Weather Update: ପାଣିପାଗ ବିଭାଗର ସତର୍କ ସୂଚନା, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2361002

Weather Update: ପାଣିପାଗ ବିଭାଗର ସତର୍କ ସୂଚନା, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା ।  ବର୍ଷାରେ ଚଳିତ ସପ୍ତାହ ବିତିବ। ଗତ ତିନି ଦିନ ହେଲାଣୀ ବର୍ଷା ଲାଗି ରହିଥିବା ବେଳେ  ଆସନ୍ତା ଶନିବାର ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ରହିଛି। 

Weather Update: ପାଣିପାଗ ବିଭାଗର ସତର୍କ ସୂଚନା, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା ।  ବର୍ଷାରେ ଚଳିତ ସପ୍ତାହ ବିତିବ। ଗତ ତିନି ଦିନ ହେଲାଣୀ ବର୍ଷା ଲାଗି ରହିଥିବା ବେଳେ  ଆସନ୍ତା ଶନିବାର ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ରହିଛି।  ଆଜି ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା ଓ କଟକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ସେହିପରି, ମୟୂରଭଂଜ, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଦେବଗଡ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବ। 

ALSO READ : Today Horoscope: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଶୁଭ ଖବର ପାଇବେ ଏହିସବୁ ରାଶି!

 

ସେହିପରି, ଆସନ୍ତାକାଲି କେନ୍ଦୁଝର, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ  ବର୍ଷା ହେବାକୁ ଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଂଜ, ସୁନ୍ଦରଗଡ,ବରଗଡ, ନବରଙ୍ଗପୁର,କଳାହାଣ୍ତି, କୋରାପୁଟ୍, କନ୍ଧମାଳ,ସୋନପୁର, ବୌଦ୍ଧ ଓ ଝାରସୁଗୁଡାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଶୁକ୍ରାବର  ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ କେନ୍ଦୁଝର,ଦେବଗଡ, ଅନୁଗୁଳ, ମାଲକାନଗିରି କୋରାପୁଟ୍, ନବରଙ୍ଗପୁର, କଳାହାଣ୍ତି, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶନିବାର ଓ ରବିବାର ପର୍ଯ୍ୟନ୍ତ ବର୍ଷାର ପ୍ରକୋପ କମିବ। 

ସେହିପରି, ସୋମାବାରରୁ ମଙ୍ଗଳବାର ମଧ୍ୟରେ ମୟୂରଭଂଜ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ୨ଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜର ରାସଗୋବିନ୍ଦପୁର ଠାରେ ୧୩ ସେଣ୍ଟିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ବାଲେଶ୍ବର ରାଜଘାଟରେ ୧୧ ସେଣ୍ଟିମିଟର ବର୍ଷା ହୋଇଛି। ଏବଂ ଭୋଗରାଇରେ ୮ ସେଣ୍ଟିମିଟର ବର୍ଷା ହୋଇଛି।