Weather Update: ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2339354

Weather Update: ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ବିସ୍ତୁତି ବଢିଛି।  ଦକ୍ଷିଣ ଛତିଶଗଡ଼ ବାୟୁମଣ୍ତଳରେ ଏକ ଲଘୁଚାପ କ୍ଷେତ୍ରୀୟ ସକ୍ରିୟ ରହିଛି।  ଏହାସହ ୧୯ ତାରିଖକୁ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ପାଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  

Weather Update: ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ବିସ୍ତୁତି ବଢିଛି।  ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା  ୧୨୦.୪ ମିମି ରେକର୍ଡ଼ ହୋଇଛି।  ଏହାବାଦ୍ ୪ ସହରରେ ଭାରି ବର୍ଷା ରେକର୍ଡ଼ କରାଯାଇଛି। ଦକ୍ଷିଣ ଛତିଶଗଡ଼ ବାୟୁମଣ୍ତଳରେ ଏକ ଲଘୁଚାପ କ୍ଷେତ୍ରୀୟ ସକ୍ରିୟ ରହିଛି।  ଏହାସହ ୧୯ ତାରିଖକୁ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ପାଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ଫଳରେ ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

 

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ଉପୁଜିପାରେ ଅଡ଼ୁଆ ପରିସ୍ଥିତି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?

୧୭ ଓ ୧୮ ତାରିଖରେ ରାଜ୍ୟର ଅଧିକାଂଶ  ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି।  ଆଜି ଗଜପତି, ଗଂଜାମ, ରାୟଗଡା,କଳାହାଣ୍ତି, କନ୍ଧମାଳ ଓ କୋରାପୁଟ୍ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ବିସ୍ତୁତି ବଢିବା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଗଂଜାମ, ଗଜପତି,ନୟାଗଡ, ପୁରୀ, ଖୋର୍ଦ୍ଧା, କଳାହାଣ୍ତି, ରାୟଗଡା, କୋରାପୁଟ୍ ଓ ନବରଙ୍ଗପୁର ଜିଲ୍ଲାକୁ ଏନେଇ ଓ୍ବାର୍ଣ୍ଣିଂ ରହିଛି। ୧୯ରୁ ବର୍ଷାର ପରିମାଣ ବଢିବା ସହ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।