Weather Update: ଦିନକ ପରେ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2152050

Weather Update: ଦିନକ ପରେ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଦୁର୍ବଳ ହୋଇଛି। ଯାହା ଫଳରେ ରାଜ୍ୟରେ ଏବେବି ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)  ସତର୍କ କରାଇଛି।  ଆସନ୍ତା ୩ ଦିନ ରାଜ୍ୟରେ ପାରଦ ୪ରୁ ୬ ଡିଗ୍ରୀ ମଧ୍ୟରେ ବଢିବ। 

Weather Update: ଦିନକ ପରେ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଦୁର୍ବଳ ହୋଇଛି। ଯାହା ଫଳରେ ରାଜ୍ୟରେ ଏବେବି ତାତି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)  ସତର୍କ କରାଇଛି।  ଆସନ୍ତା ୩ ଦିନ ରାଜ୍ୟରେ ପାରଦ ୪ରୁ ୬ ଡିଗ୍ରୀ ମଧ୍ୟରେ ବଢିବ। ସେହିପରି, ପର୍ଯ୍ୟାୟକ୍ରମେ ପରେ ଆହୁରି ୩ ରୁ ୪ ଡିଗ୍ରୀ ଯାଏଁ ବଢିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ସୀମାନ୍ତ ଜିଲ୍ଲାରେ ପାରଦ ୩୯ ଡିଗ୍ରୀ ରୁ ୪୦ ଡିଗ୍ରୀ ରେକର୍ଡ ହେବ। ଗୁରୁଚାପ ବଳୟ ଦୁର୍ବଳ ହେବା ପରେ ରାଜ୍ୟ ଭିତରକୁ ଏବେ ପଶ୍ଚିମାପଟୁ ଶୁଷ୍କ ତଥା ଆଦ୍ର ବାୟୁର ପ୍ରବାହ  ଆରମ୍ଭ ହୋଇଛି।  ଯାହା ଫଳରେ ଏବେ ପ୍ରବଳ ଗରମ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି।

 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

ସୋମବାର ରାଜ୍ୟର ୧୪ ସ୍ଥାନରେ ପାରଦ ୩୫ ଡିଗ୍ରୀ ରହିଥିଲା। ୪ ସ୍ଥାନରେ ପାରଦ ୩୭ ଡିଗ୍ରୀ ଟପିଥିବା ବେଳେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ଼ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାକଳନ ଅନୁସାରେ, ମଙ୍ଗଳବାର ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ୩୯ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ୧୫ ତାରିଖ ଯାଏଁ ପ୍ରବଳ ଖରା ତାତି ଅନୁଭୂତ ହେବ। ୧୪ ତାରିଖ ଦିନ ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲା  ସୁନ୍ଦରଗଡ, ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି।