)
Weather Update: ଏବେଠୁ ରାଜ୍ୟରେ ଗାଏବ ହୋଇଗଲାଣୀ ଶୀତ (cold wave in odisha) । ଆଉ ୨୪ ଘଣ୍ଟା ରାଜ୍ୟରେ ଘନ କୁହୁଡି଼ (deep fog)ଆଶଙ୍କା ଥିବା ବେଳେ ଗୁରୁଚାପ ବଳୟରେ ସକ୍ରିୟତା ବୃଦ୍ଧି ପାଇଛି। ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟ ବାଷ୍ପ ଉଷ୍ମ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତ୍ରି ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର( Bhubaneswar Meteorological Centre)।
ଗୁରୁଚାପ ବଳୟ ର ସକ୍ରିୟତା ବୃଦ୍ଧି ସହ ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ #୨ଦିନରେ ରାତ୍ରି ତାପମାତ୍ରାରେ ଆହୁରି #୨ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ହେତୁ ଆଗାମୀ ୬- ୭ ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ
— Meteorological Centre, Bhubaneswar (@mcbbsr) February 18, 2024
ଆଜି (ସୋମବାର) କଟକ, ଢେଙ୍କାନାଳ,କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ , ସୋନପୁର, ବୌଦ୍ଧ, ପୁରୀ, ଗଂଜାମ, କଳାହାଣ୍ତି, ରାୟଗଡା, ଗଜପତି, ବଲାଙ୍ଗୀର ଓ ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି଼ ଦେଖାଯିବ। ଏଥିପାଇଁ ସବୁ ଜିଲ୍ଲା ଗୁଡିକରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ (yellow alert )ଜାରି କରିଛି। ଏହାମଧ୍ୟରେ ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେହି ଜିଲ୍ଲା ଗୁଡି଼କ ହେଲା କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୂରଭଂଜ। ତେବେ, ରାଜ୍ୟ ପାଣିପାଗରେ ଏବେ କିଛି ବିଶେଷ ପରିବର୍ତ୍ତନ ନ ଥିବା ବେଳେ ପାଗ ମୁଖ୍ୟତ ଶୁଖିଲା ରହିବ। ଏବଂ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଏହା ସହ ରାଜ୍ୟରେ କୁହୁଡି ଜାରି ରହିଥିବାରୁ ରାସ୍ତା ଘାଟ ଦୃଶ୍ୟମାନ ହେଉନି। ଜାତିୟ ରାଜପଥରେ ଯାତାୟତ କରୁଥିବା ସମୟରେ ଏହି ଘନ କୁହୁଡି଼କୁ ନଜରରେ ରଖି ସତର୍କତାର ସହ ଯିବା ଆସିବା ପାଇଁ ପରାମର୍ଶ ଦିଆଯାଇଛି।