Weather Update: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Advertisement

Weather Update: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଏହାସହ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ମଧ୍ୟ ରେକର୍ଡ଼ ହୋଇଛି। ୨୦,୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖି ବର୍ଷା ଝଡ଼ ସହ ତୋଫାନ ହେବା ନେଇ ସମ୍ଭାବନା ରହିଛି।

Weather Update: ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ସାରା ଓଡ଼ିଶା, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଗତକାଲି ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିବା ବେଳେ ୪୩.୨ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ତଳକୁ ନୂଆପଡା ୪୩,ପାରଳାଖେମୁଣ୍ତି ଓ ବୌଦ୍ଧ ୪୨.୮, ନୟାଗଡ଼ ଓ ଅନୁଗୋଳ ୪୨.୭, ବାରିପଦା ୪୨.୬, ଟିଟିଲାଗଡ଼ ୪୨.୫, ମାଲକାନଗିରି ଓ ଭବାନୀପାଟଣାରେ ପାରଦ ୪୨ ଡିଗ୍ରୀ ରେକର୍ଡ଼  ହୋଇଛି।  ଏହାଛଡା ୨୦ ସହର ପାରଦ ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଛି। 

ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

 

ଏହାସହ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ମଧ୍ୟ ରେକର୍ଡ଼ ହୋଇଛି। ୨୦,୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖି ବର୍ଷା ଝଡ଼ ସହ ତୋଫାନ ହେବା ନେଇ ସମ୍ଭାବନା ରହିଛି। ଏବେ ତାତି ଆହୁରୀ ୨ ଦିନ ରାଜ୍ୟରେ ଅନୁଭୂତ ହେବ। ଅଧିକାଂଶ ସ୍ଥାନରେ ପାରଦ ୪୨ରୁ ୪୫ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବାର ସମ୍ଭାବନା ରହିଛି। ୨୧ ତାରିଖ ଯାଏଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି। ବିଶେଷକରି ନୂଆପଡା, ନୟାଗଡ ,ଗଜପତି, ମୟୂରଭଂଜ , ଅନୁଗୁଳ, ବୌଦ୍ଧ,ବଲାଙ୍ଗୀର ଭଳି ଜିଲ୍ଲାରେ ତାତି ନେଇ ସତର୍କତା ଜାରି ହୋଇଛି।  

୧୮ ଓ ୧୯ ତାରିଖରେ ବିଶେଷ ଭାବେ ତାତି ବୃଦ୍ଧି ପାଇବ।  ୨୦ରୁ ୨୩ ମଧ୍ୟରେ ରାଜ୍ୟରେ କାଳବୌଶାଖି ବର୍ଷା ଥିବାରୁ ସାମୟିକ ଭାବେ ତାତି କମିବ। ଆଜି ମୟୂରଭଂଜ, ନୟାଗଡ, ଗଜପତି ଓ ନୂଆପଡା ଜିଲ୍ଲାରେ କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ନେଇ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ଆସନ୍ତାକାଲି ପାଇଁ ମୟୂରଭଂଜ, ଗଜପତି, ନୂଆପଡା ଜିଲ୍ଲାକୁ ଅରେଂଜ । ଏବଂ ସୁନ୍ଦରଗଡ, ଝାରସୁଗୁଡା,କେନ୍ଦୁଝର, ଢେଙ୍କାନାଳ , ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର କଳାହାଣ୍ତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।