Weather Update: ଦୁର୍ବଳ ହୋଇଛି ଘୁର୍ଣ୍ଣିବଳୟ । ଆଗକୁ ପାରଦ ବଢିବ। ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ହାଲୁକା ଓ ମେଘୁଆ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ପୁଣି ତାପମାତ୍ରାରେ ବୃଦ୍ଧି ଘଟିବ।
Trending Photos
Weather Update: ଦୁର୍ବଳ ହୋଇଛି ଘୁର୍ଣ୍ଣିବଳୟ । ଆଗକୁ ପାରଦ ବଢିବ। ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ହାଲୁକା ଓ ମେଘୁଆ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ପୁଣି ତାପମାତ୍ରାରେ ବୃଦ୍ଧି ଘଟିବ। ସୋମବାର(ଆଜି) ଠାରୁ ରାଜ୍ୟରେ ଖରା ବଢିବା ସହ ଗୁଳିଗୁଳି ଅନୁଭୂତ ହେବେ। ବାୟୁ ମଣ୍ତଳରେ ଶୁଷ୍କତା ବଢିବା ସହ ଟାଣ ଖରା ଲାଗି ତାତି ବୃଦ୍ଧି ହେବ।
#Temperature Forecast pic.twitter.com/HW3r6msYXl
— Meteorological Centre, Bhubaneswar (@mcbbsr) March 10, 2024
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ ମାଲକାନଗିରି, ରାୟଗଡା, କୋରାପୁଟ୍, ଗଜପତି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ତି ଜିଲ୍ଲାରେ କାଁ ଭାଁ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପୂର୍ବାନୁମାନ ଅନୁଯାୟୀ, ୧୧,୧୨ ଓ ୧୩ ତାରିଖରେ ସବୁଠୁ ଅଧିକ ଖରାହେବ। ବିଶେଷକରି, କଟକ ,ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ପାରଳାଖେମୁଣ୍ତି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି।
ଉପକୂଳ ଓଡି଼ଶାରେ ସ୍ବାଭାବିକ ଭାବରେ ୩୪ରୁ ୩୫ ଡିଗ୍ରୀ ଓ ଆଭ୍ୟାନ୍ତରିଣ ଓଡି଼ଶାରେ ୩୬ରୁ ୩୭ ଡିଗ୍ରୀ ତାପମାତ୍ରା ରହିବା କଥା । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। କିନ୍ତୁ ସୋମବାର ଠାରୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୧୪ ତାରିଖରେ ରାଜ୍ୟରେ ପଶ୍ଚିମା ଝଡ଼ ପୁଣି ସକ୍ରିୟ ହେବ।