Weather Update: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ୨ ଦିନ ସମୁଦ୍ର ମନା
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର  ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ୍ ଓ ରାୟଗଡାରେ ବି ସ୍ଥିତି ବେହାଲ ହୋଇଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ବି ବର୍ଷା ଲାଗି ରହିବ। ତେବେ, ପଶ୍ଚିମ ଓଡି଼ଶାରେ ପ୍ରବଳ ବର୍ଷା ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ପୁରୀ ପାଖରେ ଓଡି଼ଶା ଉପକୂଳ ଅତିକ୍ରମ କରିଛି। ଏହା ଉତ୍ତର ପଶ୍ଚିମ ଦିଗରେ  ଅଗ୍ରସର ହେବାସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଯାଉଛି। ଏହା ଦୁର୍ବଳ ହୋଇ ଅବପାତକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ।  ମଙ୍ଗଳବାର ସୁଧା  ଏହା ଆହୁରି ଦୁର୍ବଳ ହୋଇ  ସୁଦୃଶ୍ୟ ଲଘୁଚାପକୁ  ଖସିଯିବ ବୋଲି ଆକଳନ କରାଯାଇଛି।
 
 
 
ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡି଼ଶା ଓ ଛତିଶଗଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି।  ଆଜି ବରଗଡ଼ , ନୂଆପଡା ଓ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୩ ଜିଲ୍ଲାରେ ୭୦ ରୁ  ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡରେ ବି ନିର୍ଧୁମ୍ ଛେଚିବ। ଆଜି ଦିନ ୧୧ ଟା ଯାଏଁ ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଦେବଗଡ , ଗଂଜାମ, କଳାହାଣ୍ତି, କନ୍ଧମାଳ, କେନ୍ଦୁଝର, କୋରାପୁଟ୍ ,ମାଲକାନଗିରି, ମୟୂରଭଂଜ, ନବରଙ୍ଗପୁର, ନୟାଗଡ ଓ ନୂଆପଡାକୁ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଧାମରା,ପାରାଦ୍ବୀପ, ପୁରୀ ଏବଂ ଗୋପାଳ ପୁର ପୋର୍ଟକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପ୍ରବଳ  ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣିପଶିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ୧୧ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।